Odisha news

ମୋତେ ନେଇ ରାଜନୀତି କରା ନଯାଉ

0
ପ୍ରତାପ ଚନ୍ଦ୍ର ସାହୁ : ମୋତେ ନେଇ ରାଜନୀତି ନ କରାଯାଉ।ମୋ ଯାଗା ରେ ମୁ ଠିକ୍ ଅଛି।ମୁ ଯେମିତି ଅଛି,ଯେପରି ବି ଅଛି ବହୁତ ଭଲ ରେ ଅଛି। ଗଜପତି ଈନ୍ଦ୍ରଦ୍ୟୁମ୍ନ ମୋତେ ଯେଙ ଭଳି ଭାବରେ ମୋ ନିର୍ଦ୍ଦେଶ ରେ ଗଢିତୋଳି ଥିଲେ ସେଇଟା ହ୍ଙି ଭଲ। ସେତେବେଳେ ମୁ ଚାହ୍ଙିଥିଲେ ହୁଏତ ମୁ ପୂର୍ନ ଅବୟବ ରେ ଚତୁର୍ଧାମୂର୍ତ୍ତି ଗଢା ଯାଇ ପାରିଥାନ୍ତା ଓ ଐତିହ୍ୟ କରିଡର କୁ ଆହୁରି ସୁନ୍ଦର କରି ଗଢି ତୋଳା ଯାଇ ପାରିଥାନ୍ତା।କିନ୍ତୁ ମୁ ଚାହ୍ଙି ନ ଥିଲି।
ଏଣୁ ଯେଙ ଅବସ୍ଥା ରେ ,ଯେଙ ପରିସ୍ଥିତି ରେ ଅଛି,ଭଲ ରେ ଅଛି ଏଥିରେ ସନ୍ଦେହ କରିବାର କିଛି ନାହ୍ଙି। ଯଦି ପାରୁଛ ବେଳେ ବେଳେ ମୋର ଯୋ ନୀତି କାନ୍ତୀ ରେ ବିଭ୍ରାଟ ଦେଖା ଦେଇ ଥାଉଛି ,ମୋତେ ଭୋକ ରେ ରଖି ଦିଆ ଯାଉଛି ,ଭକ୍ତ ଙ୍କ ଉପରେ ପ୍ରାଣାମ୍ତକ ଆକ୍ରମଣ କରାଯାଉଛି ଏ ସବୁ କୁ ସୁଧାର ,ସଜାଡ।  ନିର୍ବିଘ୍ନ ରେ ସମସ୍ତ କିସମ ର ଭକ୍ତ ଦର୍ଶନ ପାଆନ୍ତୁ,ଅମଡା ପାଆନ୍ତୁ, ସମସ୍ତ ଭକ୍ତ ଙ୍କୁ ସୂରଖ୍ୟା ଯୋଗାଇ ଦିଆଯାଉ। ଦର୍ଶନ ସମୟ ରେ ଭକ୍ତ ମାନଙ୍କର ପ୍ରବଳ ଭିଡ କୁ ନିୟନ୍ତ୍ରଣ କରି ସମସ୍ତେ ଯେପରି ଶ୍ରୁଙ୍ଖଳିତ ଭାବେ ଦର୍ଶନ କରିପାରିବେ ,ସେଇ ବ୍ୟବସ୍ଥା କର।ସେବାୟତ ମାନଙ୍କ ମଧ୍ୟରେ ଥିବା ମନାନ୍ତର ତଥା ମତାନ୍ତର ଦୂର କରିବାର ପ୍ରୟାସ କରାଯାଉ।ଭକ୍ତ ମାନଙ୍କ ଉପରେ ଯୁଲମ୍ ବନ୍ଦ କରାଯାଉ। ମୋତେ ଅର୍ଥାତ୍ ମୋର ଐତିହ୍ୟ କରିଡର କୁ ଆହୁରି ସୋଉନ୍ଦର୍ଯ୍ୟ କରିବାକୁ ଯାଇ  ଦିଅ୍ଙ ଗଢୁ ଗଢୁ ମାଙ୍କଡ ଗଢା ନ ହେଉ।
ମୁ ସମସ୍ତ ପ୍ରକାର ରାଜନୀତି ରୁ ଉର୍ଧ୍ଧୱ ରେ। ନିଜ ନିଜ ର ବ୍ୟକ୍ତି ଗତ ଫାଇଦା ପାଇ୍ଙ ହେଉ କି ଦଳୀୟ ଫାଇଦା ପାଇ୍ଙ ହେଉ ମୋତେ ରାଜନୀତି ଭିତର କୁ ଟଣା ନ ଯାଉ। ମୁ ହେଉଛି ବିଶ୍ୱ ନିୟନ୍ତା। ମୋତେ ଏଇ ଛୋଟିଆ ରାଜନୀତି ଦ ଉଡି ରେ ବାନ୍ଧି ରଖିବାକୁ ପ୍ରୟାସ ନ କରାଯାଉ।ମୁ ଯେମିତି ଅଛି,ଯେପରି ବି ଅଛି ଭଲ ରେ ଅଛି। ମୋ ପାଇ୍ଙ ତୁମେ ମାନେ ବ୍ୟସ୍ତ ହେବା ଆବଶ୍ୟକ ନାହ୍ଙି। ମୋର ନୀତି କାନ୍ତି ରେ ଯେପରି ଆଦୋଉ ଅବହେଳା ନ ହୁଏ,କୋଉଣସି ବିଭ୍ରାଟ ନ ହୁଏ,କୋଉଣସି ଭକ୍ତ ଯେପରି ଦର୍ଶନ ରୁ ବଙ୍ଚିତ ନ ହୁଏ,ଆକ୍ରମଣ ର ଶିକାର ନ ହୁଏ – ଏ ସବୁ ପ୍ରତି ଧ୍ୟାନ ଦିଅ ଓ ସୁଧାର। ସମସ୍ତ ଭକ୍ତ ଯେପରି ଅମଡା ପାଇ ପାରିବେ – ପ୍ରାଥମିକତା ଦିଅ। ଗଜପତି ଇନ୍ଦ୍ରଦ୍ୟୁମ୍ନ ଙ୍କ ସମୟ ରୁ ମୁ ଯେପରି ଭାବେ ରହିଆସିଛି ସେଇଟା ହ୍ଙି ଠିକ୍ ।
ମୋ ପାଇ୍ଙ ଅଧିକା କିଛି କରାଇ ଦେଖାଇବା ର ଆବଶ୍ୟକତା କିଛି ନାହ୍ଙି ।ଦରକାର ପଡିଲେ ମୁ ଗଜପତି ମହାରାଜ ଦିବ୍ୟସିଙ୍ଗ ଦେବ ଙ୍କୁ ସ୍ୱପ୍ନାଦେଶ ଜରିଆ ରେ ଜଣାଇବି। ଖ୍ୟମତା ର ଅପବ୍ୟବହାର କରନ୍ତୁ ନାହ୍ଙି। ପ୍ରତ୍ୟେକ ଖେତ୍ର ରେ ପ୍ରତ୍ୟେକ ସମୟ ରେ ଶଙ୍କରାଚାର୍ଯ୍ୟ ଙ୍କ ର ଓ ଗଜପତି ଙ୍କ ର ପରାମର୍ଶ ନିଅନ୍ତୁ। ତାଙ୍କର ପରାମର୍ଶନେଇ କାର୍ଯ୍ୟ କରି ଚାଲନ୍ତୁ। ନିଜ ନିଜ ର ଓଉଧ୍ଧତ୍ୟ ଭାବ କୁ ତ୍ୟାଗ କରି ମୋର ( ଶ୍ରୀ ଜଗନ୍ନାଥ ଙ୍କ ର ) ଶରଣାପନ୍ନ ହୁଅ। ଦେଖିବ ସବୁ ସମସ୍ୟା ର ସମାଧାନ ହୋଇଯିବ। ବାହ୍ୟ ସୋଉନ୍ଦର୍ଯ୍ୟ କରଣ ର ଆବଶ୍ୟକତା ନାହ୍ଙି। ଅନ୍ତହ ସୁଦ୍ଧି ର ଆବଶ୍ୟକତା ରହିଛି। କୋଉଣସି ଭକ୍ତ ଯେପରି ଦର୍ଶନ ରୁ ବଙ୍ଚିତ ନ ହୂଅନ୍ତି,ମୋର ନିତୀ କାନ୍ତୀ ରେ ଆଦୋଉ ଅବହେଳା ନ ହୁଏ,ବିଭ୍ରାଟ ନ ଉପୁଜେ  ଅଭଡା ଠିକ୍ ସମୟ ରେ ବାହାରି ସମସ୍ତ ଭକ୍ତ ଯେପରି ପାଇବେ ,ସମସ୍ତ ଭକ୍ତ ଙ୍କୁ ଯେପରି ସୁରଖ୍ୟା ଯୋଗାଇ ଦିଆଯାଇ ପାରିବ ଏ ସବୁ ଦିଗ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅ। ସେବାୟତ ମାନଙ୍କ ମଧ୍ୟ ରେ ଥିବା ଅସନ୍ତୋଷ ,ଅନ୍ତ ର୍ଦ୍ୱନ୍ଦ ସଜାଡ। ସେମାନଙ୍କ ର ସୁବିଧା ଅସୁବିଧା ଦୂର କର ।
ଐତିହ୍ୟ କରିଡର ନା ରେ ନିଷିଧାଙ୍ଚଳ ରେ ଅର୍ଥାତ୍ ୧୦୦ ଦୁରତା ପରିଧି ମଧ୍ୟ ରେ ଅଭ୍ୟର୍ଥନା ଗ୍ରୁହ ନିର୍ମାଣ କରିବା କେତେଦୂର ଯଥାର୍ଥ ତାହା ଆତ୍ମ ଚିନ୍ତନ କରିବାର ଆବଶ୍ୟକତା ରହିଛି।  ଖ୍ୟମତା ଅନ୍ଧ ରେ ବଶବର୍ତ୍ତୀ ନ ହୋଇ ଏମିତି କାର୍ଯ୍ୟ ନ କର ପରେ ପଶ୍ଚାତାପ କଲେ ବି କିଛି ଲାଭ ମିଳିବନି।  ଐତିହ୍ୟ କରିଡର ମାମଲା ଏବେ ନ୍ୟାୟାୟଳ ରେ ବିଚାରଧିନ ଥିବା ସ୍ଥଳେ  କାର୍ଯ୍ୟ ଚାଲୁରହିବା ନେଇ ଆଶ୍ଚର୍ଯ୍ୟ ବୋଧ ପରି ମନେ ହେଉଛି। ଗର୍ବ,ଅହଙ୍କାର,ଖ୍ୟମତା ଲୋଭ ରୁ ଉର୍ଧ୍ୱ ରେ ରହି ବୁଝି ବିଚାରି କାର୍ଯ୍ୟ କଲେ ବିପଦ ନ ପଡ ଇ ଭଲେ। ସେଥିପାଇ୍ଙ ନିଜକୁ ଅତି ବଡ ମଣିଷ ନ ଭାବି,ଶଙ୍କରାଚାର୍ଯ୍ୟ ଓ ଗଜପତି ଙ୍କ ସହ ବିଚାର ବିମର୍ଷ କରି ,ପରାମର୍ଶ ନେଇ କାର୍ଯ୍ୟ କର। ଐତିହ୍ୟ କରିଡର ନିର୍ମାଣ ନେଇ ଅଯଥା ବୟାନ ବାଜି ବନ୍ଦ କର।
ବର୍ତ୍ତମାନ ଯେଭଳି ଭାବେ ଖନନ କାର୍ଯ୍ୟ ଚାଲିଛି ମୋ ମେଘନାଦ ପାଚେରି ପ୍ରତି ବିପଦ ଘନେଇ ଆସିଲା ପରି ମନେ ହେଉଛି। କୁହାଯାଏ ଯେ ମୋର ଡୋରୀ ନ ଲାଗିଲେ  କେହିବି ମୋ ପାଖ କୁ ଆସିପାରନ୍ତି ନାହ୍ଙି। ମୋର କ୍ରୁପା ନ ହେଲେ ଦର୍ଶନ ରୁ ସେ ବଙ୍ଚିତ ହୁଏ। ଯାହା ସବୁ ହୁଏ ମୋର ଈଛ୍ଛା ରେ ହୁଏ।  ମୁ ସବୁ ସହି ପାରେ ,ହେଲେ ଗର୍ବ,ଅହଙ୍କାର,ଓଉଧତ୍ୟ ପଣିଆ ସହି ପାରେନି। ନ୍ୟାୟାଳୟ ରୁ ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ।  ମୋ ଇଛା ବିରୁଧ ରେ ଗଲେ ପରିଣାମ ଭୟଙ୍କର ହୁଏ। ସବୁ ଛାଡି ମୋ ଶରଣ ରେ ଆସ।ନିଜ ନିଜର ଓଉଧତ୍ୟ ପଣିଆ କୂ ଛାଡ।ଖ୍ୟମତ ବେଶି ଦିନ ନୁହ୍ଙ। ଐତିହ୍ୟ କରିଡର ନା ରେ ମୋ ମନ୍ଦିର ର ମୋଉଳିକତା ନଷ୍ଟ ହେବାକୁ ଦିଆ ନ ଯାଉ।
Leave A Reply

Your email address will not be published.