Odisha news

ସାବଧାନ : କମ୍ ଲୁଣ ଖାଇବା ମଧ୍ୟ ଆପଣଙ୍କୁ ଟାଣି ନେଇ ପାରେ ଏହିସବୁ ରୋଗ ଆଡ଼କୁ

ବର୍ତ୍ତମାନ୍ ସୁଦ୍ଧା ଆପଣ କମ୍ ଲୁଣ ଖାଇବା ଦ୍ୱାରା ଶରୀର ପକ୍ଷରେ କ୍ଷତିକାରକ ବୋଲି ଜାଣିଥିବେ । କଣ ଆପଣ କେବେ ଶୁଣିଛନ୍ତି କମ୍ ଲୁଣ ଖାଇବା ଦ୍ୱାରା ମଧ୍ୟ ହୋଇପାରେ ଶରୀର ପାଇଁ କ୍ଷତିକାରକ । ଏହି ତଥ୍ୟ ପ୍ରକାଶ ପାଇଛି ନେସନାଲ ଲାଇବ୍ରେରୀ ଅଫ ମେଡିସିନ ରେ , ଏହି ତଥ୍ୟ ଆଧାରରେ କିଛି ଲୋକ ଖୁବ୍ କମ୍ ଲୁଣ ଖାଇ ଥାଆନ୍ତି । ଯାହା ତାଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ।
ଭାରତ ଗୋଟିଏ ଧାର୍ମିକ ସ୍ଥାନ ହୋଇଥିବା କାରଣରୁ ଏଠାରେ ଅଧିକାଂଶ ପୂଜାରେ ଲୁଣ ସେବନ କରାଯାଏ ନାହିଁ । ଏପରି ସ୍ଥଳେ ମଧ୍ୟ ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇପାରେ । ଆସନ୍ତୁ ଜାଣିବା କମ୍ ଲୁଣ ଖାଇବା ଦ୍ୱାରା କଣ ହୋଇଥାଏ ।
* ହୃତ ପିଣ୍ଡ ସମସ୍ୟା – ଆପଣ ଦିନସାରା ଲୁଣ ନଖାଇବା ଦ୍ଵାରା ରକ୍ତ ଶର୍କରା ସ୍ତର ରେ ଉଚ୍ଚ ନିଚ ହୋଇଥାଏ । ୧୫୨ ଜଣଙ୍କୁ ନେଇ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଇନ୍ସୁଲିନ ପ୍ରତିରୋଧ ସେତେବେଳେ ହୋଇଥାଏ ଯେତେବଳେ ସେଲ ହର୍ମୋନ ଇନ୍ସୁଳିନ ର ଜବାବ୍ ଦେଇ ନଥାଏ । ଏହି କାରଣରୁ ବ୍ଲଡ଼ ସୁଗାର ଲେବୁଲ ବଢ଼ି ଯାଇଥାଏ । ଇନ୍ସଲିନ ପ୍ରତିରୋଧ କାରଣରୁ ଟାଇପ ୨ ମଧୁମେହ ଓ ହୃଦ ରୋଗ ସମସ୍ୟା ବଢ଼ି ଯାଇଥାଏ ।
* ହୃଦ ଘାତ ସମସ୍ୟା ବଢ଼ିଥାଏ – ହୃଦଘତ ସମସ୍ୟା ସେତେବେଳେ ଦେଖା ଦେଇଥାଏ ଯେତେବେଳେ ହୃତପିଣ୍ଡ ଠିକ୍ ଭାବରେ ଶରୀରକୁ ଅମ୍ଳଜାନ ଯୋଗାଇ ପାରେ ନାହିଁ ଓ ଠିକ୍ ଭାବରେ ବ୍ଲଡ଼ କୁ ପମ୍ପ କରି ପାରେନାହିଁ । ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ ଗୋଟିଏ ଦିନରେ ୨୦୦ମିଲି ରୁ କମ୍ ସୋଡିୟମ ଖାଇବା ଶରୀର ପକ୍ଷରେ କ୍ଷତିକାରକ ଅଟେ ।
* କୋଲେଷ୍ଟ୍ରାଲ ପାଇଁ କ୍ଷତି କାରକ – ୨୦୧୨ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କମ୍ ଲୁଣ ଖାଉଥିବା ବ୍ୟକ୍ତିଙ୍କ ଶରୀରରେ ବ୍ୟାଡ କୋଲେଷ୍ଟ୍ରାଲ ଅଧିକ ହେବାର ସମ୍ଭାବନା ରହିଥାଏ ।
* ମଧୁମେହ ରୋଗୀ ଙ୍କ ପାଇଁ କ୍ଷତିକାରକ – ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଆପଣଙ୍କ ଖାଦ୍ୟରେ ସୋଡିୟମ ସ୍ତର କମିବା ଉଚିତ୍ ନୁହେଁ । କାରଣ ଶୋଡ଼ିୟମ ସ୍ତର କମିବା ଦ୍ଵାରା ହୃଦଘାତ୍ ସମସ୍ୟା ଦେଖା ଦେଇଥାଏ । ତେଣୁ ଅଧିକ ମାତ୍ରାରେ ନଖାଇଲେ ମଧ୍ୟ ସୀମିତ ମାତ୍ରାରେ ଲୁଣ ଖାଇବା ଉଚିତ୍ ।
Shares