ଫୁଲବାଣୀ (Santosh Mishra) :କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳରେ ଥିବା ବ୍ଳକ କଲୋନୀରେ ସେହି ଜଣେ ଆଇ.ଆର.ବି.ଏନ ଜବାନ ସଂନ୍ଦ୍ୟା ୮.୩୦ ସମୟରେ ଜଣେ ମାନସରଞ୍ଜନ ମାଝୀ ବାଲିଗୁଡା ବ୍ଳକରେ କାର୍ଯ୍ୟରତ ଜଣେ କର୍ମଚାରୀ ଅଭିଜିତ ପ୍ରଧାନଙ୍କ ଘରେ ପଶି କବାଟ ପିଟିଥିଲେ । କବାଟ ଖୋଲିବାପରେ ଜବାନ ଜଣକ ଅଭିଜିତଙ୍କ ଛୁଆକୁ ଅକ୍ତିଆର କରିବା ସହିତ ତାର ବେକରେ ଛୁରୀ ଲଗାଇ ତାଙ୍କୁ ସୁନା ଗହଣା ଏବଂ ଅନ୍ୟାନ୍ୟ ଜିନିଷ ଦେବାକୁ କହିଥିଲେ ।
ଏଥିରେ ଅଭିଜିତ ଭୟଭୀତ ହୋଇ ଜବାନ ସହିତ ପାଟିତୁଣ୍ଡ କରିଥିଲେ । ଏଥିରେ ପଡୋଶୀ ବିଜୟଲକ୍ଷ୍ମୀ ପଣ୍ଡା ସେଠାରେ ପହଂଚି ଜବାନକୁ ବାଧା ଦେବାରୁ ଜବାନ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ତାଙ୍କ ସମେତ ଅଭିଜିତ ମଧ୍ୟ ଛୁରୀ ଆଘାତର ଶୀକାର ହୋଇଥିଲେ । ଫଳରେ ସେଠାରେ ବୀଷଣ ପାଟି ତୁଣ୍ଡ ହେବାରୁ ପଡୋଶୀ ମାନେ ସେଠାରେ ପହଂଚି ଦୁର୍ବୃତକୁ କାବୁ କରିବା ସହିତ ତାକୁ ନିସ୍ତୁକ ଭାବରେ ପିଟିବାସହିତ ତାକୁ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ ।
ପୋଲିସ ସେଠାରେ ପହଂଚି ତାକୁ ଗିରଫ କରିବା ସହିତ ଆହତ ମାନଙ୍କୁ ଚିକିସôା ପାଇଁ ଡାକ୍ତରଖାନକୁ ପଠାଇ ଥିଲେ । ଅଭିଯୁକ୍ତକୁ ଗିରଫ କରିବା ସହିତ ଏହି ସଂକ୍ରାନ୍ତରେ ଏକ ମାମଲା ୧୯୦/୨୦୨୦ ରୁଜ୍ଜୁ କରି କୋର୍ଟଚାଲାଣ କରିଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସୁତ୍ରରୁ ଜଣାପଡିଛି ।
