Odisha news

ଦେବୀ ନଦୀ ରେ ଭାସିଗଲେ କାଉଡିଆ

0
ପାରାଦୀପ : ପୁଣି ଘଟିଲା ଅଘଟଣ  | ଅସାବଧାନତା ଯୋଗୁ ଦେବୀ ନଦୀ ରେ ପୁଣି ଭାସିଗଲେ ଜଣେ କାଉଡିଆ | ଶୈବପିଠରେ ଜଳ ଲାଗୀ ପାଇଁ ଦେବୀ ନଦୀ ରୁ ପାଣି ଉଠାଇବାକୁ ଯାଇ ନଦୀର ପ୍ରଖର ଜଳ ସ୍ରୋତ ମଧ୍ୟରେ ସେ ଭାସିଯାଇଥିବା କୁହାଯାଉଛି  | ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାଲବେଲପୁର ନିକଟ ଦେବୀ ନଦୀ ଘାଟରେ ଏହି ଅଘଟଣ ଘଟିଥିବା କୁହାଯାଉଛି  |  ନିଖୋଜ କାଉଡ଼ିଆ ଅପଣ୍ଡାର କୁଳ ସାହି ଗାଁର ଚନ୍ଦନ ଓଝା ହୋଇଥିଲା ବେଳେ ଅନ୍ୟ କାଉଡିଆ ଙ୍କ ସହ ସେ ମିଶି ପାଣି ଉଠାଉଥିଲେ । ଅନ୍ୟମାନେ ପାଖରେ ଥାଇ ମଧ୍ଯ ସେ କିଭଳି ଭାସିଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଅଗ୍ନିଶମ ବାହିନୀର ଖୋଜା ଖୋଜି ଜାରି ରହିଛି ।
Leave A Reply