Odisha news

ଆଜି ଉଦଘାଟିତ ହେବ କଳିଙ୍ଗ ବାଲିଯାତ୍ରା 

0
ପାରାଦୀପ : ପ୍ରସ୍ତୁତି ଶେଷ | ସଜେଇ ହେଲାଣି ବିଜୁ ମୈଦାନ | ଆଉ ମାତ୍ର କେଇ ଘଣ୍ଟା ପରେ ଉଦଘାଟିତ ହେବ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା | ଓଡ଼ିଆ ଅସ୍ମିତା ର ପ୍ରତିଛବି ବଖାଣିବା ଏହି ମହାନ ପରମ୍ପରା |  ମାତ୍ର କେଇ ଘଣ୍ଟା ର ଅପେକ୍ଷା | ପାରାଦୀପ ସମୁଦ୍ର କୂଳ ବିଜୁ ମୈଦାନ ବଖାଣିବ ଆମ ସାଧବାଣୀ aai ସାଧବ ପୁଅ ଙ୍କ ବୀରତ୍ୱର ଗାଥା | ସମୁଦ୍ର ର ବୁକୁ ଚିରି ସାତ ଦରିଆ ପାରି ହୋଇ ବାଣିଜ୍ୟ କରିବାକୁ ଯିବା ପୂର୍ବରୁ ସମୁଦ୍ର କୂଳରେ ଯେମିତି ଲାଗୁଥିଲା ବେପାର ବଣିଜ ର ପସରା, ତାହା ପୁଣି ଦେଖିବାକୁ ମିଳିବ ବିଜୁ ମୈଦାନ ରେ | ଓଡ଼ିଆ ପୁଅର ଗୀତି ଗାରିମା କୁ ଉଜ୍ଜିବିତ କରିବା ଉଦ୍ଦେଶ୍ଯ ନେଇ ଖୋଦ ପ୍ରଶାସନ କରୁଛି ଏହି କଳିଙ୍ଗ ବାଲିଯାତ୍ରା | ରାଜ୍ଯ ତଥା ରାଜ୍ଯ ବାହାରୁ ଆସି ସାରିଲେଣି ବ୍ୟବସାୟୀ ମାନେ | ନିଜ ନିଜ ସ୍ଥାନ ଅଧିକାର କରି ସାରିଥିବା ବେଳେ ଖୋଲିବାକୁ ପ୍ରସ୍ତୁତ ହେଲାଣି ଭଳିକି ଭଳି ଷ୍ଟଲ | 26 ତାରିଖ ଅର୍ଥାତ ଆସନ୍ତା କାଲି ଏହା ଉଦ୍ଘାଟନ ହୋଇ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଦିନ ସାଂସ୍କୃତିକ ସଭା ମଧ୍ଯ ଅନୁଷ୍ଠିତ ହେବ | ଚଳିତ ବର୍ଷ ଥାଇଲାଣ୍ଡ, ଆସାମ ର କଳାକାର ମାନଙ୍କ ସହ ରାଜ୍ୟର ନାମୀ ଦାମୀ କଳାକାର ଏହି ମଞ୍ଚରେ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ମଧ୍ଯ ପାଇବେ | ଚଳିତ ବର୍ଷ 400 ରୁ ଉର୍ଦ୍ଧ ଷ୍ଟଲ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇଥିବା ବେଳେ ଏବେ ସୁଦ୍ଧା 250 ଷ୍ଟଲ re ବ୍ୟବସାୟୀ ମାନେ ଆସି ସେମାନଙ୍କ ବ୍ୟବସାୟ ର ପସରା ମେଲାଇ ସାରିଲେଣି | ପ୍ରତିଦିନ ପ୍ରବଳ ଜନଗହଳିକୁ ଦୃଷ୍ଟି ରେ ରଖି ପାର୍କିଂ ବ୍ୟବସ୍ତା ଓ ଟ୍ରାଫିକ ନିୟନ୍ତ୍ରଣ ସହ ବ୍ୟାପକ ପୋଲିସ ମୁତୟନ ମଧ୍ଯ କରାଯାଉଛି | ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକମାନେ ବାଲିଯାତ୍ରା ଦେଖିବା ସହ କିଭଳି ଚାଟ ଚଟପଟି ର ମଜା ନେଇ ପାରିବେ ଓ ଘର କରଣା ଜିନିଷ କିଣି ପାରିବେ ତାକୁ ନେଇ ପ୍ରଶାସନ ବ୍ୟାପକ ବ୍ୟବସ୍ତା ଚଳିତ ବର୍ଷ କରିଥିବା ଜଣାପଡ଼ିଛି |
ନୌବାଣିଜ୍ୟ ର ସ୍ମୃତି କୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆଗାମୀ ଦାୟାଦ ଙ୍କ ମାନସ ପଟ ରେ ଓଡ଼ିଆ ଜାତିର ବୀରତ୍ୱ ର ଗାଥା କୁ ନେଇ ବେଶ ପ୍ରେରଣାଦାୟି ହେବ ବୋଲି କୁହାଯାଉଛି |
Leave A Reply