ପାରାଦୀପ : ମା ର ଗେଲବସରିଆ ପୁଅ ଥିଲା ସେ | ପ୍ରତିଦିନ ମା କୁ ସ୍କୁଲ ନବା ଆଣିବା ମଧ୍ଯ କରୁଥିଲା | ହେଲେ ଆଜି କଣ ହେଲା କେଜାଣି ହଠାତ୍ ରାଗି ଗଲା | ଆଉ ଉଗ୍ର ରୂପ ଧାରଣ କରି ମା କୁ ଏକ ଧାରୁଆ କଟୁରୀ ରେ ଚୋଟ ପରେ ଚୋଟ ମାରି ଚାଲିଲା ସେ | ଯାହା ଫଳରେ ମା ରକ୍ତ ଜୁଡୁବୁଡୁ ହୋଇ ତଳେ ପଡି ମରିଗଲା | ଏଭଳି ଆଜି ଦେଖିବାକୁ ମିଳିଛି ପାରାଦୀପ୍ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମ ରେ | ହତ୍ୟାକାଣ୍ଡ ରେ ସୁଲୋଚନା ଦେଇ ଙ୍କର ମୃତ୍ୟୁ | ସୁଲୋଚନା ଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡିଛି | ପୋଲିସ ପୁଅ କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି | ଗତକାଲି ସୁଲୋଚନା ଙ୍କର ମା ଙ୍କର ଶ୍ରାଦ୍ଧ ଥିଲା | ଏବଂ ସମସ୍ତ ବନ୍ଧୁ ପରିଜନ ଆସିଥିଲେ | ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଯାଇଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି | ମା ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ପୁଅ ଅଂଶୁମାନ ତାଙ୍କୁ ସ୍କୁଲ କୁ ନବା ଆଣିବା କରେ | ଆଜି ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବା ବେଳେ ପୁଅ ଅଂଶୁମାନ ଏକ କଟୁରୀ ସାହାଯ୍ୟରେ ମା ଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଓ ଘଟଣାସ୍ଥଳରେ ହିଁ ମା ସୁଲୋଚନା ଙ୍କର ମୃତ୍ୟୁ ହୋଇଥିଲା |