Odisha news

ସଡକ ଦୁର୍ଘଟଣାରେ ବୃଦ୍ଧ ମୃତ

0

କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ଛକ ଠାରେ ଆଜି ସନ୍ଧ୍ୟା 5 ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ଗୁରୁତର ଜଣଙ୍କ ହେଲେ କାମାକ୍ଷାନଗର ଏନ,ଏ,ସି ର ଉଦୟ ନାୟକ(60) ଗୁରୁତର ଅବସ୍ଥାରେ ଉଦୟ ଙ୍କୁ ସ୍ଥାନୀୟ ଲୋକ ଏକ ବାଇକ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଛନ୍ତି । ସୂଚନାରୁ ପ୍ରକାଶ ଯେ ଉଦୟ ନିଜ ରାମଶ୍ବର ମନ୍ଦିର ରେ କାମ ସାରି ଘରକୁ ଫେରୁଥିଲେ । ରେକୁଳା ବ୍ରିଜ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇ ଚାଲିଯାଉଥିଲା । ଉଦୟ ଙ୍କୁ ଧକ୍କା ଲାଗିବ ଯୋଗୁ ସେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ବିଳମ୍ବ ନକରି ତାଙ୍କୁ ଏକ ବାଇକ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.