Odisha news

ଫୁଲନଖରା : କର୍ମଚାରୀ ରହୁନାହାନ୍ତି; ମୃତୁ୍ୟ ପ୍ରମାଣ ପତ୍ର ମିଳିବାରେ ବିଳମ୍ବ

0

ଫୁଲନଖରା, : ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ପ୍ରସ୍ତୁତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପତ୍ର ମିଳିବାରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷ କରି ମୃତୁ୍ୟ ପ୍ରମାଣ ପତ୍ର ହାସଲ ପାଇଁ ଲୋକମାନଙ୍କୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମୃତୁ୍ୟ ପ୍ରମାଣ ପତ୍ର ପାଇଁ ହିତାଧିକାରୀ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି; ମାତ୍ର ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅହେତୁକ ଅବହେଳାକୁ ନେଇ ସମ୍ପୃକ୍ତ ଆବେଦନକାରୀ ହଟହଟା ହେଉଥିବା ଅଭିଯୋଗ ହୋଇଛି ।

ଏହି ପ୍ରମାଣ ପତ୍ର ପ୍ରଦାନ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ନିୟମିତଭାବେ ଆସୁନଥିବା ଏବଂ ଅନେକ ସମୟରେ ବିଳମ୍ବରେ ଆସୁଥିବାରୁ ମୃତୁ୍ୟ ପ୍ରମାଣ ପତ୍ର ଭଳି ଅତ୍ୟନ୍ତ ଜରୁରୀ ସାର୍ଟିଫିକେଟ ମିଳିବାରେ ବିଳମ୍ବ ଘଟୁଛି । ଏହା ଫଳରେ ଲୋକମାନଙ୍କର ସରକାରୀ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇପାରୁନାହିଁ କିମ୍ବା ଏହାର ଲାଭ ସମ୍ପୃକ୍ତ ଲୋକଙ୍କୁ ମିଳୁନାହିଁ । ଏ ସମ୍ପର୍କରେ ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଭାଷଚନ୍ଦ୍ର ଗୋଚ୍ଛାୟତଙ୍କୁ ପଚାରିବାରୁ ମୃତୁ୍ୟ ପ୍ରମାଣ ପତ୍ର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ବେଳେବେଳେ ବିଳମ୍ବରେ ଆସୁଛନ୍ତି; ତେବେ ଆବେଦନକାରୀଙ୍କୁ ଯଥା ସମୟରେ ଏହି ପ୍ରମାଣ ପତ୍ର ପ୍ରଦାନର ବ୍ୟବସ୍ଥା ହେଉଛିବୋଲି କହିଥିଲେ ।

Nalco

Leave A Reply