ହିନ୍ଦୁ ଧର୍ମର ବିଭିନ୍ନ ପବିତ୍ର ଗ୍ରନ୍ଥ ଗୁଡିକ ମଧ୍ୟରୁ ଗରୁଡ ପୁରାଣ ଗୋଟିଏ l ଏଥିରେ ଭଗବାନ ବିଷ୍ନୁ ଙ୍କ ଭକ୍ତି ମହିମା, ମୃତ୍ୟୁ ପରର ଘଟଣା ବିଷୟରେ କୁହା ଯାଇଥାଏ l ୧୮ ଟି ହିନ୍ଦୁ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଗୋଟିଏ l ଯାହା ବିଷୟରେ ପ୍ରତିଟି ବ୍ୟକ୍ତି ଜାଣିବା ଖୁବ ଆବଶ୍ୟକ l ଗରୁଡ ପୁରାଣରେ ଏପରି କିଛି କଥା କୁହାଯାଇଛି ଯାହାକୁ ଆମେ ଧ୍ୟାନ ଦେବା ଖୁବ ଜରୁରୀ l
* ଗରୁଡ ପୁରାଣର ମାନ୍ୟତା ଅନୁସାରେ ଯେଉଁ ଘରେ ସମ୍ପୂର୍ଣ ସମର୍ପଣ ଭାବନା ଦ୍ୱାରା ଈଶ୍ୱରଙ୍କୁ ପ୍ରାର୍ଥନା କରାଯାଏ ସେହି ଗୃହକୁ କଦାପି ଦୁଃଖ ଯାଇ ନଥାଏ l ତା ସହିତ ପ୍ରତିଦିନ ଭୋଜନ ପୂର୍ବରୁ ପ୍ରଥମ ଗୁଣ୍ଡା ଈଶ୍ୱରଙ୍କୁ ସମର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ଧନ ର ଅଭାବ ରହି ନଥାଏ l
* ପ୍ରତ୍ୟେକ ହିନ୍ଦୁଙ୍କୁ ନିଜର ଧାର୍ମିକ ଗ୍ରନ୍ଥ କୁ ପାଠ କରିବା ନିହାତି ଜରୁରୀ l ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ଯୋଗ୍ୟ ହୋଇଥାଉ l ଗ୍ରଂଥ ପାଠ ପରେ ଘରର ଗୁରୁଜନ ମାନଙ୍କ ଆଶୀର୍ବାଦ ନିହାତି ନେବା ଆବଶ୍ୟକ l କାରଣ ପିତାମାତା ହେଉଛନ୍ତି ଚଳନ୍ତି ଠାକୁର l
* ହିନ୍ଦୁ ଧର୍ମରେ ଦାନ ଧର୍ମକୁ ଖୁବ ଗୁରୁତ୍ୱ ଦିଆଯାଏ l ତେଣୁ ସବୁବେଳେ ଭୋକିଲା ବ୍ୟକ୍ତିକୁ ଅନ୍ନ ଦାନ କରିବା ଖୁବ ଆବଶ୍ୟକ l ଏହାଦ୍ୱାରା ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ l
* ଗରୁଡ଼ ପୁରାଣ ଅନୁସାରେ ସର୍ବଦା ମନରେ ସକାରାତ୍ମକ ଭାବନା ରଖି ଈଶ୍ୱରଙ୍କୁ ଆରାଧନା କରିବା ଉଚିତ l ଏହାଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l