Odisha news

ସମୟର ସ୍ରୋତରେ ଗୁରୁ-ଶିଷ୍ୟ

0

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ;
ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶୀ୍ର ଗୁରବେ ନମଃ

ଗୁରୁ ସେ କେବେ ପାଠ ଶିକ୍ଷା ଦିଅନ୍ତି ତ କେବେ ସମାଜରେ ବଂଚିବାକୁ ଶିଖାନ୍ତି, କେବେ ସେ ଲହୁଣୀ ପରି କୋମଳତ କେବେ ସେ ଛାଟ ଧରି ଅନୁସନ୍ଧାନ କରିବାକୁ ଧୁରନ୍ଧର । ସେ ଅନ୍ୟ କେହି ନୁହେଁ ଜୀବନର ପ୍ରତ୍ୟେକଟି ସୋପାନ ଯାହା ବିନା ଅଧୁରା ସେ ହିଁ ଗୁରୁ । ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହ ତୁଳନୀୟ । ପରଂବ୍ରହ୍ମଙ୍କ ସହ ତୁଳନୀୟ ହେଉଛନ୍ତି ଗୁରୁ । ଭାରତ ବର୍ଷରେ ଗୁରୁଙ୍କ ସ୍ଥାନ ଶ୍ରେଷ୍ଟତ୍ୱରେ । ଭାରତୀୟ ସଂସ୍କୃତି ଗୁରୁବାଦ ଉପରେ ପ୍ରତିଷ୍ଠିତ । ଧରାପୃଷ୍ଠରେ ସ୍ୱତନ୍ତ୍ର ଆସନର ଅଧିକାରୀ ହେଉଛନ୍ତି ଗୁରୁ । ଜ୍ଞାନର ଗ୍ରନ୍ଥାଘର ହେଉଛନ୍ତି ଗୁରୁ । ଗୁ ଅର୍ଥ ଅନ୍ଧାର, ରୁ ଅର୍ଥ ଆଲୋକ ଅର୍ଥାତ ଶିଷ୍ୟର ଅଜ୍ଞାନ ରୂପକ ଅନ୍ଧାକାରକୁ ଦୂରୀଭୁତ କରି ଜ୍ଞାନ ରୂପକ ଆଲୋକକୁ ଯେ ବିକଶିତ କରେ ସେ ହିଁ ସଦ୍ଗୁରୁ । ଭାରତୀୟ ସଂସ୍କୃତିରେ ଗୁରୁ ମାନଙ୍କ ସ୍ଥାନ ସର୍ବୋଚ୍ଚରେ । ସୁସ୍ଥ ସମାଜର ବିକାଶରେ ଯାହାର ମୁଖ୍ୟ ଭୁମିକା ଥାଏ ସେ ହିଁ ଗୁରୁ । ସୃଷ୍ଟିର ଆରମ୍ଭରୁ ଗୁରୁ ଶବ୍ଦର ମହତ୍ୱ ଆମ ସମାଜରେ ରହି ଆସିଅଛି । ଶିଶୁ ପାଇଁ ତା ପିତାମାତା ହେଇଛନ୍ତି ପ୍ରଥମ ଗୁରୁ ।

ଗୁରୁଙ୍କ ସ୍ଥାନ ସର୍ବୋଚ୍ଚରେ, ପ୍ରାଚୀନ ଭାରତରେ ଗୁରୁମାନେ ମହାଜ୍ଞାନୀ ଥିଲେ । ପୁରାଣ ମାନଙ୍କରେ ଗୁରୁଙ୍କ ସ୍ଥାନ ଉଚ୍ଚରେ ଥିବାର ପ୍ରମାଣ ମିଳେ । ଆବହମାନ କାଳରେ ମନୁଷ୍ୟ ନିଜ ଜୀବନକୁ ଚାରୋଟି ଆସନରେ ବିଭକ୍ତ କରିଥିଲା । ବ୍ରହ୍ମଚାର୍ଯ୍ୟ, ଗାର୍ହ୍ୟସ୍ଥ, ଯତିବ୍ରତ ଏବଂ ବାନପ୍ରସ୍ଥ । ବାନପ୍ରସ୍ଥରେ ପିଲାମାନେ ଗୁରୁଗୃହରେ ରହି ଶିକ୍ଷାଗ୍ରହଣ କରୁଥିଲେ । ସେହି ସମୟରେ ସେମାନଙ୍କୁ ସକଳ ପ୍ରକାରର ଶିକ୍ଷା , ଶାସ୍ତ୍ର ଶିକ୍ଷା, ଯୁଦ୍ଧ ବିଦ୍ୟା ଆଦି ସମସ୍ତ ଦରକାରୀ ଶିକ୍ଷା ଦିଆଯାଉଥିଲା । ସେହି ପବିତ୍ର ସ୍ଥାନରୁ ନିଜ ଜୀବନ ଧାରଣ ପାଇଁ ଉପଯୁକ୍ତ ମାର୍ଗ ଚୟନ କରି ଶିଷ୍ୟ ନିଜକୁ ସୁଦୃଢ କରି ଗଢି ତୋଳୁଥିଲା । ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନଜ ଜୀବନକୁ ସେ ଏକ ସ୍ୱତନ୍ତ୍ର ସ୍ଥାନରେ ପ୍ରତିପାଦିତ କରୁଥିଲା । ଗୋଟେ ସ୍ଥାନରେ ଗରିବ ହେଉ ବା ରାଜାଙ୍କ ପୁତ୍ର ସମସ୍ତେ ଏକତ୍ରିତ ହୋଇ ଶିକ୍ଷା ଗ୍ରହଣ କରୁଥିଲା । ଶିକ୍ଷାର ବନ୍ଧନରେ ସମସ୍ତେ ନିଜକୁ ଗୁରୁଙ୍କ ପାଖରେ ସମର୍ପିତ କରୁଥିଲା । ଗୁରୁ ଆଶ୍ରମରେ ରହି ଗୁରୁଙ୍କ ସେବା କରି ସେମାନେ ଶିକ୍ଷା ଗ୍ରହଣ କରୁଥିଲେ । ଗୁରୁଙ୍କୁ ଶିଷ୍ୟ ମାନେ ଭକ୍ତି ଦ୍ୱାରା ସନ୍ତୁଷ୍ଟ କରୁଥିଲେ । ଆଶ୍ରମର ପ୍ରତ୍ୟେକ ବିଦ୍ୟାର୍ଥୀ ଅରଣ୍ୟକୁ ଯାଇ ଫଳମୂଳ, ଜାଳେଣି ସଂଗ୍ରହ କରିବା ସହ, ଭିକ୍ଷା ବୃତି ମଧ୍ୟ କରୁଥିଲେ , ୍ୟାହା ସେମାନଙ୍କୁ ଚରିତ୍ର ଗଠନରେ ସାହାଯ୍ୟ କରିବା ସହ, ସ୍ୱାବଲମ୍ବୀ କରିବାରେ ସହାୟକ ହେଉଥିଲା ।

ସେମାନଙ୍କୁ ଆଦର୍ଶବାଦୀ କରୁଥିଲା । ଏହି ଗୁରୁ ଆଶ୍ରମରୁ ଶିକ୍ଷା ଗ୍ରହଣ କଲାପରେ ଗୁରୁଦକ୍ଷିଣା ଦେଇ ନିଜ ନିଜ ଘରକୁ ଫେରି ଯାଉଥିଲା । ପୁରାଣରେ ଗୁରୁ ପଶୁ୍ରରାମ, ଦୋ୍ରଣ, ବିଶ୍ୱାମିତ୍ର, ବଶିଷ୍ଠ, ଶୁର୍କାଚାର୍ଯ୍ୟ, ସାନ୍ଦୀପନି, ଦୁର୍ବାସା ଆଦି ଗୁରୁଙ୍କ ଅବଦାନ ବିଶେଷ ଭାବରେ ଉଲ୍ଲଖିତ କରାଯାଇଛି । ଆରୁଣୀ, ଏକଲବ୍ୟ, ଭୃଗୁ , ନଚିକେତା, ଉପମନୁ୍ୟ ଆଦି ଅନେକ ଶିଷ୍ୟ ନିଜ ଗୁରୁ ଭକ୍ତି ପାଇଁ ଅମର ହୋଇ ଯାଇଛନ୍ତି । ଆଗକାଳରେ ଗୁରୁଶିଷ୍ୟର ସମ୍ପର୍କ ଅତି ଉଚ୍ଚକୋଟିରେ ଥିଲା । ଗୁରୁ ଆଶ୍ରମରେ ରହିବା ସମୟରେ ଶିଷ୍ୟ ମାନଙ୍କୁ ନିଜ ପିତାମାତାଙ୍କ ଭଳି ଗୁରୁ ମାନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମିଳୁଥିଲା ।

ଜୀବନ ଜୀଇବାର ରାସ୍ତା ଗୁରୁ ମାନେ ନିଜ ଶିଷ୍ୟ ମାନଙ୍କୁ ଶିଖାଉଥିଲେ । ଶିଷ୍ୟ ମାନେ ଗୁରୁଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ କାର୍ଯ୍ୟ ସୁଚାରରୂପେ କରୁଥିଲେ । ଗୁରୁ ମାନେ ଶିଷ୍ୟ ମାନଙ୍କ ସହ ଆତ୍ମୀୟ ଭାବେ ମିଶୁଥିଲେ । ଏକଲବ୍ୟ , ଆରୁଣୀଙ୍କ ଗୁରୁଭକ୍ତି ଆମ ପାଇଁ ପ୍ରେରଣା । ଏକଲବ୍ୟ ନିଜ ଗୁରୁଙ୍କୁ ଗୁରୁଦକ୍ଷିଣା ଦେବାକୁ ଯାଇ ନିଜ ଡାହାଣ ହାତର ବୃଦ୍ଧା ଆଙ୍ଗୁଠିକୁ କାଟି ଦେଇଥିଲେ । ଗୁରୁଙ୍କ ସମ୍ମାନର୍ଥେ ସେମାନେ ନିଜ ଜୀବନ ଯଳାଂଜଳି ଦେବାକୁ ପଛଘୁଂଚା ଦେଉ ନଥିଲେ । ଗୁରୁଶିଷ୍ୟର ସମ୍ପର୍କ ଏକ ଅତୁଟ ବନ୍ଧନ ।

ଭାରତବର୍ଷରେ ଗୁରୁ ମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ଆମ ଦେଶରେ ପ୍ରତିବର୍ଷ ଆଷାଢ ପୁର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ରୂପେ ପାଳନ କରାଯାଉଛି । ତେବେ ଭାରତର ଦ୍ୱୀତିୟ ରାଷ୍ଟ୍ରପତି ତଥା ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଭାରତରେ ଗୁରୁ ଦିବସ ରୂପେ ପାଳନ କରାଯାଏ । ଯେତେବେଳେ ସଭ୍ୟ ସମାଜ ଅସଭ୍ୟତା ଆଡକୁ ଗତିକରେ, ସେତେବେଳେ ଏହି ବିପଦରୁ ସମାଜକୁ ଉଦ୍ଧାର କରିବା ପାଇଁ ଅନେକ ସିଦ୍ଧ ପୁରୁଷ ଜନ୍ମ ଗ୍ରହଣ କରନ୍ତି, ତାଙ୍କ ମଧ୍ୟରୁ ଜଣେ ଥିଲେ ସଦଗୁରୁ ରାଧାକ୍ରିଷ୍ଣନ । ୧୮୮୮ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ମାନ୍ଦ୍ରାଜର ତିରୁତାଣୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ ।

ଛାତ୍ର ମାନଙ୍କ ସହ ସେ ଆତ୍ମୀୟ ଭାବରେ ମିଶୁଥିଲେ । ବିଶ୍ୱର ସର୍ବଶ୍ରେଷ୍ଠ ଦାର୍ଶନିକ ରାଧାକ୍ରିଷ୍ଣନ୍ ଛାତ୍ରଛାତ୍ରୀଙ୍କ ପାଇଁ ଓ ସମସ୍ତ ଗୁରୁଙ୍କ ପାଇଁ ପ୍ରେରଣା ଥିଲେ । ସେ ଥିଲେ ଗୁରୁଣାଂ ଗୁରୁ । ସମସ୍ତଙ୍କ ଆଦର୍ଶ ଭାବରେ ସେ ପରିଗଣିତ ହୋଇଥିଲେ ।

ତେବେ ଆଜିର ସମାଜରେ ରାଧାକ୍ରିଷ୍ଣନଙ୍କ ଭଳି ଗୁରୁ ଆଉ ଦେଖିବାକୁ ମିଳୁ ନାହାନ୍ତି । ସମୟର ସୋ୍ରତରେ ଏହି ଅତୁଟ ବନ୍ଧନ ଆଉ ଦେଖିବାକୁ ମିଳୁନାହିଁ । ସତରେ ଯେମିତି କାହାର ନଜର ଲାଗିଯାଇଛି । ସେହି ଅମୃତ ବନ୍ଧନ ରେ ଫାଟ ସୃଷ୍ଟି ହେବାକୁ ଲାଗିଲାଣି । ତେବେ ସେହି ଫାଟ ବିଲୟ ହେବା ଆଗରୁ ସଜାଗ ହେବାକୁ ସମୟ ଆସିଲାଣି । ସେଥିପାଇଁ ଦାୟୀ ଆମେ ସମସ୍ତେ । ଆଧୁନିକତାର ବାସ୍ନା ଆମକୁ କଳୁଷିତ କରିବାକୁ ବସିଛି । ଆଗ କାଳରେ ପିଲାମାନେ ଏକାଠି ରହି ଗୁରୁ ଆଶ୍ରମରେ ଅଧ୍ଧୟନ କରୁଥିଲେ । ପିଲାଙ୍କ ମଧ୍ୟରେ ଭେଦଭାବ ନଥିଲା , ସମସ୍ତେ ଗୁରୁ ଆଶ୍ରମରେ ଏକାଠି ରହୁଥିଲେ । ଉଚ୍ଚ-ନୀଚ, ଧନୀ-ଗରିବ ଆଦି ଦେଖାଯାଉ ନଥିଲା ।

ମାତ୍ର କାଳକ୍ରମେ ଭାରତ ବର୍ଷରେ ଏହି ସବୁ ସମସ୍ୟା ଯେପରି ଘର କରି ବସିଛି । ଯାହାର ଅଧିକା ପଇସା ସେ ଭଲ ସ୍କୁଲ, କଲେଜରେ ପାଠ ପଢୁଛି, ମାତ୍ର ଯାହାର ଅଭାବ ତାକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସରକାରୀ ବିଦ୍ୟାଳୟ ଥିଲେ ମଧ୍ୟ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଅଭିଭାବକ ଆକୃଷ୍ଟ ହେଉଛନ୍ତି । ଏମିତିକି ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ ମାନେ ନିଜର ପିଲାମାନଙ୍କୁ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢାଉଛନ୍ତି । ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯାଉ ନାହିଁ । ସେଥିପାଇଁ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ଦାୟୀ । ସେଥିପାଇଁ ସରକାରୀ କ୍ଷେତ୍ରରେ ତପ୍ତରତା ଦେଖାଇବା ଅପରିହାର୍ଯ୍ୟ ।

ଶିକ୍ଷାର ବ୍ୟବସାୟୀକରଣ ଆଉ ଏକ ସମସ୍ୟା । ଆଧୁନିକ ଭାରତରେ ଶିକ୍ଷା ନିଜର ମହତ୍ୱକୁ ହରାଇଛି , ଯଦ୍ୱାରା ଗୁରୁ , ଶିଷ୍ୟର ସମ୍ପର୍କରେ ଫାଟ ସୃଷ୍ଟି ହେଉଛି । କୋଚିଂ ସେଂଟର ନାମରେ ଶିକ୍ଷକ ମାନେ ପିଲାଙ୍କଠୁ ଅଧିକ ପଇସା ନେଉଛନ୍ତି । ଏପରିକି ଅନେକ ସ୍ଥାନରେ ଦେଖାଯାଉଛି ଯେ ପଇସା ନଦେଲେ ଅଧ୍ୟାପକ ମାନେ ପିଲାମାନଙ୍କୁ ଠିକରେ ପାଠ ପଢାଉ ନାହାନ୍ତି । ଯାହା ଏକ ଉକôଟ ସମସ୍ୟା । ପରୀକ୍ଷାରେ ପାସ କରାଇବା ପାଇଁ ପିଲାଙ୍କ ଠାରୁ ଲାଂଚ ନେଉଛନ୍ତି । ଏପରି ଅନେକ ସମସ୍ୟା ଦେଖାଯାଉଛି । ଏଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣିଯେ ଉଭୟ ଶିକ୍ଷକ ଓ ଛାତ୍ର ମିଶି ବିଭନ୍ନ ଅପରାଧ ମାନେ ମଧ୍ୟ କରୁଛନ୍ତି ।

କେତେକାଂଶରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ମାନେ ଅପଦସ୍ତର ଶିକାର ହେଇଛନ୍ତି । ଯାହାକି ଏକ ଜଟିଳ ସମସ୍ୟା ହୋଇ ଠିଆ ହୋଇଛି । ଗୁରୁ ଓ ଶିଷ୍ୟ ମଧ୍ୟରେ ସମନ୍ୱୟର ଅଭାବ କ୍ରମଶଃ ଶିକ୍ଷାର ଅଧପତନଃ ଆଡକୁ ଗତି କରୁଛି । ତେବେ ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ? ଆମ ଶିକ୍ଷା ବ୍ୟବସ୍ଥା ନା ଉଭୟ ଗୁରୁଶିଷ୍ୟ । ତେବେ ଗୁରୁ, ଶିଷ୍ୟ ମଧ୍ୟରେ ଉତମ ସମ୍ପର୍କ ଏହି ଅବ୍ୟବସ୍ଥାକୁ ଦୂରିଭୁତ କରିପାରିବ । ଗୁରୁ ଓ ଶିଷ୍ୟ ପରସ୍ପର ପରିପୂରକ ହେବାର ଆବଶ୍ୟକତା ରହିଛି । ଶିକ୍ଷକ ମାନଙ୍କୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି, କାରଣ ପିଲାଟି ଯଦି ସତ୍ଶିକ୍ଷା ପାଇବ ସେ ମଧ୍ୟ ଭବିଶ୍ୟତ ବଂଶଧାର ପାଇଁ ଆଦର୍ଶ ହୋଇପାରିବା । ଆମ ସମାଜରେ ଆଜିବି ଅନେକ ମହାନ ଗୁରୁ ଅଛନ୍ତି । ତେବେ ରାଧାକି୍ରଷ୍ଣନଙ୍କ ପରି ଗୁରୁଙ୍କ ଭୁମିକା ଆମ ପାଇଁ ଅପରିହାର୍ଯ୍ୟ ।

ଭାଗବତରେ ଅତିବଡୀ ଜଗନ୍ନାଥ ଦାସ ଲେଖିଛନ୍ତି-
ମନ ତୋହର ନିଜ ଗୁରୁ ,
ଉଦ୍ଧବ କେତେତୁ ପଚାରୁ ।
ଅର୍ଥାତ ମନ ଆମ ସମସ୍ତଙ୍କ ନିଜ ଗୁରୁ, କାରଣ ଆମ ମନ , ଆମ ଚେତନା ହିଁ ଆମକୁ ସତ୍ ମାର୍ଗ ଦେଖାଏ । ମନୁଷ୍ୟକୁ ଭଲମନ୍ଦ, ଲାଭକ୍ଷତିର ବିଚାର ହେଇ ମନ ଠାରୁ ହିଁ ମିଳିଥାଏ । ପିତାମାତା ଶିଶୁଟିର ପ୍ରଥମ ଗୁରୁ, ଶିଶୁର ଚରିତ୍ରକୁ ସୂଚାର ରୂପେ ଗଢି ତୋଳିବାରେ ସେମାନେ ପ୍ରମୁଖ ଭୁମିକା ଗ୍ରହଣ କରିଥାନ୍ତି । ଭାରତୀୟ ସଂସ୍କୃତି ଗୁରୁବାଦର ପ୍ରତୀକ । ସତ୍ୟ ଓ ନିଷ୍ଠା ଗୁରୁ ଶିଷ୍ୟର ସମ୍ପର୍କରେ ଶୁଦ୍ଦତା ବଜାୟ ରଖିବାରେ ପ୍ରମୁଖ ଭୁମିକା ଗ୍ରହଣ କରେ ।

Leave A Reply