Odisha news

ବୋଇତ ବନ୍ଦାଣ ରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି 

0
ପାରାଦୀପ : ପାରାଦୀପ ବୋଇତ ବନ୍ଦାଣ ଉତ୍ସବ ରେ ଚଳିତ ବର୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଚଳିତ ମାସ 27 ତାରିଖ ରେ ଏହି ବୋଇତ ବନ୍ଦାଣ ଉତ୍ସବ ପାରାଦୀପ ବନ୍ଦର ଅଥରେଟି ଙ୍କ ପକ୍ଷ୍ୟରୁ ପାଳନ ହେବାକୁ ଯାଉଥିବା ବେଳେ ଏହି ମହାନ ଉତ୍ସବ ରେ ମହାମହିମ ଯୋଗଦେବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଥିବା ଜଣାପଡିଛି | ମହାମହିମ 27 ତାରିଖ ଦିନ 10 ଟା ଠାରୁ ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ରହିବେ ବୋଲି ମଧ୍ଯ ଜଣାପଡିଛି | ଆମ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା, ସାତ ସାଧବ ପୁଅ ଙ୍କର ବୀରତ୍ୱ ର ଗାଥା ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବ ବନ୍ଦର କର୍ତ୍ତୁପକ୍ଷ ପ୍ରତିବର୍ଷ ପାଳନ କରୁଥିବା ବେଳେ ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି ଙ୍କୁ ମୁଖ୍ୟ ଅତିଥି ଭାବେ ପାଇବାକୁ ଯାଉଚି ପାରାଦୀପ ବନ୍ଦର | ଏହି ସଂକ୍ରାନ୍ତରେ ବନ୍ଦର କର୍ତ୍ତୁପକ୍ଷ ଆନୁଷ୍ଠାନିକ ଭାବେ ପ୍ରେସ କୁ କିଛି ସୂଚନା ନଦେଇ ଥିଲେ ମଧ୍ଯ ଗତ କାଲି ରାତିରୁ ଏହି ସ୍ୱୀକୃତି ପତ୍ର ଆସିବା ପରେ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୁପକ୍ଷ ତତ୍ପର ହୋଇ ଉଠିଛନ୍ତି | କିଭଳି ମହାମହିମ ଙ୍କୁ ଭବ୍ୟ ସ୍ଵାଗତ କରାଯିବ, ତାହାକୁ ନେଇ ଆରମ୍ଭ ହୋଇଛି ଯୋଜନା | ପ୍ରତି ବର୍ଷ ଏହି ଉତ୍ସବ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଅନୁଷ୍ଠିତ ହେଉଥିଲା ବେଳେ ଚଳିତ ବର୍ଷ ଏକ ନିଆରା ଢଙ୍ଗ ରେ ଏହାକୁ ପାଳନ କରିବାକୁ ବନ୍ଦର କର୍ତ୍ତୁପକ୍ଷ ଅଣ୍ଟା ଭିଡିଛନ୍ତି | ପାରମ୍ପରିକ ବେଶ ଭୂଷଣ, ସାତ ସାଧବ ସାଧବାଣୀ ସୁସଜ୍ଜିତ ବୃହତ୍ତ ଡଙ୍ଗା, ସାଙ୍ଗକୁ ନାଚ ଗୀତ ର ଆସର ଜମିବ ଚଳିତ ବୋଇତ ବନ୍ଦାଣ ଉତ୍ସବ ରେ |
Leave A Reply