Odisha news

ଖବରକାଗଜ ସହ ମାଗଣାରେ ମାସ୍କ

0

କରୋନା କାଳରେ ଲୋକଙ୍କୁ ସଚେତନ କରାଇବା ପାଇଁ କାଶ୍ମୀର ଖବରକାଗଜ ‘ରୋସ୍‌ନୀ’ ଜୁଲାଇ ୨୨ ସଂସ୍କରଣରେ କାଗଜ ସହ ମାଗଣାରେ ଡିସ୍‌ପୋଜେବଲ୍‌ ମାସ୍କ ବାଣ୍ଟିଛି । ଏ ଉର୍ଦ୍ଦୁ ଖବରକାଗଜର ଫଟୋ ଏବେ ସୋସାଲ୍‌ ମିଡ଼ିଆରେ ଭାଇରାଲ ହେବା ସହ ପାଠକଙ୍କ ପ୍ରଶଂସା ସାଉଁଟୁଛି । କାଶ୍ମୀରର ଏହା ସବୁଠୁ ପୁରୁଣା ସମ୍ବାଦପତ୍ର । ଫ୍ରଣ୍ଟ୍‌ ପେଜ୍‌ରେ ଗୋଟିଏ ଲେଖାଏଁ ମାସ୍କ୍‌ ଯୋଡାଯାଇ ଲେଖାଯାଇଛି- “ମାସ୍କ ବ୍ୟବହାର ଅତ୍ୟନ୍ତ ଜରୁରୀ। ଏହା କେବଳ ନିଜକୁ ନୁହେଁ, ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ କରୋନାଭାଇରସ୍‌ରୁ ରକ୍ଷା କରିବ ।’’ ଲୋକେ ମାସ୍କ ପିନ୍ଧୁ ନ ଥିବାରୁ ଏଭଳି ଏକ ପରିକଳ୍ପନା କରାଯାଇଥିବା ମୁଖ୍ୟ ସମ୍ପାଦକ ଜହୂର୍‌ ଅହମଦ ଶୋରା କହିଛନ୍ତି । ଏ ଖବରକାଗଜର ମୂଲ୍ୟ ମାତ୍ର ୨ ଟଙ୍କା ଯାହା ମାସ୍କର ମୂଲ୍ୟଠାରୁ ମଧ୍ୟ କମ୍‌ ।

Leave A Reply