ଫୁଲବାଣୀ ପୌରାଂଚଳରେ ଯାଗା ମିଶନରେ ଲୋକଙ୍କୁ ସେମାନଙ୍କର ଯାଗାର ଏଲଇସି ବଣ୍ଟନ ପାଇବେ ଫୁଲବାଣୀର ୧,୭୩୪ ଜଣ ହୀତାଧିକାରୀ
ଫୁଲବାଣୀ (Santosh Mishra) : ଆଜି ଫୁଲବାଣୀ ପୌରାଂଚଳର ଥିବା ବିଭିନ୍ନ ବସ୍ତି ଅଂଚଳର ଲୋକଙ୍କୁ ଯାଗା ମିଶନରେ ଯାଗାର ଏଲ.ଇ.ସି ବଣ୍ଟନ କରାଯାଇଛି । ପ୍ରଥମେ ଫୁଲବାଣୀ ପୌରାଂଚଳରେ ଥିବା ଜିରିଙ୍ଗପଡାର କମୁ୍ୟନିଟି ହଲରେ ଅରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ପୌର ପରିଷଦର ଅଧିକାରୀ ବଳଦେବ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଅସୁସ୍ଥତା ଯୋଗୁଁ ତାଙ୍କର ପ୍ରତିନିଧି ଏମ.ଡି ୟାସିନ ବେଗ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଏହାସହିତ ଯାଗା ମିଶନର ନୋଡାଲ ଅଫିସର ଓ ପୌର ପରିଷଦର କର୍ମଚାରୀ ମାନେ ଯୋଗ ଦେଇ ଲୋକଙ୍କୁ ସେମାନେ ଘର କରି ରହି ଆସୁଥିବା ଯାଗାର ଲ୍ୟାଣ୍ଡ ଏନଟାଇଟେଲମେଣ୍ଟ ସାର୍ଟିଫିକେଟ (ଏଲ.ଇ.ସି) ବଣ୍ଟନ କରାଯାଇଥିଲା ।
ପୁର୍ବରୁ ଫୁଲବାଣୀ ପୌରାଂଚଳରେ କରାଯାଇଥିବା ସର୍ଭେରେ ସହରର ୨୪ଟି ବସ୍ତି(ସ୍ଲମ)ରେ ରହୁଥିବା ୧୭୩୪ ଜଣ ହୀତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ପୌରା ପରିଷଦ ତରଫରୁ ସହରରେ ଥିବା ୨୪ଟି ବସ୍ତିକୁ ୫ଟି ଜୋନ ରେ ବିଭକ୍ତ କରାଯାଇ ସହି ଜୋନରେ ଏକ ଦୁଇଦିନିଆ ଏଲ.ଇ.ସି ବିତରଣ ଶିବିର ଆୟୋଜିତ କରାଯାଇଛି । ଫୁଲବାଣୀ ପୌରାଂଚଳରେ ଥିବା ଜିରିଙ୍ଗପଡା କମୁ୍ୟନିଟି ହଲ ସମେତ ସାଲୁଙ୍କୀସାହି ମଣ୍ଡପ,ପିଅନପଡା କଲ୍ୟାଣ ମଣ୍ଡପ,ଅରବିନ୍ଦ ନଗର କମୁ୍ୟନିଟି ହଲ ଏବଂ ଫୁଲବାଣୀ ସାହି କମୁ୍ୟନିଟି ହଲ ଭଳି ୫ଟି ଯାଗାରେ ଏହି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଆଜି ୪୭୯ ଜଣଙ୍କୁ ଏହି ସାର୍ଟିଫିକେଟ ବଣ୍ଟନ କରାଯାଇଛି ।
ପୁର୍ବରୁ ସେମାନଙ୍କ ଯାଗାର କୌଣସି ପଟ୍ଟା କିମ୍ବା କାଗଜ ପତ୍ର ନଥିବାରୁ ସେମାନଙ୍କୁ ମିଳିପାରୁ ନଥିବା ବିଭିନ୍ନ ସରକାରୀ ସୁବିଧା ସେମାନେ ପାଇ ପାରିବେ ବୋଲି ଜଣପଡିଛି । ଏହି ସାର୍ଟିଫିକେଟ ଜରିଆରେ ସେମାନେ ଜାତିଗତ ପ୍ରମାଣ ପତ୍ର,ଇନକମ ସାର୍ଟିଫିକେଟ,ଆବାସ ଯୋଜନାରେ ଘର ସମେତ ସମସ୍ତ ସରକାରୀ ସୁବିଧା ମାନ ପାଇପାରିବେ ବୋଲି କହିଛନ୍ତି ଫୁଲବାଣୀ ପୌର ପରିଷଦ ନିର୍ବହୀ ଅଧିକାରୀ ବଳଦେବ ବେହେରା । ତେବେ ସେମାନେ ଏହି ଯାଗାକୁ କାହାରିକୁ ହସ୍ତାନ୍ତର କରିପାରିବେ ନାହିଁ କିମ୍ବା ବିକ୍ରୟ କରି ପାରିବେନାହିଁ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫ଟି ଜୋନରେ ସମସ୍ତ ଚିହ୍ନଟ କରାଯାଇଥିବା ସମସ୍ତ ୧୭୩୪ ଜଣ ହୀତାଧିକାରୀଙ୍କୁ ଏହି ସାର୍ଟିଫିକେଟ ବଣ୍ଟନ କରାଯିବ ବୋଲି କହିଛନ୍ତି ।