Odisha news

ବେଆଇନ ବାଲି ବୋଝେଇ ୧୪ ଗାଡି ଜବତ

0

ପାଣିକୋଇଲି, ୩ା୯: ପାଣିକୋଇଲି ପୁଲିସ ଆଜି ସଠିପୁର ଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ୧୪ଟି ଗାଡି (୧୦ଟିପର ଓ ୪ହାଇୱା)କୁ ଜବତ କରିବାକୁ ସକ୍ଷମ ହୋଇଛି । ଜବତ ଗାଡିକୁ ଧରି ଥାନାକୁ ଆଣିବା ପରେ ବ୍ୟାସନଗର ତହସିଲଦାରଙ୍କ ଜିମା ଦିଆଯାଇଛି ।

ବୈତରଣୀରୋଡ ପଟୁ ଏହି ବାଲି ଗାଡି ଭଦ୍ରକ ଯାଉଥିବା ବେଳେ ପାଣିକୋଇଲି ପୁଲିସ ସନେ୍ଦହରେ ସେମାନଙ୍କୁ ସଠିପୁର ନିକଟରେ ଅଟକାଇଥିଲା । ମାତ୍ର ସେମାନେ ବାଲିର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ବାଲି ଗାଡିକୁ ଥାନାକୁ ଧରି ଆଣିଥିଲା । ଏନେଇ ବ୍ୟାସନଗର ତହସିଲଦାରଙ୍କୁ ଜିମା ଦିଆଯିବା ପରେ ସେ ଗାଡିଗୁଡିକ ଫାଇନ କାଟି ଛଡାଯିବ ବୋଲି ସୂଚନା ଦେଇଛନ୍ତି

Leave A Reply