Odisha news

ବାଲିଗୁଡ଼ା ଏସ୍.ବି.ଆଇ ବ୍ୟାଙ୍କ୍ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ , ୭ ଦିନ ପାଇଁ ଶାଖା ବନ୍ଦ

0

ଫୁଲବାଣୀ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାରସମସ୍ତ ବ୍ଳକର ସମେତ ବାଲିଗୁଡାରେ ବ୍ଳକରେ ମଧ୍ୟ କରୋନାର ସଂକ୍ରମଣ ଦୃତ ଗତିରେ ବଢିବାରେ ଲାଗିଛି । ବାଲିଗୁ୍ଡ଼ା ବିଜ୍ଞାପିତ ଅଂଚଳରେ ମଧ୍ୟ କରୋନା ସଂକ୍ରମଣଙ୍କ ଚିହ୍ନଟ ସଂଖ୍ୟା ବଢିବଢି ଚାଲିଛି । ଆଜି ବାଲିଗୁଡାର ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ଉଚ୍ଚ ପଦସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କର୍ମଚାରୀ କରୋନା ସଂକ୍ରମଣ ଚିହ୍ନଟ ପରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଆଜି ଠାରୁ ସାତଦିନ ପାଇଁ ଶାଖାକୁ ବନ୍ଦ କରିଦିଆଯାଇଛି । ଏହି ବନ୍ଦ ରହିବା ନେଇ ବ୍ୟାଙ୍କ ସମ୍ମୁଖରେ ଥିବା ମୁଖ୍ୟ ଫାଟକରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ନୋଟିସ୍ ଜାରି କରାଯାଇଛି । ତେବେ ସେଥିପାଇଁ ସେହି ଅଂଚଳରେ ଥିବା ଉକ୍ତ ବ୍ୟାଙ୍କର ଗ୍ରାହକ ମାନଙ୍କ ମଧ୍ୟରେ ଏ ନେଇ ଅସୁବିଧା ସୃଷ୍ଟି ହେଉଥିବା ନେଇ ଲୋକଙ୍କର ପ୍ରତିକି୍ରୟା ପ୍ରକାଶ ପାଇଛି ।

Leave A Reply