ଆସିକା : ବିଭିନ୍ନ ରାଜ୍ୟ ରୁ ଲକ୍ଷାଧିକ ପ୍ରବାସୀ ସଂଗ ରୋଧ କେନ୍ଦ୍ର ରେ ରହି ଗଞ୍ଜାମ ଜିଲ୍ଲା ରେ ନିଜ ନିଜ ଘର କୁ ଫେରିଥିଲେ। ବର୍ତ୍ତମାନ ବିଭିନ୍ନ ଗ୍ରାମ ସମେତ ସହରାଞ୍ଚଳରେ କରୋନା ରୋଗୀ ଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ରୁ ଗୋଷ୍ଟି ସଂକ୍ରମଣ ହେବା ଆଶଙ୍କା କରାଯାଇଛି। ବିଶେଷ କରି ଆସିକା ବ୍ଲକ୍ ଓ ସହରାଞ୍ଚଳରେ ଅଢ଼େଇ ଶହ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିକା ରେ ଅଧିକ ସତର୍କତା ପଦକ୍ଷେପ ନିଆଯାଇଛି।ଆସିକା ଏନ୍ ଏ ସି ଅଞ୍ଚଳରେ ଆସନ୍ତା ୧୨ ତାରିଖ ଯାଏଁ ପୁଣି ଥରେ ସଟ ଡାଉନ୍ କରାଯାଇଛି। ସେହିଭଳି ନିକଟସ୍ଥ ପଂଚାୟତ ଗୁଡିକରେ ମଧ୍ୟ ଅନୁରୂପ କଟକଣା ଲାଗୁ କରାଯାଇଛି। ସମସ୍ତ ପ୍ରକାର ଦୋକାନ, ବଜାର ଓ ଯାନବାହାନ ଚଳାଚଳ ଉପରେ କଟକଣା ମଧ୍ୟ ଲାଗୁ କରାଯାଇଛି।
ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ପୋଲିସ ସହରର ସମସ୍ତ ଗୁରୁତ୍ତ୍ଵ ପୂର୍ଣ୍ଣ ସ୍ଥାନ ରେ ପୋଲିସ ମୁତୟନ ରହି ଯାନବାହାନ ଯାଞ୍ଚ କରାଯାଇଛି। ସହର ର ବିଭିନ୍ନ ସ୍ଥାନ ରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ ମଧ୍ୟ କରାଯାଇଥିଲା। ଏସ ଡି ପି ଓ ସୂର୍ଯ୍ୟ ମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଆସିକା ତହସିଲଦାର ସଦନାଦ ସେଠି, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଣ୍ଡା, ସମେତ କ୍ଷେତ୍ର କର୍ମଚରୀ ମନେ ଉପସ୍ଥିତ ରହି ନିୟମ ଅବମାନନା କରି ରାସ୍ତା ରେ ଗାଡ଼ି ଚାଳକ ଙ୍କୁ ଜରିମାନା ଓ ଦୋକାନ ଖୋଲିଥିବା ଦୋକାନୀ ଙ୍କ ଦୋକାନ ସିଲ୍ କରିଥିଲେ। ପ୍ରଶାସନ ର ସମସ୍ତ ପଦକ୍ଷେପ ସତ୍ୱେ ଅମାନିଆ ଙ୍କ କାରନାମା ଓ ବେପରୁଆ ମନୋଭାବ ସାଧାରଣ ଜନତା ଙ୍କ ପାଇଁ ଚିନ୍ତାର କାରଣ ହୋଇଛି।