Odisha news

ଫୁଲନଖରା : କରୋନା ମୁକାବିଲା ପାଇଁ କମିଟି ଗଠିତ

0

ଫୁଲନଖରା, : ସିଏମସି ୫୬ ନମ୍ବର ୱାର୍ଡ଼ରେ କରୋନା ମୁକାବିଲା ପାଇଁ ନୂତନ କମିଟି ଗଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ସଂଜୟ ବରାଳ, ଯୁଗ୍ମ କମିଶନର ମନୋରଞ୍ଜନ ମହାପାତ୍ର, ୱାର୍ଡ଼ ଅଫିସର ପ୍ରଭାତକୁମାର ପାଇଟାଲ, ହରପାର୍ବତୀ ପୂଜା କମିଟି ସଭାପତି ଦିଲୀପ ସ୍ୱାଇଁ, ସ୍ୱଚ୍ଛ ସାଥି ବିସ୍ମିତା ପଟ୍ଟନାୟକ, ଅମୂଲ୍ୟ ସ୍ୱାଇଁ, ପୂଜା ମହାନ୍ତି, ବିଶ୍ୱାମିତ୍ର ଶ୍ରୀଧର ବେହେରା, ଫଗୁ ସାମଲ, ପ୍ରଭାତ ସ୍ୱାଇଁ, ତପନ ମହାନ୍ତି, ଅଜିତ ପଟ୍ଟନାୟକ, ସମସ୍ତ ଆଶା ଓ ଅଙ୍ଗନବାଡ଼ି କର୍ମୀ ଯୋଗଦେଇଥିଲେ । କରୋନାକୁ କିପରି ମୁକାବିଲା କରାଯିବ ଏ ନେଇ ଜନସାଧାରଣଙ୍କୁ ସଚେତନ କରାଯିବ ସେ ବାବଦରେ ବିସ୍ତୃତ ଆଲେଶଚନା ହୋଇଥିଲା ।

Leave A Reply