Odisha news

ସରକାରଙ୍କ ପି.ଡି.ଏସ. ଚାଉଳ ଚୋରାଚାଲାଣ ବେଳେ ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

0
ପାରଳଖେମୁଣ୍ଡି ୬/୪ : ପି. ଡି. ଏସ. ଚାଉଳ ଚୋରାଚାଲାଣ ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ୨ ଜଣକୁ ଗିରଫ କରିଛି। ସୂଚନା ମୁତାବକ ଗତକାଲି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରୁ ୫୦ କିଲୋ ଓଜନ ଥିବା ୫୦ ଗୋଟି ପି.ଡି.ଏସ. ଚାଉଳ ବସ୍ତା ବୋଝେଇ ହୋଇ ଏକ ଟ୍ରକ ରେ ଚୋରାଚାଲାଣ ପାଇଁ ନିଆଯାଇଥିବା ଖବର ପାଇ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ୧ ନମ୍ବର ୱାଡ ର ସୁବାଷ ନଗର ଠାରେ ଟ୍ରକ ନମ୍ବର ଓଡି-୨୦-ଏ୧୨୭୬ଟିକୁ ଓଟକାଇ ତଦନ୍ତ କରିଥିଲେ l
ସେଥିରେ ୫୦ ବସ୍ତା ପି.ଡି.ଏସ. ଚାଉଳ ବୋଝେଇ ହୋଇ ରହିଥିବା ସ୍ପୋଷ୍ଟ ହେବା ପରେ ଟ୍ରକ୍ ଟିକୁ ଜବତ କରାଯିବା ସହ ୨ ଚୋରାଚାଲାଣ କରୀ ଆଶିଷ ଗୋମାଙ୍ଗ ଏବଂ ଡମ୍ବୁରୁ ଧର ନାୟକଙ୍କୁ ଗିରଫ କରାଯାଇଥିଲା l ଏ ନେଇ ପାରଳଖେମୁଣ୍ଡି ଥାନାରେ କେସ ନମ୍ବର ୯୩/୨୦ ରେ ଏକ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଗଣ ମାଧ୍ୟମର ପ୍ରଥିନିଧ୍ ମାନଙ୍କୁ କହିଛନ୍ତି l ଏହି ଚଢାଉ ରେ ଏସ. ଆଇ.ଏସ.ସି. ରାୟ, ଏମ୍. ଲାକରା,ଜଗଦୀଶ ପଣ୍ଡା ପ୍ରମୁଖ ଭାଗ ନେଇଥିଲେ l
Leave A Reply