Odisha news

ବେଲଗାମ ଧାଡ଼ି ଭଙ୍ଗା ଟ୍ରକ ,  ଦୁଇ ଦିନରେ ଗଲାଣି ଦୁଇ ଜୀବନ

0
ପାରାଦୀପ : ଗତ ଦୁଇ ଦିନ ତଳେ ପାରାଦୀପ ଜିରୋପଏଣ୍ଟ ରେ ସଡକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି ଯାଇଛି ଆଉ ଜଣଙ୍କ ଜୀବନ | ଆଜି ପାରାଦୀପ ଟ୍ରକ ମାଲିକ ସଂଘ ଆଗରେ ଦୁଇ ମୋଟରସାଇକେଲ ଆରୋହି ଙ୍କୁ ଏକ ଟ୍ରକ ଚାପି ଦେଇ ପଳାଇବାରୁ ଘଟଣା ସ୍ତଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଛନ୍ତି | ମୃତକ ହେଲେ ରଞ୍ଜିତ ପ୍ରଧାନ ଓ ସେ ଇଣ୍ଡିଆ କୋକ କମ୍ପାନୀ ରେ କାମ କରୁଥିବା ବେଳେ ଗୁରୁତର ହେଉଛନ୍ତି ସନ୍ତୋଷ ବାରିକ ସେ ଲିବର୍ଟି ମେରାଇନ ରେ କାର୍ଯ୍ୟ କରୁଥିଲେ | ସନ୍ତୋଷ ନିଜ ବାଇକ ରେ ଆସୁଥିବା ବେଳେ ରଞ୍ଜିତ ତାଙ୍କୁ ଲିପ୍ଟ ମାଗୀ ଆସୁଥିଲେ | ଏକ ଦ୍ରୁତଗାମୀ ଆଇରନ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ରଞ୍ଜିତ ଙ୍କର ମୃତ୍ୟୁ ଘଟିଛି | ପ୍ରତିଦିନ କିଛି ଆଇରନ ବୋଝେଇ ଟ୍ରକ ଧାଡ଼ି ରେ ନଆସି ଧାଡ଼ି ଭାଙ୍ଗି ଦ୍ରୁତ ଗତିରେ ଆସୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ଓ ଅନେକଙ୍କର ଜୀବନ ମଧ୍ଯ ଯାଉଛି | ଧାଡ଼ି ଯିଏ ଭାଙ୍ଗିବ ତା ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଥିବାବେଳେ ଏଠି ଏକ ରାକେଟ ଏହି ଧାଡ଼ି ଭାଙ୍ଗି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରୁଥିବା ଚର୍ଚା ହେଉଛି |
Leave A Reply