ଭାରତୀୟ ସାର୍ସ -ସିଓବି -2 ଜିନୋମିକ୍ସ ସଂଘର ଡାଟା ଅନୁସାରେ ଭାରତରେ କରୋନା ଭାଇରସ ର XBB .1.5 ଭରିଏଣ୍ଟ ଦ୍ୱାରା ସଂକ୍ରମିତ ୫ଟି ରୋଗୀ ମିଳିଥିବାର ସୂଚନା ମିଳିଛି l କରୋନା ଭାଇରସ ର ଏହି ସ୍ୱରୂପ ଆମେରିକା ରେ ସଂକ୍ରମଣ ମାମଲା ବଢାଇବାର ମୁଖ୍ୟ କାରଣ ଅଟେ l ବର୍ତମାନ ସ୍ଥିତିରେ ଭାରତରେ ମିଳିଥିବା ୫ଟି ମାମଲାରେ ତିନୋଟି ମାମଲା ଗୁଜୁରାଟ ରୁ, ଗୋଟିଏ କର୍ଣ୍ଣାଟକ ଓ ଗୋଟିଏ ରାଜସ୍ଥାନ ରୁ ଆସିଛି l
ଆମେରିକାରେ କରୋନା ସଂକ୍ରମଣ ର ୪୪ ପ୍ରତିଶତ ମାମଲା xbb .1.5 ସମ୍ବନ୍ଧିତ ଅଟେ l ବର୍ତମାନ ଭାରତୀୟ ମାନଙ୍କ ଚିନ୍ତାର କାରଣ ହୋଇଛି ଓମୀକ୍ରାନ ର ଏହି ନୂତନ ଭରିଏଣ୍ଟ , ଗୋଟିଏ ଅଧ୍ୟୟନ ଦ୍ୱାରା କୁହାଯାଇଛି ଯେ ଯଦି ଭାରତୀୟ ମାନେ ସଚେତନ ନହେବେ ତେବେ ଏହି ଭରିଏଣ୍ଟ ଆଗକୁ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ l ଯେଉଁଥିରେ xbb ମୁଖ୍ୟ ଚୀନ୍ର କାରଣ ହେବ l ସୂଚନା ଅନୁସାରେ କୁହାଯାଇଛି ଯେ ବିଏ 2.75 ଓ ବିଏ.2.10 ସ୍ୱରୂପ ମଧ୍ୟରେ ଅଧିକ ବ୍ୟାପୁ ଥିବାର କିଛି ମାତ୍ରାରେ ସମ୍ଭବ ହୋଇଛି l
XBB ସାରା ଭାରତରେ ସବୁଠୁ ଅଧିକ ପ୍ରଚଳିତ ଭରିଏଣ୍ଟ ଅଟେ –
ବିଶେଷ ଭାବରେ ଏହି ଭାରୀଏଣ୍ଟ ଉତର -ପୂର୍ବ ଭାରତରେ ଅଧିକ ସଂକ୍ରମିତ ହେଉଛି l କିନ୍ତୁ ଏହି ମାମଲାରେ ସମୟ ଥାଉ ଥାଉ ଚିକିତ୍ସା ଦ୍ୱାରା କିଭଳି ଠିକ କରାଯାଇ ପାରିବ , ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିବ ଦ୍ୱାରା ଜନସାଧାରଣ ସଚେତନ ହେବା ଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗମ୍ଭୀର ହେବ ନାହିଁ ସୂଚନା ଦିଆଯାଇଛି l ଏହି ସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଯେ xbb ଭାରୀଏଣ୍ଟ ଭାରତରେ ସବୁଠୁ ପ୍ରଚଳିତ ଭାରୀଏଣ୍ଟ ଅଟେ l
ଟୀକା ନେଇଥିବା ଲୋକ ମାନଙ୍କ ଜୀବନ ପ୍ରତି ମଧ୍ୟ ଏହି ସବ -ଭାରୀଏଣ୍ଟ ର ରହିଛି ବିପଦ ବୋଲି ଏହି ଅଧ୍ୟୟନ ରେ ସଂକେତ ଦିଆଯାଇଛି l ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟୀକା କରଣ ହୋଇଛି ସେମାନେ ମଧ୍ୟ ଏହାଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି l