ଶୀତଋତୁ ରେ ଉଷୁମ ଉଷୁମ ଚିନାବାଦାମ ମଜା ଉଠାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି l ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ, ଏହା ଆମେ ସମସ୍ତେ ପ୍ରାୟ ଜାଣିଛୁ l କାହିଁକି ନା ଚିନାବାଦାମ ଅନେକ ଗୁଡିଏ ପୋଷାକ ତତ୍ୱ ରେ ଭରପୁର ମଧ୍ୟ ଅଟେ l କିନ୍ତୁ ଏହା ମଧ୍ୟ କିଛିଟା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ l ଆସନ୍ତୁ ଆଜି ଜାଣିବା ଚିନାବାଦାମ ଖାଇବା କେଉଁ ସବୁ ବ୍ୟକ୍ତିଙ୍କ ପାଇଁ ମନା l
ଚିନାବାଦାମ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା -:
– ସୋଡିୟମ ର ଗୋଟିଏ ଭଲ ସ୍ରୋତ ଅଟେ ଚିନାବାଦାମ
– ଚିନାବାଦାମ ରେ ପ୍ରଚୁର ମାତ୍ରl ରେ ରହିଥାଏ ପୋଟାସିୟମ
– ଆନିମିଆ ରୋଗୀଙ୍କ ପାଇଁ ଏହା ଆଇରନ ର ଗୋଟିଏ ସ୍ରୋତ ଅଟେ
– ଭିଟାମିନ ବି 6 ର ଚିନାବାଦାମ ଗୋଟିଏ ଭଲ ସ୍ରୋତ
– ଡାଏଟ୍ରି ଫାଇବର ପେଟକୁ ସୁସ୍ଥ ରଖିଥାଏ
– ମଗ୍ନେଶୀୟମ ରହିଛି ଭରପୁର ମାତ୍ରାରେ
* ଏହିସବୁ ବ୍ୟକ୍ତିମାନେ କଦାପି ଖାଇବା ଉଚିତ ନୁହେଁ ଚିନାବାଦାମ –
– ଯଦି ଆପଣ ଅର୍ଥାରଇଟିସ କିମ୍ବା କୌଣସି ଗଣ୍ଠି ଯନ୍ତ୍ରଣା ରେ ପୀଡିତ ଅଟନ୍ତି , ତେବେ ଏପରି ସ୍ଥିତି ଚିନାବାଦାମ ଖାଇବା ଠାରୁ ଦୁରେଇ ରୁହନ୍ତୁ l ଏପରିସ୍ଥିତି ରେ ଚିନାବାଦାମ ଖାଇବା ଦ୍ୱାରା ଅଧିକ ବୃଦ୍ଧି ହୋଇଥାଏ ଯନ୍ତ୍ରଣା l ତେଣୁ ଅର୍ଥାରଇଟିସ ସମସ୍ୟାକୁ ଏଡ଼ାଇବା ପାଇଁ ଚିନାବାଦାମ ଖାଇବା ଉଚିତ ନୁହେଁ l
– ମେଦ ବହୁଳତା ଦେଇ ଗତି କରୁଥିବା ବ୍ୟକ୍ତି ଚିନାବାଦାମ ଖାଇବା ଠାରୁ ଦୁରେଇ ରହିବ ଉଚିତ l ଏଥିରେ କ୍ୟାଲୋରୀ ଖୁବ ଅଧିକ ମାତ୍ରା ରେ ଭରି ହୋଇ ରହିଥାଏ l ଯାହା ଆପଣଙ୍କ ଓଜନ ବୃଦ୍ଧିର ମୁଖ୍ୟ କାରଣ ଅଟେ l ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଚିନାବାଦାମ ଖାଇବା ଠାରୁ ଦୂରେଇ ରହିବା ଜରୁରୀ l
– ଯଦି ଆପଣ ଅପଚ, ପେଟ ଫାମ୍ପିବା କିମ୍ବା ପେଟ ସମ୍ବନ୍ଧିତ ସମସ୍ୟା ଯେପରିକି ଏସିଡ଼ିଟି, ଗ୍ୟାସ ସମସ୍ୟା ଇତ୍ୟାଦି ଦ୍ୱାରା ଗତି କରୁଛନ୍ତି ତେବେ ଚିନାବାଦାମ କଦାପି ସେବନ କରିବା ଉଚିତ ନୁହେଁ l ଏପରିସ୍ଥିତି ରେ ଚିନାବାଦାମ ସେବନ ଆପଣଙ୍କ ଶାରୀରିକ ସମସ୍ୟା କୁ ଅଧିକ ବୃଦ୍ଧି କରି ପାରେ , ଯାହା ଆପଣଙ୍କ ଶାରୀରିକ ସମସ୍ୟକୁ ଅଧିକ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– ଚିନାବାଦାମ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଏଲର୍ଜୀ ସମସ୍ୟା ଦ୍ରୁତ ଗତିରେ ଅଧିକ ବୃଦ୍ଧି ହୋଇଥାଏ l ଯଦି ଆପଣ ଛିଙ୍କିବା , କାଶ ଓ ଥଣ୍ଡା ଭଳି ଏଲର୍ଜୀ ସମସ୍ୟାରେ ପ୍ରଭାବିତ ହେଉଛନ୍ତି ତେବେ ଚିନାବାଦାମ ସେବନ କରିବା ଠାରୁ ଦୁରେଇ ରୁହନ୍ତୁ l ଏହାଛଡା ଯଦି ଆପଣ ଚର୍ମ ସମ୍ବନ୍ଧୀୟ ଏଲର୍ଜୀ ଦ୍ୱାରା ପ୍ରଭାବିତ ହେଉଛନ୍ତି ତେବେ ଚିନାବାଦାମ ସେବନ ଆପଣଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିପାରେ l
– ଚିନାବାଦାମ ରେ ଅଧିକ ସୋଡିୟମ ରହିଥାଏ , ଯାହା ଉଚ୍ଚ ରକ୍ତଚାପ ର କାରଣ ହୋଇଥାଏ l ତେଣୁ ଯଦି ଆପଣ ଜଣେ ଉଚ୍ଚ ରକ୍ତଚାପ ରୋଗୀ ତେବେ ଚିନାବାଦାମ ସେବନ ଠାରୁ ଦୁରେଇ ରୁହନ୍ତୁ l ଏହାଛଡା କୋଲେଷ୍ଟ୍ରଲ ରେ ପୀଡିତ ବ୍ୟକ୍ତି ମାନେ ମଧ୍ୟ ଚିନାବାଦାମ ସେବନ କରିବା ଉଚିତ ନୁହେଁ l