ପାରାଦୀପ : ପ୍ରଥମେ ସମ୍ପର୍କ ବାନ୍ଧିଲେ , ତାପରେ କଥାବାର୍ତ୍ତା ଆଉ ସୁଯୋଗ ଉଣ୍ଡି ଚାଲ ବୁଲିବାକୁ ସାଙ୍ଗରେ ଯିବୁ କହି କରିନେଉଥିଲେ ଅପହରଣ | ଟିକେଟ ମଧ୍ଯ କଟା ସରିଥିଲା | ଟ୍ରେନ ଆସିବାକୁ ମାତ୍ର ଆଉ କେଇ ମିନିଟ ବାକି ଥିଲା | ଠିକ ଏତିକି ବେଳେ ମାଡି ବସିଲେ ପରିବାର ଲୋକେ | ଏଭଳି ଏକ ନାବାଳିକା ଅପହରଣ ଘଟଣା ଏବେ ବନ୍ଦର ନଗରୀ ପାରାଦୀପ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ବେଳେ ଅପହରଣକାରୀ ହେଉଛନ୍ତି ଦୁଇ ମହିଳା | ଯାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରିଦେଇଛି | ପାରାଦୀପ ଚାନ୍ଦିନୀ ଗ୍ରାମର କାଞ୍ଚନ ସରକାର ଆଉ ଚନ୍ଦନା ସରକାର | ଦୁଇ ଭଉଣୀ ବୋଲି ନିଜକୁ ପରିଚୟ ଦେଉଥିବା ବେଳେ ସ୍ଵାମୀ କୁ ଛାଡି ଏବେ କାଞ୍ଚନ ଏକାକୀ ରହୁଛନ୍ତି | ଆଉ ଟାର୍ଗେଟ ରେ ରଖୁଥିଲେ କୁମାରୀ ଝିଅ ମାନଙ୍କୁ | ପାରାଦୀପ ର ଦୁଇ ନାବାଳିକା ଙ୍କୁ ପ୍ରଥମେ ସମ୍ପର୍କ ଗଢିଲେ ଓ ପରେ ମୋବାଇଲ ରେ କଥା ହେବା ସହ ନିଜ ପ୍ରେମିକ ମାନଙ୍କ ପାଖରେ ନେଇ ପହଞ୍ଚାଇ ଦେବାକୁ କହି ନାବାଳିକା ମାନଙ୍କର ବିଶ୍ବାସ ଭାଜନ ହେଉଥିଲେ କାଞ୍ଚନ | କିଛି ଦିନର କଥାବାର୍ତ୍ତା ପରେ ବିଶ୍ବାସ ଆସିବା ପରେ କରୁଥିଲେ ଅପହରଣ ଯୋଜନା | ଗତ କାଲି କାଞ୍ଚନ ନିଜ ମାୟାଜାଲ ରେ ଫଶାଇ ଦୁଇ ନାବାଳିକା ଙ୍କୁ ତାଙ୍କ ପରିବାରଙ୍କୁ ନଜଣାଇ ନେଇ ଯାଉଥିଲେ ସୁଦୂର ତାମିଲନାଡୁ | ଯାହାର ଏବେ ପର୍ଦ୍ଦାଫାସ ହୋଇଛି |
ନିଜର ନାବାଳିକା ଝିଅ କୁ ନପାଇ ବାପା ଖୋଜି ଖୋଜି କଟକ ରେଳ ଷ୍ଟେସନ ରେ ପହଂଚିବା ପରେ ନିଜ ଝିଅ ସହ ଆଉ ଜଣେ ନାବାଳିକା କୁ ମଧ୍ଯ ଉଦ୍ଧାର କରିଛି | ଦୁଇ ଅପହରଣକାରୀ ମହିଳା ଙ୍କୁ ପୋଲିସ ର ଜିମା ଦିଆଯାଇଥିବା ବେଳେ ପୋଲିସ ଏବେ ଆରମ୍ଭ କରିଛି ତଦନ୍ତ | କାଞ୍ଚନ ର ବ୍ୟାଗରୁ ଦାମୀ ମୋବାଇଲ , ପୁଳା ପୁଳା ଟଙ୍କା ବାହାରୁଥିବା ବେଳେ କାଞ୍ଚନ ଏହି ନାବାଳିକା ମାନଙ୍କୁ ନେଇ ତାମିଲନାଡୁ କଣ ପାଇଁ ଯାଉଥିଲା , ତାର ଉଦ୍ଦେଶ୍ଯ ଥିଲା କଣ , କାଞ୍ଚନ କୁ ପାରାଦୀପ ଷ୍ଟେସନ ରେ ଟିକେଟ କାଟି ଦେଇଥିବା ସେ ଯୁବକ ଜଣଙ୍କ କିଏ | କୁଆଡେ ଗଲେ ସେ ଅଟୋ ଚାଳକ | ତାହା ଏବେ ତଦନ୍ତ ସାପେକ୍ଷ | ସୌଭାଗ୍ୟ ବସତ ଦୁଇ ନାବାଳିକା ଧରାପଡିଲେ ସତ ହେଲେ ଏ ରାକେଟ ରେ କେଉଁମାନେ ସମ୍ପୃକ୍ତ ତାହା ପର୍ଦ୍ଦାଫାସ କରିବା ପୋଲିସ ପାଇଁ ଜରୁରୀ ହୋଇ ପଡିଛି |