Odisha news

ଆଇଓସିଏଲ ଚତୁଃପାଶ୍ୱର୍ ଓ ଏଲ୍ଆଣ୍ଡଟିର ଦୁଇଟି କଲୋନିରେ ୧୪୪ ଧାରା

0

ପାରାଦୀପ : ଏଲ୍ଆଣ୍ଡଟି ଯୋଗୁଁ ପାରାଦୀପର ଅବସ୍ଥା ସାଂଘାତିକ ହୋଇପଡ଼ିଲାଣି । ଏହାକୁ ଗୁରୁତ୍ୱ ଦେଇ ଆଜି ଜିଲ୍ଲାପାଳ ଆଇଓସିଏଲ ଚତୁଃପାଶ୍ୱର୍ ଓ ଏଲ୍ଆଣ୍ଡଟି କମ୍ପାନିର ଶ୍ରମିକମାନେ ରହୁଥିବା ଦୁଇଟି କଲୋନିରେ ୧୪୪ ଧାରା ଜାରି କରାଯାଇଛି । ଏହାସହ ଏହି ନିୟମକୁ ବେଶ୍ କଡ଼ାକଡ଼ି କରିବା ସହ ପ୍ରତ୍ୟେକ ଦିନ ସେଠାରେ ପହଂଚି ସ୍ଥିତି ପରଖିବାକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସୂଚନା ମୁତାବକ, ଏଲ୍ଆଣ୍ଡ୍ଟି କମ୍ପାନିର ବଗଦିଆ ଓ ଅଭୟଚନ୍ଦ୍ରପୁରରେ ଦୁଇଟି ଲେବର କଲୋନି ରହିଛି ।

ଏହି କଲୋନିରେ ଲୋକମାନେ ଜିଲ୍ଲା ପ୍ରଶାସନର ନିୟମକୁ ନ ମାନି ଏଣେ ତେଣେ ବୁଲୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଫଳରେ ଏହି ଦୁଇଟି କଲୋନି ନିକଟରେ ୧୪୪ ଧାରା ଜାରି କରାଯାଇଛି । ଲୋକମାନଙ୍କର ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ସେଠାରେ ପୁଲିସ ମୁତୟନ କରାଯିବ । ଆଇଓସିଏଲ ଆସନ୍ତା ୧୫ ତାରିଖରୁ ସଟ୍ଡାଉନ ହେବ । ସେଥିପାଇଁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଣୁ ଆବଶ୍ୟକ ପଡ଼ିଲେ ଉଭୟ ଆଇଓସିଏଲ ଓ ଏଲ୍ଆଣ୍ଡ୍ଟି ପାଖରେ ଥିବା ଦୋକାନ ଓ ବଜାର ଉପରେ କଟକଣା ଜାରି କରାଯିବ । ବର୍ତମାନ ପରିସ୍ଥିତିରେ ଜନ ସାଧାରଣ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଛନ୍ତି ।

Leave A Reply