Odisha news

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା  ବାରଣାସୀ  ଯାତ୍ରା

0
ନୂଆପଡା -୭/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ସାମିଲ ହୋଇ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଏହି ଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ନୂଆପଡା , ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,  ଘନଶ୍ୟାମ ମୁଣ୍ଡ ,ସହାୟକ ଜିଲ୍ଲାପାଳ, ବିଜୟ ଛତ୍ରିଆ ପତାକା ଦେଖାଇ  ବସ୍  ଯୋଗେ ଯାତ୍ରାର ଶୁଭାରମ୍ଭ କରିଥିଲେ l ସେମାନେ ଆସନ୍ତାକାଲି ରାୟଗଡ଼ାରୁ  ରେଳ ଯୋଗେ ଯାତ୍ରା କରି ୧୩ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ। ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଏକ ସୁଖଦ ଯାତ୍ରା କାମନା କରି ସମସ୍ତେ  ବିଭୁ କୃପା ଲାଭ କରି ଏକ ଦିବ୍ୟ ଅନୁଭୂତି ନେଇ ଫେରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
Leave A Reply