Odisha news

ଇଲିଶି ବଜାର ପଡିଛି ଫିକା 

0
ପାରାଦୀପ : ଫିକା ପଡିଛି ଇଲିଶି ବଜାର  | ସାଧାରଣ ଲୋକଙ୍କ ଭାତ ଥାଳି ପାଇଁ ସ୍ଵପ୍ନ | ସୁଆଦିଆ ଇଲିଶି ମାଛ ଏବେ ବେଶ୍ ମହରଗ  | ଇଲିଶି ବଜାର ରେ ଚଢା ଦର  | ଲୋକଙ୍କ ପାଟିରେ ବାଜି ପାରିଲା ନାହିଁ ଇଲିଶି ମାଛ | ଯାହାକୁ ନେଇ ଗ୍ରାହକ ମାନେ ଅସନ୍ତୋଷ  | ନଦୀରେ ଗୋଳି ପାଣି ଆସି ସମୁଦ୍ର ରେ ମିଶିଲେ ଭରପୂର ଧରା ଦିଅନ୍ତି ଇଲିଶି  | ଚଳିତ ବର୍ଷ ଏହି ଗୋଳି ପାଣି ନଦୀରେ ଆସିଥିଲେ ସୁଦ୍ଧା ଇଲିଶି ମାଛ ର ଦେଖା ନାହିଁ  | ଟନ ଟନ ଇଲିଶି ମାଛ ପାଇଁ ପାରାଦୀପ ରେ ଏହି ସମୟରେ ଭିଡ ଜମିବାକୁ ଥିବା ବେଳେ ବଜାର ପଡିଚି ଫିକା  | କାରଣ ଚଳିତ ବର୍ଷ ଏହି ସୁଆଦିଆ ଇଲିଶି ମାଛ ଏବେ ଧରା ଦେଉନାହାନ୍ତି  | ଯାହାକୁ ନେଇ ଚିନ୍ତାରେ ଏଠାକାର ବ୍ୟବସାୟୀ  |
ଏହି ଦିନରେ ପ୍ରତେକ ଇଲିଶି ମାଛ ଟିକେ ପାଟିରେ ମାରିବାକୁ ଅନେଇ ବସିଥିବା ବେଳେ ଏହା ଏବେ ସମସ୍ତଙ୍କ ପାଇଁ ସ୍ଵପ୍ନ ପଲଟିଯାଇଛି  | ପାଣି ପ୍ରଦୂଷଣ ପାଇଁ ଦିର୍ଘ 5 ବର୍ଷ ହେବ ଇଲିଶି ମାଛ ସେତେଟା ଧରା ପଡୁନଥିବା ବେଳେ ସାଧାରଣ ଲୋକ ଙ୍କ ଇଲିଶି ଖାଇବା ଆଶା ଆଶାରେ ରହିଯାଇଚି  | ଦିନ ଥିଲା ପାରାଦୀପ ର ବାଲିପ୍ଳଟ ରେ ଏହି ମାଛ ବିକ୍ରି କରିବା ପାଇଁ ପୋଲିସ ର ସହାୟତା ନେବାକୁ ପଡୁଥିବା ବେଳେ ଆଜି ଏହି ବଜାର ପୁରା ଖାଁ ଖାଁ  | ଚଳିତ ବର୍ଷ ସ୍ଵଳ୍ପ ପରିମାଣ ର ଏହି ଇଲିସି ମାଛ ପଡୁଥିବା ବେଳେ ତାର କେଜି ପ୍ରତି ଆଡ଼େଇ ହଜାର ରୁ 32 ଶହ ଟଙ୍କା ରେ ବିକ୍ରି ହେଉଛି  | ଫଳରେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନେ ଇଲିଶି ଖାଇବା ପାଇଁ ବଜାର ଆସୁଥିବା ବେଳେ ଦାମ ଶୁଣି ମୁହଁ ଫେରାଇ ଯିବାକୁ ବାଧ୍ୟ ହେଉଛନ୍ତି  | ପାରାଦୀପ ରେ ଗଢି ଉଠିଥିବା କଳକାରଖାନା ରୁ ନିର୍ଗତ ପ୍ରଦୂଷଣ ଯୁକ୍ତ ପାଣି ସମୁଦ୍ର ରେ ମିଶିବା ଫଳରେ ଏହି ମାଛ ଆଉ ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି  | ଇଲିଶି ମାଛ ପାଇଁ ପ୍ରସିଦ୍ଧ ଥିବା ପାରାଦୀପ ଏବେ ଧୀରେ ଧୀରେ ଏହି ମାଛ ନମିଳିବାରୁ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି  | ବେଳ ହୂଁ ପାରାଦୀପ ରେ ପ୍ରଦୂଷଣ ରୋକା ନଗଲେ ଏହି ମାଛ ଯେ ଦିନେ ଦେଖିବାକୁ ସ୍ଵପ୍ନ ନହେବ , ତାହା କିଏ କହିବ  |
Leave A Reply