Odisha news

ବୁଗୁଡ଼ାରେ ବୃଦ୍ଧି ପାଉଛି ନକଲିବ୍ରାଣ୍ଡ୍ ପାଣି ବିକ୍ରି , ଠକାମୀର ଶିକାର ହେଉଛନ୍ତି ଗ୍ରାହକ

0
ବୁଗୁଡ଼ା : ତା ୨୩/୦୫/୨୩ : ବୁଗୁଡ଼ା ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଭୌଗୋଳିକ କଳେବର ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇଛି । ସହର ସହ ବିଭିନ୍ନ ଗ୍ରାମାଞ୍ଚଳରୁ ଦୈନନ୍ଦିନ ହଜାର ହଜାର ଲୋକଙ୍କ ସହରକୁ ଆତଯାତ ଲାଗି ରହିଛି । ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଦ୍ରବ୍ୟ କ୍ରୟ ବିକ୍ରୟ ସକାଶେ ସକାଳୁ ରାତି ଯାଏଁ ସହରରେ ଗହଳ ଚହଳ ଲାଗି ରହୁଛି। ଏସବୁ ସତ୍ତ୍ୱେ ଔଷଧ ପତ୍ର,ଖାଦ୍ୟ ପଦାର୍ଥ ଓ ବିଶୁଦ୍ଧ ପାନୀୟ ଜଳ ଆଦି ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ ଥିବା ବେଳେ ଏବେ ନକଲି ବ୍ରାଣ୍ଡର ପାଣି ବ୍ୟବସାୟ କିଛି ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ଏବେ ପୁଷମାସ ପାଲଟିଛି । ତାତି ବଢିବା ସାଙ୍ଗକୁ ଦିନକୁ ଦିନ ନକଲି ବ୍ରାଣ୍ଡର ପାଣି ବୋତଲ ବିକ୍ରି ମଧ୍ୟ ବୃଦ୍ଧି ପାଇଥିବା ବେଳେ ଏହି ଅବାଧ କାରବାର ସହରର ମୁଖ୍ୟ ରାସ୍ତାକଡ଼ ସମେତ ବିଭିନ୍ନ ଗଳିକନ୍ଦିରେ ଥିବା ଚା ପାନ ଦୋକାନ,ଜଳଖିଆ ଦୋକାନ,ହୋଟେଲ, ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ଼ ଦୋକାନ ଓ ମୃଦୁ ପାନୀୟ ଦୋକାନ ଗୁଡିକରେ ବହୁଳ ଭାବରେ ନକଲି ବ୍ରାଣ୍ଡର ପାଣି ବୋତଲ ଖୁଲମଖୁଲା ଉପଲବ୍ଧ ହେଉଛି। ବିଭିନ୍ନ ଗାଁ ଗଣ୍ଡାରେ ମଧ୍ୟ ଏଭଳିନକଲି ବ୍ରାଣ୍ଡର ପାଣି ବୋତଲ ସହ ନିଷିଦ୍ଧ ହୋଇଥିବା ପାଣି ପାଉଚ ମଧ୍ଯ ସୁବିଧା ଓ ସହଜରେ ହାତ ପାହାନ୍ତାରେ ଉପଲବ୍ଧ ହେଉଛି । କିନ୍ତୁ ଏସବୁ ପାଣି ବୋତଲ ଯେ ଅସଲି କିମ୍ବା ନକଲି ତାର ଗୁଣାତ୍ମକ ମାନ ଜାଣିବା ଦୂରେ ଥାଉ କିନ୍ତୁ ଦୋକାନୀକୁ ୫ ଟଙ୍କା,୧୦ ଟଙ୍କା କିମ୍ବା ୨୦ ଟଙ୍କା ବଢ଼ାଇଲେ ମିଳିଯାଉଛି ବିଭିନ୍ନ ବ୍ରାଣ୍ଡର ପାଣି ବୋତଲ। ଢୋକେ ଢୋକେ ପିଇ ଆତ୍ମ ସନ୍ତୋଷ ହେଉଥିବା ଗ୍ରାହକଙ୍କ ଲାଗି ଏହା ଅଭ୍ୟାସରେ ପରିଣତ ହୋଇଛି। ବୁଗୁଡା ଥାନା ଅଞ୍ଚଳରେ କିଛି ହାତ ଗଣତି ପାଣି ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରିକୁ ଗ୍ରାହକ ଲାଗି ସଚେତନ ଓ ସତର୍କତା ପୂର୍ବକ ବିଶୁଦ୍ଧ ଓ ଗୁଣବତ୍ତା ପାଣି ପ୍ରସ୍ତୁତ କରୁଥିବା ବେଆଇନ ଭାବେ ଏବେ ଛତୁ ଫୁଟିଲା ଭଳି ମାଳ ମାଳ ନକଲି ପାଣି ବୋତଲ ପ୍ରସ୍ତୁତକାରୀ ବ୍ୟବସାୟୀ ମୁଣ୍ଡ ଟେକି ଥିବା ଜଣାପଡିଛି। ସ୍ଥାନୀୟ ସହର ସମେତ ଆଖପାଖ ଅଞ୍ଚଳରଅଞ୍ଚଳରେ ଏଭଳି ଅସାଧୁ କାରବାରର ଚେର ଲମ୍ବିଥିବା ବେଳେ ତୃଷାର୍ତ୍ତ ଗ୍ରାହକ ସିଧାସଳଖ ଠକାମୀର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଭଳି ବେଆଇନ ଭାବେ ଦୈନିକ ହଜାର ହଜାର ଲିଟର ନକଲି ବ୍ରାଣ୍ଡର ପାଣି ବୋତଲ ବିକ୍ରି ହେଉଥିବା ବେଳେ ପ୍ରଶାସନର ତଳିଆ କର୍ମଚାରୀ ଠାରୁ ଆରମ୍ଭ କରି ଉପର ହାକିମ ଯାଏଁ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା ଚର୍ଚ୍ଚା ହେଉଛି। ଏଣେ ପ୍ରଶାସନିକ ନିଷ୍କ୍ରିୟତାର ଫାଇଦା ଉଠାଇ ନକଲି ପାଣି ପ୍ରସ୍ତୁତକାରୀ ବ୍ୟବସାୟୀ ଆଇନ କାନୁନକୁ ଦଳି ମକଚି ସିଧାସଳଖ ଗ୍ରାହକଙ୍କ ଉପରେ ଶୋଷଣ ନୀତି ଆପଣେଇଥିବା ଜଣାପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିପୁଳ ପରିମାଣର ଟିକସ ଫାଙ୍କି ଦୈନିକ ହଜାର ହଜାର ଟଙ୍କାର କଳା ବ୍ୟବସାୟର କାୟା ବିସ୍ତାର କରୁଥିବା ବେଳେ ସାଧୁଙ୍କ ଅଘୋଷିତ ଓ ଗୁପ୍ତ ବୁଝାମଣା ଯୋଗୁଁ ନକଲି ବ୍ରାଣ୍ଡ ଏବେ ଅସଲି ବ୍ରାଣ୍ଡ ବିଶୁଦ୍ଧ ପାଣି ବୋତଲ ରୂପେ ସବୁଠାରେ ପରିଚୟ ସୃଷ୍ଟି କରିଛି। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ବେଆଇନ କାରବାର ପ୍ରତି ଧ୍ୟାନ ଦେଇ ଦୃଢ ପଦକ୍ଷେପ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି ।
Ad2
Leave A Reply