ପାରାଦୀପ : ଗତ କାଲି ବିଳମ୍ବିତ ରାତ୍ରି ରେ ପାରାଦୀପ ଲକ ଥାନା ପୋଲିସ ପାରାଦୀପ ଉଦୟବିହାର – 1 ର ଏକ ଭଡା ଘରେ ଦୀର୍ଘ ଦିନ ଧରି ଚାଲିଥିବା ଦେହ ବ୍ୟବସାୟ ଉପରେ ଚଢାଉ କରି ଏକ ପୁରୁଷ ଦଲାଲ, ଏକ ମହିଳା ଦଲାଲ, ଛ ଜଣ ଗ୍ରାହକ ଙ୍କ ସମେତ ଘର ମାଲିକ ଙ୍କୁ ଗିରଫ କରିଛି | ଏହି ଦେହ ବ୍ୟବସାୟ ରେ 3 ମହିଳା ଙ୍କୁ ଉଦ୍ଧାର କରିଥିବା ବେଳେ ସେଥିମଧ୍ୟରେ ଏକ ନାବାଳିକା ଥିବା ଜଣାପଡ଼ିଛି | ଗୋଟିଏ କାର ସହ ଚାରିଟା ମୋଟର ସାଇକେଲ ଓ 37 ହଜାର ଟଙ୍କା, 332 ଗ୍ରାମ ଗହଣା ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ ଗୋଟିଏ କାଟୁନ ଜବତ କରିଛି ପୋଲିସ | ଲକ ଥାନା ରେ 51/2024 ରେ ଏକ ମାମଲା ରୁଜୁ କରାଯାଇଥିବା ମଧ୍ଯ ଜଣାପଡିଛି | ଜଣେ ଯୁବତୀ ତିନିବର୍ଷ ହେବ ଆସି ଏକ ଘର ଭଡା ସୂତ୍ରରେ ନେଇ ଏହି ଦେହ ବ୍ୟବସାୟ ଚଳାଇଥିଲେ ଓ ଏହି କୋଠା କୁ ବହୁ ମାନ୍ୟଗନ ବ୍ୟକ୍ତି ଆସୁଥିଲେ ବୋଲି ସ୍ତାନୀୟ ଲୋକ ଆଲୋଚନା କରୁଛନ୍ତି | ସବୁଠାରୁ ବଡ କଥା ହେଉଛି କିଛି ନାବାଳିକା ଯୁବତୀ ଙ୍କୁ ଆଣି ଏମାନେ ଚଢା ଦରରେ ଦେହ ବ୍ୟବସାୟ ରେ ଲଗାଉଥିଲେ ଓ ଏତେ ଦିନ ଧରି ମଧ୍ଯ କେହି କେମିତି ଜାଣି ପାରୁ ନଥିଲେ ତାହା ସାଧାରଣ ରେ ବିସ୍ମୟ ସ୍ରୁଷ୍ଟି କରିଛି |