Odisha news

ଏହି ୩ଟି ଗୁଣ ଥିବା ବ୍ୟକ୍ତିଙ୍କ ନିକଟରେ ଭଗବାନ ମଧ୍ୟ ରହିବାକୁ ଅସନ୍ତୋଷ ପ୍ରକାଶ କରନ୍ତି

କୁହାଯାଇଛି ଯେ ମଣିଷ ସବୁବେଳେ ନିଜର ଖରାପ କର୍ମର ଫଳ ଲାଭ କରିଥାଏ l ତେଣୁ ଖରାପ କାର୍ଯ୍ୟରୁ ବ୍ୟକ୍ତିକୁ ସବୁବେଳେ ଦୁରେଇ ରହିବା ଆବଶ୍ୟକ l ଖରାପ କାମ ବ୍ୟକ୍ତିର ପ୍ରତିଭାକୁ ନଷ୍ଟ କରିଥାଏ l ଏଭଳି ବ୍ୟକ୍ତି ସବୁବେଳେ ଭୟ ଓ ନକାରାତ୍ମକ ଶକ୍ତି ଦ୍ୱାରା ଆବଦ୍ଧ ହୋଇ ରହିଥାଏ l ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଶ୍ରେଷ୍ଠ ମନୁଷ୍ୟ ସେହିଁ ଅଟେ ଯେଇଁ ନିଜର ଉଚ୍ଚ ଆଦର୍ଶ ଦ୍ୱାରା ସମସ୍ତଙ୍କୁ ସନ୍ତୁଷ୍ଟ କରିପାରେ l ଜୀବନରେ ଭଲ ଅଭ୍ୟାସ ଆପଣାଇ ନିଜ ଜୀବନକୁ ଭଲରେ ଅତିବାହିତ କରିବା ସହିତ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ l

ଯିଏ ଜୀବନରେ ୩ଟି ଜିନଷକୁ ଧ୍ୟାନ ଦେଲେ ତା ଉପରେ ଈଶ୍ୱରଙ୍କ ଆଶୀର୍ବାଦ ରହିଥାଏ l

* ସମୟ – ବିଦ୍ୱାନ ମାନଙ୍କ ମତରେ ଯିଏ ସମୟର ମୂଲ୍ୟକୁ ବୁଝି ନଥାଏ ସେ ଜୀବନରେ ସଫଳତା ଲାଭ କରିପାରେ ନାହିଁ l ଯିଏ ସମୟର ମୂଲ୍ୟକୁ ବୁଝିଥାଏ ଓ ଠିକ ସମୟରେ ସମସ୍ତ କାର୍ଯ୍ୟକୁ ପୁରାଣ କରେ ତା ଜୀବନରେ ସଫଳତା ଭରି ରହିଥାଏ l

* ନିନ୍ଦା – ଶାସ୍ତ୍ର ଅନୁସାରେ ନିନ୍ଦା କରିବା ଓ ନିନ୍ଦା ଶୁଣିବା ସବୁବେଳେ ବର୍ଜନୀୟ ଅଟେ l ନିନ୍ଦା କରୁଥିବା ବ୍ୟକ୍ତି ଓ ନିନ୍ଦା ଶୁଣୁଥିବା ବ୍ୟକ୍ତି ଉଭୟ ସମାନ ପରିମାଣ ରେ ଦାୟୀ ଅଟନ୍ତି l ଯେତେବେଳେ ଆମେ ଅନ୍ୟର ଖରାପ ଗୁଣକୁ ଗାନ କରୁ ସେତେବେଳେ ତାର ସମସ୍ତ ଖରାପ ଗୁଣ ଆମ ଭିତରକୁ ଚାଲି ଆସିଥାଏ l ନିନ୍ଦା କରୁଥିବା ଓ ଶୁଣୁଥିବା ବ୍ୟକ୍ତି ଉଭୟ ସମାନ ମାତ୍ରାରେ ଦାୟୀ ରୁହନ୍ତି l

* ଅହଂକାର – ଗୀତାରେ ମଧ୍ୟ କୁହାଯାଇଛି ବ୍ୟକ୍ତିର ସବୁଠୁ ବଡ ଶତ୍ରୁ ଅହଂକାର ଅଟେ l ଅହଂକାର କାରଣରୁ ବ୍ୟକ୍ତି ଖରାପ ଓ ଭଲ ମଧ୍ୟରେ ପାର୍ଥକ୍ୟ ଭୁଲି ଯାଇଥାଏ l ଅହଂକାର ନିକଟରୁ ଦୁରେଇ ରହିବା ଆବଶ୍ୟକ l ଅହଂକାର ପ୍ରତିଭା ଓ କୁଶଳତା କୁ ମଧ୍ୟ ନାଶ କରିଥାଏ l ଅହଙ୍କାରୀ ବ୍ୟକ୍ତିକୁ ଭଗବାନ ମଧ୍ୟ ପସନ୍ଦ କରନ୍ତି ନାହିଁ l

Shares