ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସ ଭଡ଼ାରେ ଉପଲବ୍ଧ ଅଟେ । ଆଜ୍ଞା ହଁ , ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସରକାର ଇଶ୍ଳାମାବାଦ ରେ ଥିବା ନିଜର ସରକାରୀ ଆବାସ କୁ ସାଧାରଣ ଲୋକଙ୍କ ପାଇଁ ଭଡା ଦେବାର ନିଷ୍ପତି ନେଇଛନ୍ତି । ବର୍ତ୍ତମାନ୍ ଏହାକୁ ସାଂସ୍କୃତିକ କାର୍ଯ୍ୟକ୍ରମ , ଶିକ୍ଷାଗତ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭଡ଼ାରେ ନେଇ ପାରିବେ ।
ଏହା ପୂର୍ବରୁ ୨୦୧୯ରେ ଯେତେବେଳେ ଇମ୍ରନ୍ ଗାଦି ସମ୍ଭାଳି ଥିଲେ ସେତେବେଳେ ସେ ନିଜ ଆବାସ କୁ ବିଶ୍ଵବିଦ୍ୟାଳୟ କରିବେ ବୋଲି ଘୋଷଣା କରିଥିଲେ । ଏହାପରେ ସେ ଏହି ଆବାସ କୁ ଖାଲି କରି ଦେଇଥିଲେ । ପାକିସ୍ତାନ ଗଣମାଧ୍ୟମ ସମା ଟିଭି ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ଆବାସ ବର୍ତ୍ତମାନ୍ ସାଧାରଣ ନାଗରିକଙ୍କୁ ଭଡ଼ାରେ ଦିଆଯିବ ଓ ବିଶ୍ଵବିଦ୍ୟାଳୟ ପ୍ରକଳ୍ପ ବନ୍ଦ୍ କରାଗଲା ।
ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ , ଏହି ମାମଲାରେ ଯଥା ଶୀଘ୍ର ଇମ୍ରାନ କ୍ୟାବିନେଟ୍ ର ବୈଠକ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ଙ୍କ ସରକାରୀ ଆବାସ ରେଭିନ୍ୟୁ ହାସଲ କରିବା ଉପରେ ଚର୍ଚ୍ଚା ହେବ । ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆବାସ ର ଅଡିଟୋରିୟମ୍ , ଗେଷ୍ଟ ହାଉସ ଓ ଲାନ୍ ଭଡ଼ାରେ ଦିଆଯାଇ ରେଭୀନ୍ୟୁ ଆଦାୟ କରାଯାଇ ଏକାଠି କରାଯିବ । ଏହି ପରିସରରେ ଡିପ୍ଲୋମାଟିକ କାର୍ଯ୍ୟକ୍ରମ , ବିଭିନ୍ନ ବିଦେଶୀ କାର୍ଯ୍ୟକ୍ରମ ମଧ୍ୟ ସାମିଲ ରହିବ । ସରକାର ଏହିଭଳି କାର୍ଯ୍ୟକ୍ରମ ରୁ ମଧ୍ୟ ଭଡା ଅସୁଲ କରି ରୋଜଗାର କରିବେ । ଇମ୍ରାନ ଗାଦିରେ ବସିବା ପର ଠାରୁ ପାକିସ୍ତାନ ର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ।
Comments are closed.