ପାରାଦୀପ୍ : ପାରାଦୀପ ନୂଆଗାଁ ବାଲିସାହି ଗାଁର ଏକ କିଆ ବୁଦାରୁ ଖଣ୍ଡ ବିଖଣ୍ଡ ମଣିଷ କଙ୍କାଳ ଠାବ | କେହି ଦୃର୍ବୁତ କାହାକୁ ଖଣ୍ଡ ଖଣ୍ଡ କରି କାଟି ମୃତଦେହକୁ ଏଠାରେ ଲୁଚାଇଥିବା ସନ୍ଦେହ କରାଯାଉଛି | କଙ୍କାଳ ଟି ପ୍ରାୟ ଦୁଇ ତିନି ମାସ ହେବ ପଡିଥିବା ଓ ବୟସ ପାଖାପାଖି ୪୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ସନ୍ଦେହ କରାଯାଉଛି | ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ପୋଲିସ ଜଗିରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଆରମ୍ଭ କରିବା ସହ ଡି ଏନ୍ ଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିଥିବା ଜଣାପଡିଛି | ତେବେ କିଏ କାହାକୁ ଆଣି ହତ୍ୟା କଲା ଓ ଏଭଳି ଲୁଚେଇ ପକାଇ ପଳାଇଛି , ତାହା ବୁଝା ପଡୁନଥିବା ବେଳେ ପୋଲିସ ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି |