Odisha news

ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “କରୋନା ପୁଣି ଫେରୁଛି”

ବୁଗୁଡା : ବୁଗୁଡା ନିକଟସ୍ଥ ବୁଦ୍ଧଖୋଲ ପାଦଦେଶରେ ଥିବା ପାନ୍ଥନିବାସ ରେ, କରୋନା ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଚଳଚ୍ଚିତ୍ର “କରୋନା ପୁଣି ଫେରୁଛି” କୁ ପୋଲସରା ବିଧାୟକ ତଥା ଗଂଜାମ ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ସାହୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଅତିଥି ରୂପେ ଗବେଷକ ଡକ୍ତର ବ୍ରଜ କିଶୋର ପାଢ଼ୀ, ସୁ ସାହିତ୍ୟିକ  ଅନନ୍ତ କର, ଅରୋଇନ ର ଚେୟାରମେନ ଅନ୍ନଦା ପାଢ଼ୀ ଏବଂ ଅରୋଇନଫୋ ର ସିଇଓ ଦ୍ଵାରିକା ତ୍ରିପାଠୀ ଯୋଗଦେଇଥିଲେ । ଏସ ପି କ୍ରିଏସନ ବ୍ୟାନର ରେ ନିର୍ମିତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଟି ର କାହାଣୀ ଲେଖିଛନ୍ତି କୁକୁଡାଖଣ୍ଡି ର ବିଡ଼ିଓ ଶ୍ରୀ ଗଦାଧର ପାତ୍ର । ଏହାର ପ୍ରଯୋଜନା ଦାଇତ୍ୱ ଶ୍ରୀମତୀ ପ୍ରଭାସିନୀ ଅଧିକାରୀ ନେଇଥିବା ବେଳେ ନିର୍ଦେଶନା ଦାଇତ୍ୱ ରେ ଗଂଜାମ ମାଟି ର ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶ୍ରୀ ସ୍ଥିତଧୀ ରଥ ନିଜର ସୃଜନାତ୍ମକ କରିସ୍ମା ପ୍ରଦର୍ଶନ କରିଛନ୍ତି ।
ଚିତ୍ର ଗ୍ରହଣ ଦାୟିତ୍ୱରେ ବସନ୍ତ ମହାରଣା, ସମ୍ପାଦନା ରେ ବାପି ମହାରଣା ଓ ସୃଜନାତ୍ମକ ନିର୍ଦେଶକ ଭାବରେ ମଧୁସୂଦନ ମିଶ୍ର ନିଜର ଗୁରୁ ଦାଇତ୍ୱ ତୁଲାଇଛନ୍ତି  । ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକା ରେ ଶ୍ରୀ ଗଦାଧର ପାତ୍ର, ମଧୁସୂଦନ ମିଶ୍ର, ବାବୁଲି ପଟ୍ଟନାୟକ, ସୁରେନ୍ଦ୍ର ପ୍ରଧାନ ଓ ବୁଗୁଡା ତହସିଲଦାର ଶ୍ରୀ ସଂଗ୍ରାମ କେଶରୀ ଜେନା ନିଜ ନିଜ ଅଭିନୟ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।ଏହି ଚଳଚ୍ଚିତ୍ର ଟି ଅମାନିଆ ଲୋକଙ୍କ ଭିତରେ ସଚେତନତା ର ବାର୍ତ୍ତା ବାଣ୍ଟିବ ବୋଲି ଏହାର ଉପଦେଷ୍ଟା ଶ୍ରୀମତୀ ସୁସ୍ମିତା ପାତ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀମତୀ ପାତ୍ର ଙ୍କ ତରଫରୁ ସମସ୍ଥ ଉପସ୍ଥିତ ଦର୍ଶକ ଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ଏହି ଚଳଚ୍ଚିତ୍ର ଟିକୁ ଜ୍ଞାନଜ୍ୟୋତି ପ୍ରଡକ୍ସନ ର you tube ଚ୍ୟାନେଲ ରେ ସମସ୍ଥେ ଦେଖନ୍ତୁ ବୋଲି ପ୍ରଯୋଜିକା ପ୍ରଭାସିନୀ ଅଧିକାରୀ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବୈଷ୍ଣବ ଦାସ ସଂଯୋଜନା କରିଥିଲେ
Shares