Odisha news

ଲୋକସଭା ଓ ବିଧାନସଭା ସଂଯୋଜକଙ୍କୁ କଂଗ୍ରେସ ପକ୍ଷରୁ ସ୍ବାଗତ।                                                                   

0

ଆଠଗଡ ୨୧/୦୧/୨୪ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବ କୁ ପ୍ରଭାରୀ ଡ.ଅଜୟ କୁମାର ଅନୁମୋଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଠଗଡ ବିଧାନସଭା ସଂଯୋଜକ ରୂପେ କଟକ ଜିଲ୍ଲାର କଂଗ୍ରେସର ସାଧାରଣ ସଂପାଦକ ଉଗ୍ରସେନ ଭୂୟାଁ ଓ କଟକ ଲୋକସଭା ସଂଯୋଜକ ରୂପେ ଓଡିଶା ପ୍ରଦେଶ କମିଟିର ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର ଙ୍କୁ ନିଯୁକ୍ତି ଦିଆଯାଇଛି। ଉଭୟଙ୍କ ନିଯୁକ୍ତି ନେଇ ଆଠଗଡ କଂଗ୍ରେସ ପକ୍ଷରୁ ଶୁଭେଚ୍ଛା ଞାପନ କରାଯାଇଛି। ଆଠଗଡ ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ସୁଦର୍ଶନ ସାହୁ , ଆଠଗଡ ବିଧାନସଭା ଯୁବ କଂଗ୍ରେସର ପୂର୍ବତନ ସଭାପତି ଇଂ ପ୍ରିୟବ୍ରତ ଦାସ , କିରଣବିହାରୀ ଖଟୁଆ , ମିନିଷ୍ଟର ପ୍ରଧାନ ,କୈଳାସ ଚନ୍ଦ୍ର ସାହୁ , ବିପିନି ମହାପାତ୍ର , ଗଦାଧର ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଉଭୟଙ୍କ ରାଜନୈତିକ ଦକ୍ଷତା ଓ ନେତୃତ୍ବରେ ସଂଗଠନ ସୁଦୃଢ଼ ହେବ ବୋଲି ପ୍ରକାଶ କରିଛନ୍ତି।

Leave A Reply