Odisha news

ଆଜି ହେଉଛି ନୃସିଂହ ଜୟନ୍ତୀ : କରି ନିଅନ୍ତୁ ଏହି କାର୍ଯ୍ୟ, ସମସ୍ତ ଦୁଃଖ କଷ୍ଟରୁ ମିଳିବ ମୁକ୍ତି

0

ହିନ୍ଦୁ ଧର୍ମରେ ନୃସିଂହ ଜୟନ୍ତୀର ଖୁବ ମହତ୍ୱ ରହିଛି l ନୃସିଂହ ମହାପ୍ରଭୁ ହେଉଛନ୍ତି ବିଷ୍ନୁ ଙ୍କ ଅବତାର l ମାନ୍ୟତା ରହିଛି ଯେ ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଦଶୀବ ଦିନ ନୃସିଂହ ଭଗବାନ ଅବତାର ଗ୍ରହଣ କରିଥିଲେ ନିଜ ଭକ୍ତ ପ୍ରହଲ୍ଲାଦ କୁ ରକ୍ଷା କରିବା ପାଇଁ l ହିରଣ୍ୟକଶ୍ୟପ କୁ ବଧ କରି ନୃସିଂହ ଭଗବାନ ଭକ୍ତ ପ୍ରହଲ୍ଲାଦ କୁ ସମସ୍ତ ସଙ୍କଟ ରୁ ମୁକ୍ତି ଦେଇଥିଲା l

ଚଳିତ ବର୍ଷ ମଇ ୧୪ ତାରିଖ ଶନିବାର ଦିନ ନୃସିଂହ ଜୟନ୍ତୀ ଅନୁଷ୍ଠିତ ହେଉଛି l ନୃସିଂହ ଭଗବାନଙ୍କ ଅଧା ଶରୀର ସିଂହ ଓ ଅଧା ମନୁଷ୍ୟର ରହିଥିଲା, ତେଣୁ ବିଷ୍ନୁ ଙ୍କର ଏହି ଅବତାର କୁ ନୃସିଂହ କୁହାଯାଏ l ଯେଉଁ ସମୟରେ ପ୍ରକଟ ହୋଇ ହିରଣ୍ୟକଶ୍ୟପ କୁ ବଧ କରିଥିଲେ ତାହା ଦିନ ନଥିଲା କିମ୍ବା ରାତି ନଥିଲା l ହିରଣ୍ୟକଶ୍ୟପ କୁ ବଧ କରିବା ପରେ ଭକ୍ତ ପ୍ରହଲ୍ଲାଦ କୁ ନିଜ କୋଳରେ ବସାଇ ଥିଲେ l

* ନୃସିଂହ ଚତୁର୍ଦଶୀ ଦିନ ନୃସିଂହ ଚାଳିଶା ପାଠ କରିବାର ଖୁବ ମହତ୍ୱ ରହିଛି l ଏହିଦିନ ଯେଉଁ ବ୍ୟକ୍ତି ନୃସିଂହ ଚାଳିଶା ପାଠ କରିଥାଏ ତାର ସମସ୍ତ କଷ୍ଟ ଦୂର ହୋଇଥାଏ ଓ ସନ୍ତାନ ମାନଙ୍କର ମଙ୍ଗଳ ହୋଇଥାଏ l

* ନୃସିଂହ ଚତୁର୍ଦଶୀ ଦିନ ଘରର ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଗୃହର ମୁଖ୍ୟ ଦ୍ୱାରରେ ଅଖଣ୍ଡ ଦୀପ ଜଳାଇବା ଉଚିତ l ଏହା ସହିତ ଏହିଦିନ ଶନିବାର ହୋଇଥିବା କାରଣରୁ ଖୁବ ଶୁଭ ଅଟେ l

* ଯେଉଁ ମାନଙ୍କର ଗୃହ ଦକ୍ଷିଣା ମୁଖି ଅଟେ ସେମାନେ ଗୃହର ମୁଖ୍ୟ ଦ୍ୱାରରେ ଭଗବାନ ନୃସିଂହ ଙ୍କ ଫଟୋ ଲଗାଇବା ଆବଶ୍ୟକ l କାରଣ ଦକ୍ଷିଣ ଦିଗଟି ଯମ ଙ୍କ ଦିଗ ଅଟେ l ତେଣୁ ମୃତ୍ୟୁର ଭୟ ଦୁରେଇ ଯାଇଥାଏ l କିନ୍ତୁ ଏହି ଫଟୋ କୁ ଘରର ବାହାରେ ଲଗାଇବା ଉଚିତ ନୁହେଁ l

* ନୃସିଂହ ଭଗବାନଙ୍କ ନିକଟରେ ଧଳା ଫୁଲ, ଧଳା ବସ୍ତ୍ର, ଶ୍ୱେତ ଚନ୍ଦନ, ଧଳା ରଙ୍ଗର ଭୋଗ ଲଗାଇବା ଆବଶ୍ୟକ l ଏହାଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ l

*  ଯଦି ଆପଣ ନୃସଂଘ ଚତୁର୍ଦଶୀ କରୁଛନ୍ତି ତେବେ ଧଳା କିମ୍ବା ହଳଦିଆ ବସ୍ତ୍ର ଧାରଣ କରିବା ଶୁଭ ଅଟେ l ଏହାଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l

* ନୃସିଂହ ଭଗବାନଙ୍କୁ ତୁଳସୀ ଦେବା ଖୁବ ଶୁଭ ଅଟେ l ଏହାଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ l

* ଯଦି ଏହିଦିନ ଆପଣ କୌଣସି ଶୁଭ କାର୍ଯ୍ୟରେ ଯାଉଛନ୍ତି ତେବେ ନୃସିଂହ ଠାକୁରଙ୍କ ନିକଟରେ ଗୋଟିଏ ଗୋଟାଗୁଆ ସମର୍ପଣ କରନ୍ତୁ l ଆପଣ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ l

Leave A Reply