Odisha news

ଧାନ ଚାଷ

0

ଓଡ଼ିଶାରେ ବର୍ଷାଧାର ଢିପଜମିରେ ଓ ବୃଷ୍ଟିପୁଷ୍ଟ ଖାଲ ଜମିରେ ବୁଣାଧାନ ହୋଇଥାଏ ଓ ଜଳସେଚିତ ମଧ୍ୟମ କିସମ ଜମିରେ ରୁଆ ଧାନ ହୋଇଥାଏ । ଢିପ ଜମିରେ ବର୍ଷାର ଅଭାବ ହେଲେ ଫସଲର ବ୍ୟାପକ କ୍ଷତି ହୋଇଥାଏ । ତେଣୁ ସେ ପ୍ରକାର ଜମିରେ ଧାନ ସହିତ ମିଶ୍ରିତ ଫସଲ ଭାବରେ ହରଡ଼ କିମ୍ବା ମୁଗବିରି କରିବା ଉଚିତ କିମ୍ବା ଧାନ ନକରି ଅଣଧାନ ଫସଲ କରିବା ଉଚିତ । ଜମି କିସମକୁ ଚାହିଁ ଯୋଜନା କରିବା ଆବଶ୍ୟକ ।

ବିହନ ଜମି କିସମକୁ ଚାହିଁ ବିହନ ନିର୍ବାଚନ କରାଯାଏ । ଅତି ସଅଳ, ସଅଳ, ମଧ୍ୟମ ଓ ବିଳମ୍ବ କିସମର ଅଧିକ ଅମଳକ୍ଷମ ବିହନ କିସମ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଉପଲବ› ହେଉଛି । ବିହନ ସଂଗ୍ରହ କରିବା ପରେ ତାହାକୁ ଭଲଭାବରେ ପରିଷ୍କାର କରି ତାହାକୁ ଲୁଣପାଣି (୧ଲି. ପାଣିରେ ୧୬୫ଗ୍ରାମ ଲୁଣ)ରେ ପକାଇଦେଲେ ହୃଷ୍ଟପୁଷ୍ଟ ଓ ସୁସ୍ଥ ବିହନ ପାଣିର ତଳେ ବସିଯାଏ ଓ ହାଲୁକା ବା ଅଗାଡ଼ି ବିହନ ପାଣିର ଉପରେ ଭାସିଥାଏ । କେବଳ ହୃଷ୍ଟପୁଷ୍ଟ ୮୦ଭାଗ ବା ତାହାଠାରୁ ଅଧିକା ହେଲେ ବ୍ୟବହାର କରାଯାଏ । ବିହନକୁ ନିଶ୍ଚିତ ଭାବରେ ବିଶୋଧନ କରିବାକୁ ହୁଏ । ଏଥିପାଇଁ ଏକ କେଜି ବିହନକୁ ୧ଗ୍ରାମ କାର୍ବେଣ୍ଡାଜିମ୍‍ ଓ ୧.୫ ଗ୍ରାମ ଥିରାମ୍‍ ମିଶାଇ ବ୍ୟବହାର କରାଯାଏ । ଜୈବିକ ପଦ୍ଧତିରେ ଏକ କେଜି ବିହନକୁ ୪ଗ୍ରାମ ଟ୍ରାଇକୋଡର୍ମା ଭିରିଡି (ସଂଜୀବନୀ/ବାୟୋଡର୍ମା) ଓ ୪ଗ୍ରାମ ସୁ୍ୟଡୋମୋନାସ୍‍ ଫ୍ଲୁରୋସେନ୍ସ (ସୁରକ୍ଷା) ଓ ୨୦ମି.ଲି. ପାଣି ମିଶାଇ ବିଶୋଧନ କରାଯାଇପାରିବ । ଏହାଦ୍ୱାରା ତଳି ଅବସ୍ଥାରେ ଗଛକୁ ବିହନବାହୀ ଓ ମୃତ୍ତିକାବାହୀ ରୋଗ ଆକ୍ରମଣ ହୁଏନାହିଁ ।

ବୁଣାଧାନ ଅଣଜଳସେଚିତ ଜମିରେ ଖରୁଡ଼ି ବୁଣା କରାଯାଏ । ପ୍ରାୟ ମେ’ ମାସର ଶେଷରେ ଅସରାଏ ମୌସୁମୀ ବର୍ଷା ପରେ ମାଟିକୁ ଲୁହାଲଙ୍ଗଳ, ଟ୍ରାକଫର ବା ପାଓ୍ୱାର ଟିଲର ସାହାଯ୍ୟରେ ୪-୫ ଓଡ଼ଚାଷ କରି ଏକର ପ୍ରତି ୨ଟନ୍‍ ସଢ଼ା ଗୋବର ଖତ ଭଲଭାବରେ ମିଶାଇ ଦିଆଯାଏ । ବିହନ ବୁଣିବା ପୂର୍ବରୁ ଶେଷ ଓଡ଼ଚାଷ ସମୟରେ ସାର ଦେଇ ଜମିକୁ ସମତୁଲ କରାଯାଏ ।

ଅନୁମୋଦିତ ସାରର ମାତ୍ରା:-
ମଧ୍ୟମ ଓ ଖାଲଜମିରେ ଛଟାବୁଣା କରୁଥିଲେ ଓ ଅସୁବିଧାବଶତଃ ସାର ପ୍ରୟୋଗ କରିପାରିନଥିଲେ, ଧାନ ବୁଣିବାର ୩ ସପ୍ତାହ ପରେ ସମସ୍ତ ଡିଏପି ଓ ପଟାସ୍‍ ସାର ଏବଂୟୁରିଆ ସାରର ଶତକଡ଼ା ୫୦ଭାଗ ଦିଆଯାଏ । ଏହି କାର୍ଯ୍ୟ ପ୍ରାୟ ବେଉଷଣ ସମୟରେ କରାଯାଇପାରିବ ।ୟୁରିଆ ସାରର ଶତକଡ଼ା ୨୫ଭାଗ ଧାନ ବୁଣିବାର ୪୫ ଦିନ ପରେ ପିଲ ସାର ଆକାରରେ ଓ ଅବଶିଷ୍ଟ ଶତକଡ଼ା ୨୫ ଭାଗ ଥୋଡ଼ପତ୍ର ଆସିବା ସମୟରେ ଦିଆଯାଏ । ବିହନ ବୁଣା ଯନ୍ତ୍ର ବା ଲଙ୍ଗଳ ସିଆରରେ ଧାଡ଼ିବୁଣା କଲେ ବା ଅଛରା ବୁଣା କଲେ ବୁଣା ଧାନରୁ ମଧ୍ୟ ଅଧିକ ଅମଳ ମିଳିଥାଏ ।
ତଳିଘରା ପ୍ରସ୍ତୁତି ଓ ପରିଚାଳନା

ଶୁଖିଲା ତଳିଘରା : ଖରିଫ ଋତୁରେ ଯେଉଁଠି ପାଣିର ସୁବିଧା ନଥାଏ ସେଠାରେ ଶୁଖିଲା ତଳିଘରା କରାଯାଏ । ତଳି କିଆରିକୁ ଭଲଭାବରେ ଗୁଣ୍ଡଚାଷ କରି ପର୍ଯ୍ୟାପ୍ତ ପରିମାଣର ଜୈବିକ ଖତ ଦିଆଯାଏ । ୧୦ ଡେସିମିଲ ତଳି କିଆରି ପାଇଁ ୪କେଜି ନବରନିା ଡିଏପି ସାର ଓ ୨କେଜି ନବରନିା ପଟାସ ସାର ମାଟିରେ ମିଶାଇ ଧାଡ଼ିରେ ବିହନ ବୁଣାଯାଏ । ବିହନକୁ ପତଳା କରି ବୁଣିଲେ (୫୦ଗ୍ରାମ ବିହନ / ବର୍ଗମିଟର ତଳିଘରା) ତଳି ମଜଭୁତ ଓ ହୃଷ୍ଟପୁଷ୍ଟ ହୁଏ ଏବଂ ତା’ର ପିଲ ଦେବା ଶକ୍ତି ଅଧିକ ହୁଏ ।
୨. କାଦୁଆ ତଳିଘରା : ପାଣିର ସୁବିଧା ଥିବା ସ୍ଥାନରେ ତଳି କିଆରିକୁ କାଦୁଆ କରି ସାର ଦେଇ ମଇ ଦେଇ ସମତୁଲ କରାଯାଏ । ବିହନକୁ ଗାଲିଗଜା କରି ବୁଣାଯାଏ । ତଳିପଟିକୁ ପ୍ରଥମ ଅବସ୍ଥାରେ ଓଦା ରଖାଯାଏ । ଗଜା ବଢ଼ିଗଲେ ଅଳ୍ପ ଠିଆ ପାଣି ବାନ୍ଧି ରଖାଯାଏ । ଗଜା ହେବାର ୧୫ଦିନ ପରେ ଗଛ ହଳଦିଆ ଦେଖାଗଲେ ଲୌହ ଅଣୁସାରର ଅଭାବ ଥିବାର ଜଣାଯାଏ । ତେଣୁ ୨୦ଲିଟର ପାଣିରେ ୫୦ଗ୍ରାମ ଫେରସ୍‍ ସଲଫେଟ୍‍ ତଳି ଓପାଡ଼ିବାର ଏକ ସପ୍ତାହ ପୂର୍ବରୁ ୧୨୦୦ଗ୍ରାମ କାରବୋସାନ୍‍ ବା ୬୦୦ ଗ୍ରାମ ଫୋରାସାନ୍‍ ଜାତୀୟ ଦାନାଦାର ଔଷଧକୁ ପ୍ରୟୋଗ କଲେ ଗଛକୁ ଦେଢ଼ମାସ ପର୍ଯ୍ୟନ୍ତ ପୋକ ଆକ୍ରମଣରୁ ରକ୍ଷା କରିଥାଏ । ତଳି କିଆରିରେ ମହିଷା ରୋଗ ଫିମ୍ପିନାଶକ ଔଷଧ (ଟ୍ରଫି) ପତ୍ରଛିଞ୍ଚା କରାଯାଇପାରିବ । ପତ୍ରର ଅଗ୍ରଭାଗରେ କାଣ୍ଡବିନ୍ଧା ପୋକର ଅଣ୍ଡା ମେଞ୍ଚା ଥିଲେ ଛିଣ୍ଡାଇ ଦିଆଯାଏ ।

ମୁଖ୍ୟଜମି ପ୍ରସ୍ତୁତି
ରୁଆ ଧାନ ପାଇଁ ପାଣିର ସୁବିଧା ଦେଖି ଜମି ପ୍ରସ୍ତୁତ କରାଯାଏ । ଧାନ ତଳି ପକାଇବା ସମୟରେ ମଧ୍ୟମ ଓ ଖାଲଜମିରେ ଧନିଚା ବୁଣାଯାଇ ପାରିଲେ, ଜମି ପ୍ରସ୍ତୁତ ସମୟରେ ତାକୁ ହଳ କରି ମାଟିରେ ମିଶାଇ ଦିଆଯାଏ । ଧନିଚାକୁ ମାଟିରେ ମିଶାଇ ୪-୫ ଦିନ ସଢ଼ିବାକୁ ଛାଡ଼ି ଦିଆଯାଏ । ଏହାଦ୍ୱାରା ମାଟିର ଭୌତିକ ଗୁଣ ବଢ଼ିବା ସହିତ ମାଟି ଉର୍ବର ହୁଏ ଓ ଯବକ୍ଷାରଜାନ ଜାତୀୟ ସାରର ପରିମାଣ ଶତକଡ଼ା ୨୫ଭାଗ କମାଇ ଦେଇହୁଏ । ଜମିକୁ କାଦୁଅକରିବା ସମୟରେ ଗୋବର ଖତ ସହ ୨କେଜି ଆଜୋଟୋବ୍ୟାକଫର ଓ ୨କେଜି ଫସ୍‍ଫୋବ୍ୟାକଫର ମିଶାଇ ପ୍ରୟୋଗ କଲେ ଗଛକୁମାଟିରୁଖାଦ୍ୟ ସାର ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ମିଳେ ଓ ଗଛର ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ଏନଜାଇମ୍‍ ମିଳେ । ଖାଲ ଓ ପାଟ ଜମିରେ ଆଜୋଟୋବ୍ୟାକଫର ବଦଳରେ ଆଜୋସ୍ପିରିଲମ୍‍ ବ୍ୟବହାର କରାଯାଏ । ତା’ସହିତ ଅନୁମୋଦିତ ମାତ୍ରାର ସାର (ବୁଣାଧାନ ପରି) ଦିଆଯାଏ । ଖାଲଜମିରେୟୁରିଆ ସାରକୁ ତା’ର ଦୁଇଗୁଣ ପରିମାଣର ଶୁଖିଲା ଖତ ସହ ମିଶାଇ ୪୮ଘଣ୍ଟା ରଖି ପ୍ରୟୋଗ କଲେ ସାର ନଷ୍ଟ ନହୋଇ ଧୀରେ ଧୀରେ ଗଛକୁ ମିଳିଥାଏ । ନିମ୍ବ ତେଲ ସହିତ ମଧ୍ୟୟୁରିଆକୁ ଉପଚାର କରି ପ୍ରୟୋଗ କରାଯାଇପାରେ (୫୦୦ ଏମ୍‍.ଏଲ୍‍ ନିମ୍ବତେଲ ୫୦କେଜିୟୁରିଆ ସହ) ।

ଧାନରୁଆ
ଯେତେଦୂର ସମ୍ଭବ ବୁଦା ପ୍ରତି ୨-୩ଟି ତଳି ସିଧା ଓ ଅଗଭୀର ଭାବରେ ରୁଆଯିବା ଉଚିତ୍‍ । ନଚେତ୍‍ ଗଛକୁ ସିଧା ହେବା ପାଇଁ ସମୟ ଓ ଶକ୍ତିର ଅପଚୟ କରିବାକୁ ପଡ଼େ । ଗଛ ବେଶୀ ଗଭୀରକୁ ରୋଇଲେ ଡେଙ୍ଗା ହୋଇଯାଏ ଓ କମ୍‍ ପିଲ ଦିଏ । କିସମ ଅନୁସାରେ ବର୍ଗମିଟର ପ୍ରତି ଗଛ ସଂଖ୍ୟା ଠିକ୍‍ ରଖିବାକୁ ହେବ ।

ସାର ପ୍ରୟୋଗ (ଏକର ପିଛା)
ନବରନିା ଡ଼ିଏପି ଓ ୨୦:୨୦:୦:୧୩ରେ ଗନ୍ଧକ ଥିବାରୁ ଏହା ଧାନ ଚାଷ ପାଇଁ ଅଧିକ ଉପାଦେୟ ସାର
ରୋଇବା ସମୟରେ ଜମିରେ ଅଧାଇଞ୍ଚ ପାଣି ରହିବା ଉଚିତ୍‍ । ଏହାର ଏକ ସପ୍ତାହ ପରେ ପ୍ରାୟ ଦୁଇ ଇଞ୍ଚ ଠିଆପାଣି ବାନ୍ଧି ରଖାଯାଏ । ପିଲ ଦେବାଠାରୁ ଫୁଲ ଉଡ଼ାଇବା ପର୍ଯ୍ୟନ୍ତ ଫସଲକୁ ଜଳାଭାବ ହେବା ଉଚିତ୍‍ ନୁହେଁ । ସାର ଦେବାର ଦିନକ ଆଗରୁ ପାଣି କାଟିଦେଇ ଦିନକ ପରେ ପୁଣି ପାଣି ଦିଆଯାଏ । ସୁବିଧା ଥିଲେ ମଝି ମଝିରେ ପାଣି କାଟି ୪୮ଘଣ୍ଟା ପରେ ପୁଣି ପାଣି ମଡ଼ାଇଲେ ଫସଲ ଭଲ ବଢ଼ିଥାଏ । ଧାନ ପାଚିଆସିଲେ ଜମିରୁ ପାଣି କାଟି ଦିଆଯାଏ ।
ଘାସ ଦମନ
ଖରାଟିଆ ଚାଷ ଓ ହିଡ଼କୁ ସଫାସୁତରା ରଖିବା ଦ୍ୱାରା ଘାସ କମ୍‍ ହୁଏ । ଯାନ୍ତ୍ରିକ ପ୍ରଣାଳୀରେ ହାତରେ ବା ଘାସ ଉପଡ଼ା ଯନ୍ତ୍ର ସାହାଯ୍ୟରେ ଘାସକୁ ଓପାଡ଼ି ମାଟିରେ ମିଶାଇ ଦିଆଯାଇପାରେ । ପାଣି ମଡ଼ାଇଲେ ଘାସ ଆଉ ଉଠେନାହିଁ । ଆବଶ୍ୟକ ସ୍ଥଳେ ରାସାୟନିକ ତୃଣମାରୀ ଔଷଧ ପ୍ରୟୋଗ କରାଯାଇପାରିବ ।

ନିୟନ୍ତ୍ରଣ :
(କ) ରୁଆ ଧାନ ରୋଇବାର ୨-୪ ଦିନ ମଧ୍ୟରେ ଏବଂ ବୁଣା ଧାନ ଗଜା ହେବାର ୨୪ ଘଣ୍ଟା ମଧ୍ୟରେ ଏକର ପିଛା ୫୦୦ ମି.ଲି. ନାଶକ (ପି୍ରଟିଲାକ୍ଲୋର) ୫-୧୦ କି.ଗ୍ରା. ବାଲିରେ ମିଶାଇ ଜମିରେ ବୁଣି ଦିଅନ୍ତୁ ।
(ଖ) ଘାସମରା ପ୍ରୟୋଗ କରିବାର ୭ ଦିନ ପର୍ଯ୍ୟନ୍ତ ଜମିରୁ ଜଳ ନିଷ୍କାସନ ବା ଜଳ ପ୍ରୟୋଗ କରନ୍ତୁ ନାହିଁ ।
ରୋଗପୋକ ନିୟନ୍ତ୍ରଣ
ଖରାଟିଆ ଚାଷ, ବିହନ ବିଶୋଧନ, କିଆରିକୁ ପରିଷ୍କାର ରଖି ହିଡ଼ କତି କରିବା, ସୁଷମ ଓ ଅନୁମୋଦିତ ସାର ପ୍ରୟୋଗ କରିବା, ଜଳ ପରିଚାଳନା, ଠିକ୍‍ ସମୟରେ ରୁଆ ଓ ବୁଣା, ଏସବୁ କରିଥିଲେ ରୋଗ, ପୋକର ଆକ୍ରମଣ କମ୍‍ ହୋଇଥାଏ । ତାହାଛଡ଼ା କିଆରିରେ ଶାଖା ପ୍ରଶାଖାଯୁକ୍ତ ବାଉଁଶ ପୋତିବା, ଅଣ୍ଡାପୁଞ୍ଜ, ଶୂକ ଓ କୋଷାଗୁଡ଼ିକୁ ହାତରେ ଧରି ନଷ୍ଟକରିବା, ସଂଧ୍ୟା ବେଳେ ହୁଡ଼ାରେ ନିଆଁ ଜାଳିବା, ପ୍ରାରମ୍ଭିକ ଅବସ୍ଥାରେ ପୋକ ବା ରୋଗାକ୍ରାନ୍ତ ଗଛକୁ ନଷ୍ଟ କରିଦେବା ଦ୍ୱାରା ପୋକରୋଗ ଆର୍ଥିକ କ୍ଷତି କରିନଥାନ୍ତି । ଆବଶ୍ୟକ ହେଲେ ବିଶେଷଜ୍ଞଙ୍କର ପରାମର୍ଶ ନେଇ ରାସାୟନିକ ବିଷ ପ୍ରୟୋଗ କରିବା ଉଚିତ୍‍ । ଧାନ ଫସଲର କେତୋଟି ମୁଖ୍ୟ ପୋକ ଏବଂ ରୋଗ ଓ ତା’ର ନିରାକରଣ ପାଇଁ ଅନୁମୋଦିତ ରାସାୟନିକ ବିଷ ଏଠାରେ ଦିଆଯାଉଛି ।

କାଣ୍ଡବିନ୍ଧା ପୋକ
ଲକ୍ଷଣ : କାଣ୍ଡବିନ୍ଧା ପୋକର ଆକ୍ରମଣରେ ଧାନ ଫସଲର ପ୍ରଥମ ଅବସ୍ଥାରେ ଡେଡ୍‍୍‍ହାଟ୍‍୍‍ ଓ କେଣ୍ଡା ଆସିଲା ପରେ ହ୍ୱାଇଟ୍‍୍‍ଇଅର୍‍୍‍ ହେଡ୍‍୍‍/ବଗପଖିଆ ଦେଖାଯାଏ । ଆକ୍ରାନ୍ତ ପିଲ ଭିଡ଼ି ଦେଲେ ବାହାରି ଆସେ । କେଣ୍ଡାର ମୂଳକୁ ଆକ୍ରାନ୍ତ କରି ଏହା ସମୁଦାୟ ଧାନ କେଣ୍ଡାକୁ ଧଳା କରିଦିଏ । ଏହାକୁ ବଗପଖିଆ ମଧ୍ୟ କୁହାଯାଏ । ପ୍ରତି ବର୍ଗମିଟର ପିଛା ୧ରୁ ୨ଟି ମଲା କେଣ୍ଡା ଦେଖାଦେବା ମାତ୍ରେ କାଣ୍ଡବିନ୍ଧା ପୋକ ଆର୍ଥିକ ନିୟନ୍ତ୍ରଣ ସୀମା ଅତିକ୍ରମ କରିଛି ବୋଲି ଜାଣି ପାରିବେ ଏବଂ ସଙ୍ଗେ ସଙ୍ଗେ ସ୍ପ୍ରେ ଆରମ୍ଭ କରିବେ ।

ନିୟନ୍ତ୍ରଣ : ସଣ୍ଡା ପୋକର ଦମନ ପାଇଁ ବ୍ୟବହୃତ ହୋଇଥିବା ଦାନାଦାର ଓ ତରଳ କୀଟନାଶକରେ ମଧ୍ୟ କାଣ୍ଡବିନ୍ଧା ପୋକର ଦମନ ସମ୍ଭବପର । ମାତ୍ର କାଣ୍ଡବିନ୍ଧା ପୋକର ଅଧିକ ସକ୍ରୀୟ ନିୟନ୍ତ୍ରଣ ପାଇଁ କାଳି ଦାନାଦାର ଏକର ପିଛା ୭.୫-୧୦ କି.ଗ୍ରା. ହିସାବରେ ପ୍ରୟୋଗ କରନ୍ତୁ । ପର ଅବସ୍ଥାରେ ପ୍ରୋସିପ୍‍୍‍ ( ୨ ମି.ଲି. ପ୍ରତି ଲିଟର) ହିସାବରେ ସ୍ପ୍ରେ କଲେ ମଧ୍ୟ ଏହି ପୋକର ନିୟନ୍ତ୍ରଣ କରି ପାରିବେ । କାରବୋସାନ୍‍ ଏକର ପ୍ରତି ୧୦-୧୩ କି.ଗ୍ରା. ପ୍ରୟୋଗ କଲେ ପୋକର ଆକ୍ରମଣ କମ୍‍୍‍ ହୋଇଥାଏ । ସଠିକ୍‍୍‍ ପରିମାଣର ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ ପୋକ ଆକ୍ରମଣର ପ୍ରକୋପ କମ୍‍୍‍ କରିଥାଏ ।

ମହିଷା ରୋଗ
ଲକ୍ଷଣ : ଧାନ ପତ୍ରରେ ଆଖି ଆକୃତିର ଦାଗ ସବୁ ଦେଖାଯାଏ । ଏହି ଦାଗର ଭିତର ଖଇରିଆ ରଙ୍ଗର ଓ ଚାରିପଟେ ପାଉଁଶିଆ ରଙ୍ଗର ବଳୟ ଥାଏ । ଧାନ କେଣ୍ଡାର ମୂଳରେ ଗାଢ ଖଇରିଆ ରଙ୍ଗର ଗୋଲାକାର ଦାଗ ଦେଖାଯାଏ ଓ ପର ଅବସ୍ଥାରେ କେଣ୍ଡା ସେହି ଜାଗାରୁ ଭାଙ୍ଗିଯାଏ ।
ନିୟନ୍ତ୍ରଣ :
ଥମ୍ପ୍‍ ଏକର ପ୍ରତି ୧୨୦-୧୬୦ ଗ୍ରାମ ବ୍ୟବହାର କରନ୍ତୁ ।
ମୂଳସଢ଼ା ରୋଗ

ଲକ୍ଷଣ : ଏହି ରୋଗ ଆରମ୍ଭରେ ଧାନଗଛର ତଳ ପତ୍ରରେ ସୋରିଷ ପରି ଦାନଗୁଡିକ ଲାଗି ରହି ସାପ କାତି ଆକରର ଦାଗ ସୃଷ୍ଟି କରେ । ଏହି ଦାଗଗୁଡିକ ପତ୍ରାଛାଦ ଓ କାଣ୍ଡ ଉପରେ ଉପରକୁ ସୃଷ୍ଟି ହୋଇ ଶେଷରେ ଧାନ କେଣ୍ଡାର ନିମ୍ନ ଭାଗରେ ଦାଗ ଦେଖାଯାଏ । ସାଧାରଣତଃ ସ୍ୱର୍ଣ୍ଣ କିସମର ଖରିଫ ଧାନରେ ଏ ରୋଗ ଦେଖାଯାଏ । ଧାନର ତଳ ପତ୍ରରେ ଦାଗ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ େଓòଷଧ ସ୍ପ୍ରେ କରିବା ଦରକାର ।

ନିୟନ୍ତ୍ରଣ : (କ) ଫସଲରେ ଲକ୍ଷଣ ଦେଖିବା ମାତ୍ରେ ହେକ୍‍ସାନ୍‍ ପ୍ରତି ଲିଟର ପାଣିରେ ୧ ମି.ଲି. ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ ।
(ଖ) ପ୍ରତିରୋଧୀ ଧାନ କିସମ ଲଗାନ୍ତୁ ।
ଗଲମିଜ୍‍୍‍/ପିଆଜ ସଣ୍ଡା

ଲକ୍ଷଣ : ପିଆଜ ସଣ୍ଡା ବା ଗଲ୍‍୍‍ମିଜ୍‍୍‍ ପୋକ ଆକ୍ରମଣରେ ଧାନର ପିଲଗୁଡିକ ପିଆଜ ସଣ୍ଡା ପରି ହୋଇଯାଏ । ଏହି ପୋକ ସାଧାରଣତଃ ବର୍ଷାଟିଆ ଧାନରେ ଆକ୍ରମଣ କରନ୍ତି ।

ନିୟନ୍ତ୍ରଣ : ୨୫ ଲିଟର ପାଣିରେ ୫୦ ମି.ଲି. କ୍ଲୋରୋସାନ୍‍ ଓ ୨୫୦ ଗ୍ରାମୟୁରିଆ ମିଶି୍ରତ ଦ୍ରବଣରେ ଧାନତଳିର ମୂଳକୁ ୪ ଘଣ୍ଟା ବୁଡ଼ାଇରଖି ରୋପଣ କରନ୍ତୁ । ତଳି ଓପାଡ଼ିବାର ୫ ଦିନ ପୂର୍ବରୁ ପ୍ରତି ଏକ ଏକର ତଳିଘେରା ପିଛା ୧୨ କି.ଗ୍ରା. କାରବୋସାନ୍‍ ଦାନାଦାର ପ୍ରୟୋଗ କରନ୍ତୁ । ଆବଶ୍ୟକତା ଅନୁସାରରେ ରୋଇବାର ୪୦ ଦିନ ପରେ ପ୍ରତି ଲିଟର ପିଛା ୨ ମିଲି ମୋନୋସାନ୍‍ ଫସଲରେ ସ୍ପ୍ରେ କରନ୍ତୁ । ଏହି ଦ୍ରବଣରେ ଲିଟର ପିଛା ୧୦ ମି.ଲି. ନିମ୍ବତେଲ ମିଶାଇ ସିଞ୍ଚନ କଲେ ଅଧିକ ସୁଫଳ ମିଳିଥାଏ ।
ମାଟି ଗୁଣ୍ଡିଆ ପୋକ

ଲକ୍ଷଣ : ଏହି ପୋକ ଆକ୍ରମଣରେ ଧାନ ଫସଲ ଚକଡ଼ା ଚକଡ଼ା ଶୁଖି ପୋଡ଼ିଯାଏ । ଏହି ପୋକ ଗଛ ମୂଳରେ ରହି ରସ ଶୋଷି ଗଛକୁ ଦୁର୍ବଳ କରିଦିଏ । ଅଧିକ ଆକ୍ରମଣରେ ଧାନ କିଆରୀ ଚକଡ଼ା ଚକଡ଼ା ହୋଇ ପୋଡ଼ିଯାଏ ।
ନିୟନ୍ତ୍ରଣ: ଏହି କୀଟର ନିୟନ୍ତ୍ରଣ ପାଇଁ ପାରାମିଡ଼ା ଏକର ପ୍ରତି ୪୦-୫୦ ମି.ଲି. ବା ରନିାଜେଣ୍ଟ୍‍୍‍ ଏକର ପିଛା ୯-୧୦ କି.ଗ୍ରା ପ୍ରୟୋଗ କରନ୍ତୁ । ଜଳସେଚନ ନିୟନ୍ତ୍ରଣ କରନ୍ତୁ । ଗଛ ଗଛ ମଧ୍ୟରେ ଦୂରତା ଅଧିକ ରଖନ୍ତୁ । ପ୍ରତିଦିନ ଜମି ଉପରେ ନଜର ରଖନ୍ତୁ ଏବଂ ପୋକ ଆସିବା ମାତ୍ରେ ଯବକ୍ଷାରଜାନର ପ୍ରୟୋଗ କମାଇ ଦିଅନ୍ତୁ ।

ରାଇସ୍‍୍‍ ହିସ୍ପା :
ଲକ୍ଷଣ : ରାଇସ୍‍୍‍ ହିସ୍ପାର ରଙ୍ଗ କଳା ରଙ୍ଗର ହୋଇଥାଏ ଏବଂ ଏହା ଦେହରେ ଅନେକ ଛୋଟ ଛୋଟ କଣ୍ଟା ଥାଏ । ଏହି ପୋକ ଧାନ ପତ୍ରକୁ କୋରି ଖାଇ ପତ୍ର ଉପରେ ଧଳା ରଙ୍ଗର ସମାନ୍ତରାଳ ଗାର ସବୁ ସୃଷ୍ଟି କରେ ।
ନିୟନ୍ତ୍ରଣ : ଏହି ପୋକର ନିୟନ୍ତ୍ରଣ ପାଇଁ କ୍ଲୋରୋସାନ୍‍ ଏକର ପ୍ରତି ୪୦୦ ମି.ଲି. ହିସାବରେ ତରଳ ଡିଟର୍‍୍‍ଜେଣ୍ଟ୍‍୍‍ ମିଶାଇ ସ୍ପ୍ରେ କରନ୍ତୁ । ଏହି ପୋକର ନିୟନ୍ତ୍ରଣ ପାଇଁ ଜମିରେ ୧୫ ଦିନ ଛଡାରେ ୨ଥର ସ୍ପ୍ରେ କରିବା ଦରକାର ଏବଂ ଏକରକୁ ସର୍ବନିମ୍ନ ୨୦୦ ଲିଟର ପାଣି ସ୍ପ୍ରେ କରନ୍ତୁ ।

ପତ୍ରମୋଡା
ଲକ୍ଷଣ : ପତ୍ରମୋଡ଼ା ପୋକ ପତ୍ରକୁ ସଲାଇକରି ତାଭିତରେ ରହି ପତ୍ରକୁ କୋରି ଖାଇଯାଏ । ଏହି ପୋକର ପ୍ରଜାପତି ଦେହରେ ସମାନ୍ତରାଳ ଗାର ସବୁ ଥାଏ । ଏହା ପତ୍ରର ଅଗ୍ରରେ ଅଣ୍ଡା ଦିଏ । ଅଣ୍ଡା ଫୁଟି ସୁକଗୁଡ଼ିକ ସୂତାରେ ପତ୍ରକୁ ବାନ୍ଧି ତାକୁ କୋରି କରି ଖାଏ, ଏହାଦ୍ୱାରା ଫସଲର ବୃଦ୍ଧି ବାଧାପ୍ରାପ୍ତ ହୁଏ ।
ନିୟନ୍ତ୍ରଣ : ନିୟନ୍ତ୍ରଣ ପାଇଁ ଏକର ପିଛା ୪୦୦ ମି.ଲି. ପ୍ରୋସିପ୍‍୍‍ ସହ ତରଳ ଡିଟରଜେଣ୍ଟ (୫ ମି.ଲି/୧୦ ଳିଟର ପାଣି ) ମିଶାଇ ସିଞ୍ଚନ କରନ୍ତୁ ।

Leave A Reply