ବୋରିଗୁମ୍ମା : ବୋରିଗୁମ୍ମା ସହରରେ ଦୀର୍ଘ ତିନି ମାସ ପରେ ଜଣେ କରୋନା ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଖବର ପହଞ୍ଚିଥିଲା। ସେହି ବ୍ୟକ୍ତି ହେଉଛନ୍ତି ବୋରିଗୁମ୍ମା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଜଣେ କର୍ଯ୍ୟରତ ସ୍ଵାସ୍ଥ୍ୟ କର୍ମୀ। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ଯାଇ ଚକ୍ଷୁ ଅପେରେସନ କରି ଫେରିଥିଲେ। ବୋରିଗୁମ୍ମା ଫେରିବା ପରେ ସେ ହୋମ କ୍ୱାରେନଟାଇନ ରେ ନ ରହି ମେଡ଼ିକାଲ ଯିବା ଆସିବା କରୁଥିଲେ। ଯାହା ଫଳରେ ସେ ସଂସ୍ପର୍ଶରେ ଆସିଥିବା ମେଡ଼ିକାଲ ର ଅନ୍ୟ କର୍ମଚାରୀ ମାନେ ସ୍ୱାବ ଟେଷ୍ଟ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ଙ୍କ ରେପୋର୍ଟ ନେଗେଟିଭି ଆସିଥିଲା। ମେଡ଼ିକାଲ କୁ ସାନିଟାଏଇଜର କରାଗଲା। କିନ୍ତୁ ଲୋକମାନେ ମେଡ଼ିକାଲ ଯିବାକୁ ମଙ୍ଗୁ ନାହାନ୍ତି। ମେଡ଼ିକାଲ କର୍ମଚାରୀ ମାନେ ଠିକ ସମୟରେ ମେଡ଼ିକାଲ ଆସି ନିଜ ଡ୍ୟୁଟି କରୁଥିବା ବେଳେ ଲୋକେ କରୋନା ଭୟରେ ଆସୁ ନାହାନ୍ତି। ଦିନ ସାରା ମେଡ଼ିକାଲ ଖାଁ ଖାଁ। ଅତ୍ୟାବଶ୍ୟକ ରୋଗୀ ଆସୁଥିବା ଜଣାଯାଇଛି। ଅନ୍ୟପଟେ ବୋରିଗୁମ୍ମା ସହର ସମେତ ଗ୍ରାମାଞ୍ଚଳ ରେ କ୍ବାକ ମାନଙ୍କ ପ୍ରଭାବ ବୃଦ୍ଧି ପାଇଛି।
ଲୋକେ ମେଡ଼ିକାଲ କୁ ଭରସା ନ କରି କ୍ବାକ ପାଖକୁ ଯାଉଛନ୍ତି। କ୍ବାକ ମାନଙ୍କ ପାଖରେ କୌଣସି ପ୍ରକାର ମେଡ଼ିକାଲ ପ୍ରମାଣପତ୍ର ନ ଥାଇ ଲୋକ ମାନଙ୍କୁ ଚିକିତ୍ସା କରୁଛନ୍ତି। ରୋଗୀ ମାନଙ୍କ ଠାରୁ ନିମ୍ନ ମାନର ଔଷଧ ଦେଇ ମୋଟା ଅଙ୍କର ଟଙ୍କା ଠକି ନେଉଥିବା ଅଭିଯୋଗ ହେଉଛି। ବୋରିଗୁମ୍ମା ବ୍ଲକ ରେ କ୍ୱାକ ସଂଖ୍ୟା ମାଳ ମାଳ। ଯିଏ ନାଇ ସେ ହେଉଛନ୍ତି କ୍ବାକ। ଏମାନଙ୍କ ମଧ୍ୟରେ କିଛି ମେଡ଼ିକାଲ ଷ୍ଟୋର ମଧ୍ୟ କ୍ବାକ ଭାବେ କାମ କରୁଛନ୍ତି। ବ୍ଲକ ର କିଛି ଗ୍ରାମାଞ୍ଚଳ ରେ ବେଆଇନ ଭାବେ କ୍ଲିନିକ ଖୋଲି ରୋଗୀ ଙ୍କୁ ଚିକିତ୍ସା କରୁଥିବା ନଜର କୁ ଆସିଛି। ଏମାନେ ବାହାରୁ ଆସି ବିନା ପ୍ରମାଣ ପତ୍ର ରେ କ୍ଲିନିକ ଖୋଲି ଖୁଲାମ ଖୁଲା ରୋଗୀ ମାନଙ୍କୁ ଚିକିତ୍ସା କରୁଛନ୍ତି। କିଛି ସ୍ଥାନରେ କ୍ବାକ ମାନେ ରୋଗୀ ଙ୍କ ଘର କୁ ଯାଇ ଚିକିତ୍ସା କରୁଥିବା ଦେଖାଦେଇଛି।କରୋନା ତାଣ୍ଡବ ଦେଖି କ୍ବାକ ମାନେ ନିଜ ଫାଇଦା ନେବାରେ ବ୍ୟସ୍ତ। ତେଣୁ ସ୍ଵାସ୍ଥ୍ୟ ବିଭାଗ ଏମାନଙ୍କ ଉପରେ ଚଡାଉ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉଛି।
