ପାଣିକୋଇଲି, ୧୧ା୭ : କୋରାଇ ବ୍ଲକ ପାଣିକୋଇଲି ଥାନା ଅନ୍ତର୍ଗତ ଅନ୍ତର୍ଗତ ପଥରପଦା ପଂଚାୟତର ନୂଆପଦା ଗ୍ରାମର ସ୍କୁଲରେ କ୍ୱାରେଂଟାଇନରେ ଥିବା ଜଣେ ମହିଳାଙ୍କ ସମେତ ୫ଜଣଙ୍କର କରୋନା ପଜେଟିଭ ଚିହ୍ନଟ ହୋଇଛି । କରୋନା ଆକ୍ରାନ୍ତ ମାନେ ମହାରାଷ୍ଟ୍ରରୁ ଗତ ଜୁନ ୨୩ ତାରିଖରୁ ଆସି ନୂଆପଦା ୟୁପି ସ୍କୁଲ କ୍ୱାରେଂଟାଇନ ସେଂଟରରେ ରହୁଥିଲେ ।
ଗତ ୮ ତାରିଖ ସେମାନଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା । ଘଟଣାସ୍ଥଳେ ରାଜସ୍ୱ ବିଭାଗ, ମେଡିକାଲଟିମ, ପାଣିକୋଇଲି ପୁଲିସ ପହଂଚିଥିଲେ । ଅପରାହ୍ନରେ ମେଡିକାଲ ଟିମ ପହଂଚି ସେମାନଙ୍କୁ କଳିଙ୍ଗନଗର କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସ୍କୁଲ ପରିସର ଓ ଗାଁକୁ ସାନିଟାଇଜ କରିବାକୁ ସାଧାରଣରେ ଦାବି ହୋଇଛି ।