Odisha news

ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ତରଫରୁ ବିଭିନ୍ନ ଜିଲ୍ଲାରେ କରୋନା ସଚେତନତା

0

ତା୨୪ା୦୪ା୨୦୨୦ : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଯଥାଶକ୍ତି ସହାୟତା ପ୍ରଦାନ କରିଆସିଛି । ଅଧୁନା ମହାମାରି ରୂପ ନେଇଥିବା କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟ ରାଜ୍ୟ ସଂଗଠନ ତାହାର କାର୍ଯ୍ୟ ଅବ୍ୟାହତ ରଖିଛି । ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିଦେ୍ର୍ଦଶ କ୍ରମେ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ନେଇ ଏକ ବ୍ରିଗେଡ ଗଠନ କରି ସାରା ରାଜ୍ୟରେ ବ୍ୟାନର ଓ ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ କରୋନା ପ୍ରତିରୋଧର ସଚେତନ ସୃଷ୍ଟି କରିଚାଲିଛି । ଏଇ ବି୍ରଗେଡର ମେମ୍ବର ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ ନିଜ ନିଜ ଅଞ୍ଚଳରେ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ସହିତ ମିଶି ସାଧାରଣ ଲୋକଙ୍କୁ ହାତଧୂଆ ପ୍ରଣାଳୀ ଶିଖାଇବା ସହିତ ହାତଧୂଆ ସାମଗ୍ରୀ ସାନିଟାଇଜର ଓ ଆବଶ୍ୟକ ସ୍ଥଳେ ମାସ୍କ ମଧ୍ୟ ବଣ୍ଟନ କରି ଲୋକମାନଙ୍କୁ ସଚେତନ କରିବାର ପ୍ରୟାସ ଜାରି ରଖିଛନ୍ତି ଏବଂ ଭୟ ନକରି ଏହି ମହାମାରିକୁ ପ୍ରତିରୋଧ କରିବା ଲାଗି ଜନସାଧାରଣଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିଦେ୍ର୍ଦଶ ମୁତାବକ ସମସ୍ତ ଜିଲ୍ଲାରେ ଏହି ବି୍ରଗେଡ ଜରିଆରେ କରୋନା ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଏତଦ୍ବ୍ୟତୀତ ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ମହାବିଦ୍ୟାଳୟର ରୋଭର ରେଞ୍ଜରମାନେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ମାସ୍କ, ସାବୁନ, ସାନିଟାଇଜର ଆଦି ବଣ୍ଟନ କରୁଛନ୍ତି । ବିଭିନ୍ନ ଗଳିକନ୍ଦିରେ ଥିବା ଭୋକିଲା କୁକୁର ଏବଂ ଗାଈ, ଷଣ୍ଢକୁ ଖାଇବାକୁ ଦେଉଛନ୍ତି । ଏହି କାର୍ଯ୍ୟକ୍ରମ କରୋନାର ମୂଳୋତ୍ପାଟନ ହେବା ପର୍ଯ୍ୟନ୍ତ ଚାଲିବ ।

Leave A Reply