ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ପୁବର୍ରୁ ଜାରୀ କରିଥିବା ନିୟମକୁ ପ୍ରତ୍ୟାହାର କରିବା ସହିତ ଆଜିଠାରୁ ସମଗ୍ର ଜିଲ୍ଲାରେ ସମସ୍ତ ଦୋକାନ ବଜାର ଗୁଡିକ ସାଧାରଣ ଭାବରେ ଖୋଲିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହାପୁର୍ବରୁ ୩୧.୦୮.୨୦୨୦ତାରିଖରେ ଜାରୀ କରାଯାଇଥିବା ନିୟମ ଅନୁସାରେ ଦୋକାନ ବଜାର ଗୁଡିକ ସକାଳ ୭ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରଖାଯିବା ସହିତ ରାତି୍ର ସମୟରେ ଜିଲ୍ଲାରେ କର୍ଫ୍ୟ ଜାରୀ କରାଯାଇଥିଲା ।

ତେବେ ଲୋକଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଏହି ଆଦେଶକୁ ପ୍ରତ୍ୟାହାର କରାଯାଇ ଆଜିଠାରୁ ସମସ୍ତ ଦୋକାନ ବଜାର ସବୁ ନିୟମିତ ଭାବରେ ଗ୍ରାହକ ମାନଙ୍କୁ ସେବା ପ୍ରଦାନ କରିପାରିବେ ବୋଲି ଆଜି ଦିଆଯାଇଥିବା ନିଦେ୍ର୍ଧଶରେ କୁହାଯାଇଛି । ତେବେ ଏହି ସମୟଭିତରେ ଗ୍ରାହକ ମାନଙ୍କ ସମେତ ବ୍ୟବସାୟୀ ମାନେ ମଧ୍ୟ କୋଭିଡ୍ ନିୟମକୁ ମାନି ଚଳିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here