Odisha news

ମୋବାଇଲ୍ ଆପ୍ ଦ୍ୱାରା କାଶରୁ ଜଣାପଡିବ କରୋନା ସଂକ୍ରମଣ

0

ଭୁବନେଶ୍ୱର , ୨୩ ଜୁଲାଇ – କାଶର ପ୍ରକାରରୁ ଜାଣିହେବ ସମ୍ପୃକ୍ତ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ । ସାଧାରଣ କାଶ ଓ କରୋନା କାଶ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଗବେଷଣା ଚାଲିଥିବା ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ନିପି ଓ ଆରଏମଆରସିର ସହଭାଗିତାରେ ଏହି ଗବେଷଣା କରାଯାଉଛି । ନିପି ପକ୍ଷରୁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଉଛି ଯାହା ବିଭିନ୍ନ ପ୍ରକାରର କାଶର ବିଭାଗୀକରଣ କରିବା ସହିତ କେଉଁ ଧରଣର କାଶ କରୋନା ସଂକ୍ରମଣ ଦ୍ୱାରା ହେଉଥାଏ ତାହା ସୂଚାଇ ଦେବ ବୋଲି ସେ କହିଛନ୍ତି । ଏହି ଆପ୍ ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ ପ୍ରଯୁକ୍ତି ମାଧ୍ୟମରେ ପରିଚାଳିତ ହେବ । ସମ୍ପୃକ୍ତ ରୋଗୀ ପ୍ରଥମେ ମୋବାଇଲରେ କାଶର ଅଡିଓକୁ ରେକର୍ଡ କରିବେ । ଏହାପରେ ଏହି ରେକର୍ଡ ହୋଇଥିବା କାଶର ଶବ୍ଦକୁ ପରୀକ୍ଷା କରାଯିବ ଏବଂ କାଶର ଶବ୍ଦରୁ କରୋନା ପଜିଟିଭ ନା ନେଗେଟିଭ ତାହା ଜାଣାପଡ଼ିଯିବ ।  ଅନ୍ୟପକ୍ଷରେ ରାଜ୍ୟରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ମଧ୍ୟ ଆରଏମଆରସି ନିର୍ଦ୍ଦେଶିକା ପ୍ରତିକ୍ରିୟା ରଖି କହିଛନ୍ତି, ଟେଷ୍ଟ, ଟ୍ରେସ ଓ ଟ୍ରିଟମେଂଟ ପାଇଁ ରାଜ୍ୟରେ ଅଧିକ ପଜିଟିଭ ବାହାରୁଛି ଏବଂ ପଜିଟିଭ ଅଧିକ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ସଂକ୍ରମଣ ଅଧିକ ବାହାରୁଥିବା ଦେଖାଯାଇଛି ।

Har Ghar Tiranga

Leave A Reply