Odisha news

ତାଟୋ ସାପ୍ତାହିକ ହାଟ ନିକଟରୁ ୧୨୮୦ କିଲୋ ମହୁଲ ଫୁଲ ଜବତ

0

ପା ଞ୍ଚ ପୀଢ ,୨୧/୪:କରଞ୍ଜିଆ ବ୍ଲକ ତାଟୋ ସାପ୍ତାହିକ ହାଟ ନିକଟରେ ଏକ ଘରେ ବହୁ ପରିମାଣର ଗଛିତ ଥିବା ମହୁଲ ଫୁଲ ବିଷୟରେ ଖବର ପାଇ କରଞ୍ଜିଆ ପୋଲିସ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକ ସଦଳବଳେ ଗତକାଲି ପୂର୍ବାହ୍ନ ପ୍ରାୟ ୧୦ ସମୟରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ୩୨ ବୁରା ମହୁଲ ଫୁଲ ମୋଟ ୧୨୮୦ କିଲୋ ସେଠାରୁ ଜବତ କରିଛି ପୋଲିସ। ଏହି ଚଢ଼ାଉ ରେ ସହକାରୀ ଇନ୍ସପେକ୍ଟର ବଳରାମ ମହାରଣା, ହାବିଲଦାର ଦୁର୍ଯୋଧନ ମହାନ୍ତ,ଅଶ୍ୱିନୀ କୁମାର ମହାନ୍ତ,ପ୍ରଭାକର ମହାନ୍ତଙ୍କ ସହ ଓଡ଼ିଶା ଆର୍ମ୍ଡ ପୋଲିସ ଫୋର୍ସ ଦଳ ସାମିଲ ଥିଲେ ।ଏବିଷୟରେ କରଞ୍ଜିଆ ଥାନାରେ ୧୩୯/୨୪ ନମ୍ବର କେଶ୍ ରୁଜ୍ଜୁ କରାଯାଇଛି। ତେବେ ଘଟଣାସ୍ଥଳରୁ ଘର ମାଲିକ ସନ୍ତୋଷ କୁମାର ରାମ ଫେରାର ହୋଇଯାଉଥିବା ବେଳେ ରରୁଆଁ ପୋଲିସ ହାତରେ ଧରା ପଡିଛି।ତାର ନାଁ ରେ ପୂର୍ବରୁ ରରୁଆଁ ଥାନାରେ କେଶ୍ ଥିବାରୁ ଗତକାଲି ତାକୁ ଧରି କୋର୍ଟ ଚାଲାଣ କରାଯାଇଛି ବୋଲି ରରୁଆଁ ଥାନା ଭାରପ୍ରାପ୍ତ ଅଧିକାରୀ ସୁମନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କିଛି ଦିନ ମଧ୍ୟରେ କରଞ୍ଜିଆ ଥାନା ଅଧୀନରେ ଥିବା ଜରାସାହୀ ଓ ବଡରାମଚନ୍ଦ୍ରପୁର ଠାରୁ ୨୦ ହଜାର କିଲୋ ମହୁଲ ପୋଚ ଓ ୩୮୦ ଲିଟର ଦେଶୀ ମଦ ପୋଲିସ ଜବତ କରିଥିଲା ଏବଂ ୨ ଜଣକୁ ଗିରଫ କରିଥିଲା

Leave A Reply