ନୂଆଦିଲ୍ଲୀ : ଯେଉଁ ଆଶା ରେ ପାକିସ୍ତାନ , ତାଲିବାନ କୁ ସାହାଯ୍ୟ କରିଛି , ସେହି ଆଶା କୁ ଶକ୍ତ ଧକା ମିଳିଛି । ପାକିସ୍ତାନ ଚାହୁଁଥିଲା ତହରିକ – ଏ – ତାଲିବାନ ର ସମସ୍ୟା ସମାଧାନ କରିବା ପାଇଁ ତାଲିବାନ ତାକୁ ସାହାଯ୍ୟ କରିବ , କିନ୍ତୁ ତାଲିବାନ ଏହାକୁ ସମାଧାନ କରିବା ପାଇଁ ସଫା ସଫା ମନା କରିଦେଲା । ତାଲିବାନ ରୋକ୍ ଠୋକ୍ ଭାବରେ କହିଲା ତହରିକ – ଏ – ତାଲିବାନ ପାକିସ୍ତାନ ସମସ୍ୟା ଅଟେ , ଆଫଗାନିସ୍ତାନ ସମସ୍ୟା ନୁହେଁ । ତାଲିବାନ ପକ୍ଷରୁ କୁହାଗଲା ଯେ ଅନ୍ୟ କାହାର ସମସ୍ୟା ପାଇଁ ଆଫଗାନିସ୍ତାନ ମାଟି କୁ ବ୍ୟବହାର କରିବାକୁ ଦିଆଯିବ ନାହିଁ ।
ତାଲିବାନ ପ୍ରବକ୍ତା ଜବିହୁଲା ମୂଜାହିଦ କହିଛନ୍ତି TTP ପାକିସ୍ତାନ ର ସମସ୍ୟା ଅଟେ , ତେଣୁ ତାହାକୁ ଇମ୍ରାନ ଖାନ୍ ଙ୍କୁ ସମାଧାନ କରିବାକୁ ପଡ଼ିବ । ସେ ଗୋଟିଏ ଟିଭି ସାକ୍ଷାତକାରରେ କହିଛନ୍ତି TTP ଗୋଟିଏ ଏପରି ସମସ୍ୟା ଯାହାକୁ ନେଇ ପାକିସ୍ତାନ ସମାଧାନ ବାଟ ଖୋଜିବ , ଏହି ସମସ୍ୟା ସହିତ ପାକିସ୍ତାନ , ପାକିସ୍ତାନ ର ଉଲେମାଁ ଓ ଧାର୍ମିକ ବ୍ୟକ୍ତି ମାନଙ୍କର ସହଯୋଗ ଆବଶ୍ୟକ
ତାଲିବାନ ର ନୁହେଁ ।
ତାଲିବାନ୍ ପ୍ରବକ୍ତା କହିଛନ୍ତି ଯେ ଆମେ ଅନ୍ୟ ଦେଶକୁ ଆମ ଦେଶର ଅଞ୍ଚଳ ବ୍ୟବହାର କରିବା ପାଇଁ ଦେବୁନାହିଁ । ଆମ ସିଦ୍ଧାନ୍ତ ଏହା ଯେ ଆମେ ଅନ୍ୟ ଦେଶର ଶାନ୍ତିକୁ ଭଙ୍ଗ କରିବା ପାଇଁ ଆମ ଦେଶର ମାଟିକୁ ବ୍ୟବହାର କରିବାକୁ ଦେବୁ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯଦି TTP , ଆଫଗାନ ତାଲିବାନ୍ କୁ ନିଜର ନେତା ଭାବରେ ଗ୍ରହଣ କରିଛନ୍ତି ତେବେ ତାଙ୍କ କଥା ଶୁଣିବାକୁ ପଡିବ । ଏଠାରେ କହି ରଖୁଛୁ ଯେ ତାହରିକ – ଏ – ତାଲିବାନ୍ ପାକିସ୍ତାନ ର ଆତଙ୍କବାଦ ସମୂହ ସହିତ ସମ୍ବନ୍ଧିତ ଅନେକ ଆତଙ୍କବାଦୀ ସମୂହ କୁ ତାଲିବାନ୍ କାବୁଲ ଦଖଲ କରିବା ପରେ ଜେଲ୍ ରୁ ରିହା କରି ଦେଇଚି ।
କିଛିଦିନ ପୂର୍ବରୁ ପାକିସ୍ତାନ ତାଲିବାନ୍ କୁ TTP ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲା । ପାକିସ୍ତାନ ଆଶା ରଖିଥିଲା ଯେ ତାଲିବାନ୍ ତା କଥାକୁ ଗୁରୁତ୍ବ ଦେବ , କିନ୍ତୁ ସବୁକିଛି ଓଲଟା ହୋଇଗଲା ।
Comments are closed.