ରାଜ୍ୟ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ସତନ୍ତ୍ର ଶାସନ ସଚିବ ତଥା ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଜିଲ୍ଲାଗସ୍ତ
ବାରିପଦା : ରାଜ୍ୟ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ସତନ୍ତ୍ର ସଚିବ ତଥା ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ପୃଷ୍ଟି ମୟୁରଭଞ୍ଜ ଜିଲ୍ଲାଗସ୍ତରେ ଆସି ଜିଲ୍ଲାର କୋଭିଡ୍ ପରିଚାଳନା ସଂପର୍କୀତ କୋଭିଡ୍ କ୍ୟାୟାର କେନ୍ଦ୍ର / କୋଭିଡ୍ କ୍ୟାୟାର ହୋମ/କ୍ଲନିକ୍ ତଥା ସ୍ୱାସ୍ଥ୍ୟସେବା ଏବଂ ଜୀବନ ଜୀବିକା ନିର୍ବାହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଉପରେ କ୍ଷେତ୍ର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ସତନ୍ତ୍ର ଶାସନ ସଚିବଙ୍କ ୨ ଦିନିଆ ମୟୂରଭଞ୍ଜ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମ ଅବସରରେ ତା.୦୭.୦୯.୨୦୨୦ ରିଖରେ କପ୍ତିପଦା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ଷମ କରାଯାଇଥିବା ଜ୍ୱର, କାଶ, ଥଣ୍ଡା ପାଇଁ ସତନ୍ତ୍ର ଫିଭର କ୍ଲିନିକ୍ ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ କରିବା ସହିତ ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ପାରାମେଡିକାଲ୍ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ପେଡାଗଡି ଠାରେ କାର୍ଯ୍ୟକ୍ଷମ କୋଭିଡ୍ କ୍ୟାୟାର ହୋମ କେନ୍ଦ୍ରରେ ସିଏମ୍ସି କମିଟିର ପରିଚାଳନା ସଦସ୍ୟ / ସଦସ୍ୟା ସହିତ ଆଲୋଚନା କରିଥିଲେ ।
ତତ୍ପରେ ଦୁଗ୍ଧା ଗ୍ରାମପଂଚାୟତ ଅନ୍ତର୍ଗତ କାଠୁଆବେଡା ଗ୍ରାମରେ ଡିଆର୍ଡିଏ ତତ୍ୱାବଧାନରେ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ ହୀତାଧିକାରୀ ଲୋକମାନଙ୍କ ଜୀବନ ଜୀବିକା ନିର୍ବାହରେ ଆର୍ଥିକ ମାନର ଉନ୍ନତି ପାଇଁ ଉଦ୍ୟାନ କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା କାଜୁ ଚାଷ, ଉଦଳା ବ୍ଲକର ଜୁଆଳିଆ ଠାରେ କାର୍ଯ୍ୟକ୍ଷମ କରାଯାଇଥିବା କୋଭିଡ୍ କ୍ଲଷ୍ଟର କେନ୍ଦ୍ର ଅନୁଧ୍ୟାନ କରି ସଂପୃକ୍ତ ଉପଖଣ୍ଡର ବରିଷ୍ଠ ପ୍ରଶାସନି ଅଧିକାରୀ/ସ୍ୱାସ୍ଥ୍ୟ ଅଧିକାରୀ ଓ ମେଡିକାଲ୍ ଟିମ୍ର କ୍ଷେତ୍ର ସ୍ୱାସ୍ଥ୍ୟ କ୍ରର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନରେ ବାରିପଦା ପ୍ରଦକ୍ଷଣ ଗୃହ (ସାର୍କିଟ୍ ହାଉସ) ଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ରାଜ୍ୟ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ସତନ୍ତ୍ର ସଚିବ ତଥା ଜିଲ୍ଲା କୋବିଡ ପର୍ଯ୍ୟବେକ୍ଷକ ଶ୍ରୀପୃଷ୍ଟି, ଜିଲ୍ଲାର କୋଭିଡ୍ ପରିଚାଳନା ଓ ପ୍ରତିରୋଧ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆୟଭିତିକ, ଅର୍ଥନିତିକ ଓ ଶ୍ରମ ନିଯୁକ୍ତି ଭିର୍ତିକ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳ ମୟୂରଭଞ୍ଜ ବିନୀତ ଭରଦ୍ୱାଜ, ପିଡିଡିଆର୍ଡିଏ ମୟୂରଭଞ୍ଜ ସ୍ୱଧାଦେବ ସିଂ, ଭାପ୍ରସେ ପ୍ରମୁଖଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୁପଭାନୁ ମିଶ୍ର ଏବଂ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ପୃଥକ ପୃଥକ ଭାବେ ବିଭିନ୍ନ ବିଭାଗୀୟ ଯୋଜନା କାର୍ଯ୍ୟଧାରା ଉପରେ ବିସୃତ ସମୀକ୍ଷାମୂଳକ ଆଲୋଚନାକରି ସନ୍ତୋଷ ପ୍ରକାଶ କରିଥିଲେ ।
ଉକ୍ତ ବୈଠକରେ ଅନୁଷ୍ଠିତ କୋଭିଡ୍ – ୧୯ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲାପାଳ (ରାଜସ୍ୱ) ମୟୂରଭଞ୍ଜ ବିବେକାନନ୍ଦ ସାହୁ, ଆବାହକତ୍ୱରେ ପରିଚାଳିତ ଉକ୍ତ ବୈଠକରେ ଡେପୁଟୀ କଲେକ୍ଟର (ଏମାରଜେନ୍ସି) ସୁଜୟ କୁମାର ପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସତନ୍ତ୍ର ଶାସନ ସଚିବଙ୍କ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମର କ୍ଷେତ୍ର ଅନୁଧ୍ୟାନ ଓ ସମୀକ୍ଷା ବୈଠକରେ ଯଥାକ୍ରମେ ଉଦଳା ଉପଜିଲ୍ଲାପାଳ, ଏସ୍ଡିଏମ, ପିଏଆଇଟିଡିଏ ତଥା ନୋଡାଲ ଅଫିସର ପ୍ଲାଜମା ଥେରାପି, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିଦେ୍ର୍ଦଶକ, ଡିଆର୍ସିଏସ୍, ସହକାରୀ ନିଦେ୍ର୍ଦଶକ ବୟନଶିଳ୍ପ ଓ ସଂପୃକ୍ତ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଶାସନ ସଚିବଙ୍କ ମୟୂରଭଞ୍ଜ ଶ୍ରୀ ପୃଷ୍ଟି ତା.୦୮.୦୯.୨୦୨୦ ରିଖରେ ରାଇରଙ୍ଗପୁର ଉପଖଣ୍ଡ ଓ କରଂଜିଆ ଉପଖଣ୍ଡ ଅଂଚଳ ଗସ୍ତରେ ଯାଇ କାର୍ଯ୍ୟକ୍ରମ ଅନୁୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
