Odisha news

ଶକ୍ତି ଦେଖାଇଲେ ବାପି ସର୍ଖଲେ , ସ୍ପଷ୍ଟ ହେଲେନି ଚିତ୍ର 

0
ପାରାଦୀପ :  ବନ୍ଦର ନଗରୀ ପାରାଦୀପ ରେ ଅରିନ୍ଦମ ସର୍ଖଲେ ଓରଫ ବାପି ସର୍ଖଲେ ଙ୍କୁ ନେଇ ସବୁବେଳେ ଚର୍ଚ୍ଚା | ସେ ରାଜନୀତି ହେଉ ଅବା ଶ୍ରମିକ ସମାବେଶ | ବାପି ନିଜ ସଂଗଠନ କୁ ମଜବୁତ କରିବା ପାଇଁ ମଝିରେ ମଝିରେ ଶକ୍ତି ପ୍ରଦର୍ଶନ କରିବା ପାଇଁ ପଛାନ୍ତି ନାହିଁ | ବିଧାୟକ ହେବାକୁ ଚେଷ୍ଟା କରି ଅନେକ ଥର ବିଫଳ ର ସ୍ୱାଦ ଚାଖିଥିବା ବାପି ଗତ ପୌର ନିର୍ବାଚନରେ କଂଗ୍ରେସ ଦଳ କୁ ଛାଡି ଆମ ପ୍ରଗତି ଓ ଆମ ପାରାଦୀପ ବ୍ୟାନର ରେ ନିର୍ବାଚନ ପରିଚାଳନା କଲେ ଓ ଉପାଧ୍ୟକ୍ଷା ପଦ କୁ ମଧ୍ଯ ହାତେଇ ନେଲେ | ଆଉ କିଛିଦିନ ସାଧାରଣ ନିର୍ବାଚନ ଥିବାବେଳେ ବାପି ପ୍ରଗତି ଓ ପରିବର୍ତ୍ତନ ଶୋଭାଯାତ୍ରା ନାମରେ ଏକ ମାସ ଆଗରୁ ହୋର୍ଡ଼ିଂ ପୋଷ୍ଟର ବ୍ୟାନର ରେ ସାରା ପାରାଦୀପ ଛାଉଣୀ କରି ଆଜି ସ୍ତାନୀୟ ଜୟଦେବ ସଦନ ପଡିଆରେ ନିଜର ଶକ୍ତି ଦେଖାଇଲେ | ସମସ୍ତେ ଭାବିଥିଲେ ବାପି ଆଜି ମଞ୍ଚରେ ଘୋଷଣା କରିବେ ସେ କେଉଁ ଦଳରୁ ଚଳିତ ନିର୍ବାଚନ ଲଢିବେ ବୋଲି | କାରଣ ନିଜ ଘର କଂଗ୍ରେସ କୁ ପାରାଦୀପରେ ପୋଡି ଆମ ପାରାଦୀପ ଆମ ପ୍ରଗତି ନାମରେ ବାପି ମଂଚ ଗଢି ସଫଳତା ହାସଲ କରିବା ପରେ ପୁଣି ପୋଡିଥିବା ଘରକୁ ବାହୁଡ଼ିବେ ନା ନିଜ ଶକ୍ତି ଦେଖାଇ ପାରାଦୀପ ରେ ନିଜ ଦବଦବା କୁ ବଜାଇ ରଖିବା ସହ ଶାସକ ବିଜେଡି ନେତୃବୃନ୍ଦ ଙ୍କୁ ନିଜ ପ୍ରତି ଆକୃଷ୍ଟ କରିବେ କିମ୍ବା ଚଳିତ ବର୍ଷ ସ୍ଵାଧୀନ ଭାବେ ପ୍ରାର୍ଥୀ ହୋଇ ସମସ୍ତଙ୍କୁ ଚକିତ କରି ରଖିବେ ତାହାକୁ ନେଇ ଲାଗିରହିଥିଲା ସସପେନ୍ସ | ଆଜି ଦିନରେ ଅଦିନିଆ ବର୍ଷା ସାଙ୍ଗକୁ କୋହଲୀଆ ପାଗରେ ବି ବାପି ଙ୍କ ସମର୍ଥକ ମାନେ ଲୋକଙ୍କୁ ମଞ୍ଚ ପାଖକୁ ଡାକି ଆଣିବାକୁ ପ୍ରବଳ ଚେଷ୍ଟା ମଧ୍ଯ କରିଥିଲେ | ଦୋଛକି ଠାରୁ ବିଶାଳ ଶୋଭାଯାତ୍ରା ବାଜା ବାଣ ରେ ବାପି ସର୍ଖଲେ ଆସିଲେ | ମଞ୍ଚରେ ଚାଲିଲା ଭାଷଣବାଜି | ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ହେବ , ସୁପର ହସ୍ପିଟାଲ ଠାରୁ କଲୋନୀ କୁ ବିଦ୍ୟୁତ ପାଣି ଯୋଗାଣ ଉପରେ ସରକାର ଙ୍କୁ ନିବେଦନ କଲେ ବାପି | କିନ୍ତୁ କେଉଁ ଦଳକୁ ଯାଉଛନ୍ତି ତାହା ସ୍ପଷ୍ଟ କଲେନାହିଁ ମଧ୍ଯ ଆଜି | କଂଗ୍ରେସ ରେ ଅଛ କି ନାହିଁ ସାମ୍ବାଦିକଙ୍କ ଉତ୍ତରରେ ସମୟ ଆସିଲେ ସବୁ କହିବି , ଲୋକ ଯାହା ଚାହିଁବେ ତାହା କରିବି ବୋଲି ମଧ୍ଯ ପ୍ରକାଶ କଲେ ବାପି | ତେବେ ବାପି ଙ୍କ ନିର୍ବାଚନ ପୂର୍ବରୁ ଏହି ଶକ୍ତି ପ୍ରଦର୍ଶନ ର ଉଦ୍ଦେଶ୍ୟ କଣ ତାହା ଆଜିବି ସାଧାରଣ ଲୋକ ବୁଝି ପାରିଲେ ନାହିଁ |
Leave A Reply