Odisha news

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼।।

0
ବ୍ରହ୍ମପୁର : ପୁଣି ଅଶାନ୍ତ ହୋଇଛି ବ୍ରହ୍ମପୁର ସହର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଉପରକୁ ବୋମା ହୋଇଛି। ବୋମା ମାଡ଼ ପରେ ଦୃବୃତ୍ତ ମାନେ ଫେରାର ହୋଇଯାଇଛନ୍ତି। ଏପରି ଘଟଣା ଘଟିଛି  ବୈଦ୍ୟନାଥ ଥାନା ଅନ୍ତର୍ଗତ ଅନନ୍ତ ନଗର 7 ଲାଇନି ରେ ।
ପୋଲିସ ସୂଚନା ଅନୁଯାୟୀ, ଛତ୍ରପୁର ଅଞ୍ଚଳର ଜଲାଲ୍ ଖାନ୍ କିଛି ବର୍ଷ ହେବ ଅନନ୍ତ ନଗରରେ ଭଡ଼ା ଘରେ ରହିଆସୁଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୯.୦୦ ସମୟରେ
ଦୁଇ ଜଣ ଦୃବୃତ୍ତ ବାଇକ୍ ରେ ଆସି ଭଡ଼ାରେ ରହୁଥିବା ଜଲାଲ୍ ଖାନ୍ ଘରକୁ ଗୋଟିଏ ବୋମା ମାଡ କରିଥିଲେ । ବୋମା ମାଡ଼ରେ
ଜଲାଲ୍ ଖାନ୍ ଙ୍କ ଘର ନିକଟରେ ପ୍ରଚଣ୍ଡ ଶବ୍ଦ ହେବା ସହ ବାଟ ଭାଙ୍ଗି ଯିବା ସହ ଅଞ୍ଚଳ ରେ ଧୁଆଁ ମୟ ହୋଇଯାଇଥିଲା । ଶବ୍ଦ ଶୁଣି ଉପରେ ରହୁଥିବା କିଛି ଲୋକ ଦୁଇ ଜଣ ବାଇକିରେ ଚାଲିଯାଇଥିଲେ । ଭାଗ୍ୟ ବଶତଃ ଜଲାଲ୍ ଖାନ୍ ଙ୍କ ଘର ବନ୍ଦ ରହିଥିଲା । ସେ ଖାଇବା ଆଣିବା ପାଇଁ ଯାଇଥିଲେ । ଆଶିଦେଖିଲା ବେଳକୁ ଘର ସମ୍ମୁଖରେ ବୋମା ଫୁଟି ଥିବା ସହ କିଛି କାଚ କଣ୍ଟା ପଡିଥିବା ଦେଖିଥିଲେ । ଏନେଇ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭଳି ହୋଇଥାଇପାରେ ବୋଲି ଜଣା ପଡ଼ିଛି।

Leave A Reply