Odisha news

ଘଟଗାଁ : ରାଜ୍ୟ ବାହାରେ ଫସିରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ , ଘଟଗାଁ ବ୍ଲକରେ ୨୫୩୦ ବେଡ ପ୍ରସ୍ତୁତ,୨୪୫୦ ଜଣଙ୍କ ଆବେଦନ

0

ଘଟଗାଁ : ରାଜ୍ୟ ବାହାରେ ଫସିରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟ ବାହାରେ ଫସିରହିଥିବା ଲୋକମାନେ ନିଜ ରାଜ୍ୟକୁ ଫେରିବାକୁ ହେଲେ ସରକାରୀ ନିୟମ ମୁତାବକ ପଂଚାୟତରେ ପଞିକରଣ କରିବା ବାଧ୍ୟତା ମୂଳକ କରାଯାଇଛି । ଘଟଗାଁ ବ୍ଲକର ବିଭିନ୍ନ ପଂଚୟତର ଲୋକେ କେରଳ,ତାମିଲନାଡୁ,ଗୁଜୁରାଟ,ଆନ୍ଧ୍ରପଦେଶ,ପଶ୍ଚିମବଙ୍ଗ ସମେତ ଅନ୍ୟନ୍ନ ରାଜ୍ୟରେ ଫସି ରହିଛନ୍ତି ।

ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ଘଟଗାଁ ବ୍ଲକର ପଂଚାୟତ ଗୁଡିକରେ ୨୪୫୦ ଜଣ ପଞିକୃତ କରିଥିବା ଜଣାପଡିଛି । ଏହି ସଂଖ୍ୟା ଆଗକୁ ବଢିବାର ମଧ୍ୟ ସମ୍ଭାବନା ରହିଛି । ବାହାର ରାଜ୍ୟରେ ଫସିଥିବା ଲୋକେ ଘରବାହୁଡା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ତେବେ କିଛି ଦିନ ପୂର୍ବରୁ ବ୍ଲକରେ ୨୫ଜଣ ପ୍ରଭାସି ଓଡିଆ ପହଚିଁ ଥିବା ସୂଚନା ମିଳିଛି । ତେବେ ଏତେ ସଂଖ୍ୟକ ପ୍ରଭାସି ଓଡିଆ ଫେରିବାକୁ ଥିବା ବେଳେ ଉଭୟ ବ୍ଲକ ପ୍ରଶାସନ ଓ ସ୍ୱସ୍ଥ୍ୟା ବିଭାଗ ପାଇଁ ବଡ ଚ୍ୟାଲେଞ ଶୃଷ୍ଟି ହୋଇଛି । ।

ଏଥିପାଇଁ ପ୍ରଶାସନ ମଧ୍ୟ ବେସ ସଜାଗ ରହିଛି । ବ୍ଲକର ୨୭ଟି ପଂଚାୟତରେ ମୋଟ ୨୫୩୦ ଶଯ୍ୟା ପ୍ରସ୍ତୁତ ହୋଇସାରିଛି । ସରକାରଙ୍କ ଗାଇଡଲାଇନ ମୁତାବକ ବାହାରେ ଥିବା ଲୋକମାନେ ନିଜ ଅଂଚଳକୁ ଫେରିବା ପରେ ପ୍ରତି ପଂଚୟତର କ୍ୱାରେନଣ୍ଟାଇନ କେନ୍ଦ୍ରରେ ୧୪ ଦିନ ପର୍ଯ୍ୟନ୍ତ ପୃଥକ ବାସରେ ରହିବେ । ପଂଚାୟତ ଗୁଡିକ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯିବ । ସମୃକ୍ତ ଅଂଚଳର ସ୍ୱାସ୍ଥ୍ୟକର୍ମୀ ମାନେ ସେମାନଙ୍କର ସ୍ୱାସ୍ଥ୍ୟ ତଦାରଖ କରିବେ ।

ପ୍ରତି ପଂଚାୟତର ସ୍କୁଲ ଓ ଅନ୍ୟାନ୍ନ ଅନୁଷ୍ଠାନରେ ପ୍ରସ୍ତୁତ କେନ୍ଦ୍ରରେ ବିଛଣା,ପିଇବା ପାଣି, ଶୌଚାଳୟ,ବିଦ୍ୟୁତସେବା ଆଦିର ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରବାସି ଓଡିଆ ଫେରିବା ପରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ବ୍ଲକ ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ପ୍ରଶାସ ପାଇଛି ।

Leave A Reply