Odisha news

ଏମ.ଜି.ଏନ.ଆର.ଇ.ଜି.ଏ. ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ଟଙ୍କା ମିଳି ନ ଥିବା ଅଭିଯୋଗ 

0
ନୂଆପଡ଼ା -୭/୪ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସୁନାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାପଡାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ତୀର୍ଥମୁଣ୍ଡା ଠାରୁ ଦେମନି ନାଳାର ପୁନଃରୁଦ୍ଧାର କାର୍ଯ୍ୟ ଆର୍ଥିକ ବର୍ଷ ୨୦୨୪-୨୫ ରେ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟ ର କୋଡ଼ ନମ୍ବର  ହେଲା 2428004014/IC/10616934 । ଏହାର ଅଟକଳ ମୂଲ୍ୟ -୧୧,୨୫,୬୯୧ ଟଙ୍କା ଥିଲା । ଉପରୋକ୍ତ କାର୍ଯ୍ୟ ନିର୍ବାହୀ ସଂସ୍ଥା ର ଦାୟିତ୍ୱରେ ଥିଲେ ସୁନାପୁର ଗ୍ରାମପଞ୍ଚାୟତ ଅଧିକାରୀ। ଏହି କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ହେଇଥିଲେ ଅଁଳାବାହାଲି ଗ୍ରାମର ଶ୍ରମିକମାନେ। ଏକ ବର୍ଷ ପୂର୍ବରୁ ଏହି କାମ ଆରମ୍ଭ ହୋଇଥିଲା ହେଲେ ଅଳ୍ପ କେତେକ ଶ୍ରମିକ ମାନଙ୍କୁ ସେମାନଙ୍କ ପାଉଣା ମିଳି ଥିବା ବେଳେ କେତେକ ଶ୍ରମିକ ମାନଙ୍କ ଟଙ୍କା ବକେୟା ରହିଛି।  ରୋଜଗାର ଆଶା ନେଇ ଖରା ବର୍ଷା ରେ ଝାଳ ବୁହାଇ ପରିଶ୍ରମ କରିଥିବା ଶ୍ରମିକଙ୍କ ମନରେ ଆଘାତ ଓ ଅବିଶ୍ବାସ ସୃଷ୍ଟି ହୋଇଛି । ସେମାନେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି। ପରିଶେଷରେ ବାଧ୍ୟ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ସାହାର୍ଯ୍ୟ ଲୋଡିଛନ୍ତି। ଅଭିଯୋଗ କରିଥିବା ଅଁଳାବାହାଲି ଗ୍ରାମର ଶ୍ରମିକମାନେ ହେଲେ  ଗୌରାଙ୍ଗ ନିଆଲ ଓ ସୁକୁମାରୀ ନିଆଲ ୨୫ ଦିନ, ଲଛମନ ନିଆଲ ଛଅ ଦିନ, ରଇବାରି ନିଆଲ ଆଠ ଦିନ, ବୈଷ୍ଣବ ନିଆଲ ପନ୍ଦର ଦିନ, ଧନେ ନିଆଲ ଛଅ ଦିନ, ଚନ୍ଦ୍ରାବତୀ ନିଆଲ ବାର ଦିନ, ମନବୋଧ ନିଆଲ ଛଅ ଦିନ, ବଲଭଦ୍ର ନିଆଲ ଦଶ ଦିନ, ସୈରେନ୍ଦ୍ରି ହଂସ ପନ୍ଦର ଦିନ, ଧନମତୀ ନିଆଲ ବାର ଦିନ, ଭମରା ହଂସ ଚଉଦ ଦିନ, ଧର୍ମେନ୍ଦ୍ର ହଂସ ଛଅ ଦିନ, ଦୁର୍ବଳ ହଂସ ସାତ ଦିନ, କ୍ଷୀର ହଂସ ଚାରି ଦିନ, ପିତାମ୍ବର ହଂସ ଛଅ ଦିନ, ଗୋମତୀ ହଂସ ଛଅ ଦିନ, ଭୀଷ୍ମ ନିଆଲ ବାର ଦିନ, ପୁନେ ନିଆଲ ଛଅ ଦିନ, କୌଶଲ୍ୟା ହଂସ ଦଶ ଦିନ, ବଶିଷ୍ଟ ଦଳ ଓ ତ୍ରିନାଥ ଦଳ ବାର ଦିନ ଖାଡ଼ିଆ ଛଅ ଦିନର ପାରିଶ୍ରମିକ ମୂଲ୍ୟ ମିଳି ନାହିଁ ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ଗାଁ ସାଥି ଓ ଗ୍ରାମ ରୋଜଗାର ସେବକଙ୍କୁ ଯୋଗାଯୋଗ କଲା ପରେ ତାଙ୍କ ସହିତ କିଛି ଉତ୍ତର ମିଳିଲା ନାହିଁ.ଏହି ସମସ୍ତ ଶ୍ରମିକମାନେ ସେମାନଙ୍କ ପାଉଣା ନ ମିଳିଲେ ଗ୍ରାମପଞ୍ଚାୟତକୁ ତାଲା ମାରିବୁ ଓ ଦାୟିତ୍ୱହୀନ କର୍ମଚାରୀମାନଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।
Leave A Reply