Odisha news

ହିଞ୍ଜିଳିକାଟୁ : ପଞ୍ଚାୟତ ନିର୍ବାଚନ ଶେଷ ଦିନରେ ୨୦୮ ପ୍ରାର୍ଥୀପତ୍ର ଦାଖଲ

0
(ହିଞ୍ଜିଳିକାଟୁ-୨୧/ଜାନୁୟାରୀ/୨୦୨୨) ପଞ୍ଚାୟତରାଜ ବିଭାଗ ତରଫରୁ ପୂର୍ବ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୧/ଜାନୁୟାରୀ ଅର୍ଥାତ ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଥିବା ବେଳେ ୨୨ ତାରିଖ ଦିନ ଯାଞ୍ଚ ଏବଂ ୨୫ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ତେବେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ପଦବୀ ପାଇଁ ୨୦୮ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି। ଶେଷ ଦିନରେ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୩୦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଭିନ୍ନ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ପାଇଁ ୧୪୯ ଜଣ ଓ ୨୯ ଜଣ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ପକ୍ରିୟା ପୁରା କରିଛନ୍ତି। ବିଭିନ୍ନ ଗ୍ରାମପଞ୍ଚାୟତ ୱାର୍ଡ ସଭ୍ୟ ଓ ସରପଞ୍ଚ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ନିକଟରେ ପ୍ରାର୍ଥୀ ମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସମିତିସଭ୍ୟ ପ୍ରାର୍ଥୀ ମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶେଷଦିନ ସୁଦ୍ଧା ୪୬୫ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ, ୧୦୧ ଜଣ ସରପଞ୍ଚ ଏବଂ ୭୧ ଜଣ ସମିତି ସଭ୍ୟ ପ୍ରାର୍ଥୀ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭାବରେ ଅଂଶଗ୍ରହଣ କରିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
Leave A Reply