ଡ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ମିଳିଲା ମର୍ଯ୍ୟାଦାପୂର୍ଣ୍ଣ କଳିଙ୍ଗ ଭାରତୀ ସମ୍ମାନ
ନିରାକାରପୁର : କଳିଙ୍ଗ ଭାରତୀ ମର୍ଯ୍ୟାଦା ଜନକ ବିଛନ୍ଦ ଚରଣ ସମ୍ମାନ ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସାହିତ୍ୟିକ ଏବଂ ଭଞ୍ଜ ସାହିତ୍ୟ ଗବେଷକ ଆଲୋଚକ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ର ଡ଼ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ କଟକ ଭଞ୍ଜ ମଣ୍ଡପରେ ପ୍ରଦାନ କରାଯାଇଛି।ସମ୍ମାନ ସ୍ୱରୂପ ମାନପତ୍ର, ଉପଢ଼ୌକନ ଫଳକ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଜଷ୍ଟିସ ସୂର୍ଯ୍ୟ ନାରାୟଣ ନାଇଡୁ, ପଦ୍ମଶ୍ରୀ ଶ୍ୟମା ମଣି ଦେବୀ, ଅନୁଷ୍ଠାନର ସଭାପତି ଡ ଶୈଳଶ୍ୱର ନନ୍ଦ, ଆକାଶବାଣୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀମତୀ ଜୟନ୍ତୀ ରଥ, ପ୍ରଭାତ କୁମାର ନନ୍ଦ, ରଣଜିତ୍ କର ଓ ପ୍ରସନ୍ନ କୁମାର ନନ୍ଦ। ଶ୍ରୀଯୁକ୍ତ ଦାଶଙ୍କ ସମ୍ମାନ ପ୍ରାପ୍ତି ରେ ତାଙ୍କର ଶୁଭେଚ୍ଛୁ, ମାନେ ଖୁବ୍ ଆନନ୍ଦିତ ହୋଇଛନ୍ତି। ସେହିପରି ଇନ୍ଦିରା ପ୍ରିୟଦର୍ଶିନୀ ଛନ୍ଦ ଓ ଓଡ଼ିଶୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ ହୋଇଛନ୍ତି।