Odisha news

ନୂଆପଡ଼ା କବାଡି ପ୍ରିମିୟର ଲିଗ୍ ଉଦଯାପିତ                          

0

ନୂଆପଡ଼ା ୧୯/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କବାଡି ସଂଘ ଓ ଜିଲ୍ଲା ରେଫରୀ ସଂଘ ର ମିଳିତ ଆନୁକୁଲ୍ୟରେ ଦର୍ଲିମୁଣ୍ଡା ହାଇସ୍କୁଲ୍ ଖେଳ ପଡିଆ ଠାରେ ଚାଲିଥିବ ନୂଆପଡ଼ା କବାଡି ପ୍ରିମିୟର ଲିଗ୍ ଉଦଯାପିତ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ , ସମ୍ମାନୀତ ଅତିଥି ଭାବରେ ଏରିକ ଗିଲବର୍ଟ ଯୋଶ କମାଡେଣ୍ଟ ୨୧୬ ବାଟାଲିୟନ, ବରିଷ୍ଠ ଅଧିବକ୍ତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ,  ଦର୍ଲ୍ଲିମୁଣ୍ଡା ର ବରିଷ୍ଠ ନାଗରିକ ତଥା ପୂର୍ବତନ ସରପଞ୍ଚ ଡୋଳାମଣି ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ମିତ୍ରଭାନୁ ରାଉତ,ଶିକ୍ଷୟିତ୍ରୀ ସରସ୍ୱତୀ ଶବର , ପ୍ରବୀଣ ଅର୍ଯ୍ୟ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କ ସହିତ କରମର୍ଦନ ଓ ଭବବିନିମୟକରି ଖେଳାଳୀ ଏବଂ ଆୟୋଜକ ମାନଙ୍କୁ ଉତ୍ସାହିତ କରି ଅଯୋଜକ ମାନଙ୍କର ଉଚ୍ଚ ପ୍ରଶଂସା କରି ମେଚ ଗୁଡ଼ିକର ମଜା ନେଇଥିଲେ।   ସେମିଫାଇନାଲରେ ବିଂଝାଲ୍ ୱାରିଅର୍ଷ  ଉମେଶ ୟୁ ମମ୍ବା କୁ ପରାସ୍ତ କରି ଏବଂ  ସାହୁ ବ୍ରଦର୍ଷ ମାଧବ ଚ୍ୟାଲେଞ୍ଜର୍ଶ କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲେ। ଫାଇନାଲ ରେ ବିଁଝାଲ ୱାରିଅର୍ଷ ଚିତ୍ତାକର୍ଷକ ସଂଘର୍ଷମୟ ଖେଳ ପ୍ରଦର୍ଶନକରି ସାହୁ ବ୍ରଦର୍ଷ ଙ୍କୁ ପରସ୍ତକରି ନୂଆପଡ଼ା କବାଡି ପ୍ରୀମିୟର ଲିଗ୍ ସିଜିନ-୧ ର ଚମ୍ପିୟାନ ହୋଇଥିଲେ। ଉଦଯାପନୀ ଏବଂ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନୂଆପଡ଼ା ବିଧାୟକ ପ୍ରତିନିଧି ଜୟ ଢୋଲକିଆ,ସମ୍ମାନୀତ ଅତିଥି ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ, କ୍ରୀଡ଼ାପ୍ରେମୀ ଏବଂ କ୍ରୀଡାର ପ୍ରୋତ୍ସାହନ ପାଇଁ ସାହାଯ୍ୟ କରିଆସୁଥିବା ପ୍ରେମ ମେଡିକାଲ ର ମାଲିକ ପ୍ରେମ ସାହୁ  , ବିଶିଷ୍ଠ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ,ଦର୍ଲୀମୁଣ୍ଡା ପଞ୍ଚାୟତ ସରପଞ୍ଚ ସନ୍ଧ୍ୟାରଣୀ ମିର୍ଦ୍ଧା , ସମିତି ସଭ୍ୟ ଅଶୋକ ଦଣ୍ଡସେନା , ଶିକ୍ଷୟିତ୍ରୀ ସରସ୍ୱତୀ ଶବର , ଦେବେନ୍ଦ୍ର ପ୍ରଧାନ, ସରପଞ୍ଚ ଟେକ୍ ରାମ ସାହୁ , ସହିପଲା ଗ୍ରାମ ପଞ୍ଚାୟତ ପ୍ରତିନିଧି ସନ୍ତୋଷ କୁମାର ସାହୁ ,ସମାଜସେବୀ ମାଧବ ପ୍ରାସାଦ ସାହୁ, ଫିଟ୍ନେସ କେୟାର ଜୀମ ମାଲିକ ଚିନ୍ମୟ ପାତ୍ର, ରାମଲାଲ ହଂସ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କ ଉତ୍ସାହ ବର୍ଦ୍ଧନ ସହ ଚମ୍ପିୟାନ ବିଂଝାଲ୍ ୱାରିଅର୍ଷ ଏବଂ ଉପବିଜେତା ସାହୁ ବ୍ରଦର୍ସ ଙ୍କୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏନକେପିଏଲ୍-୧ ର ଶ୍ରେଷ୍ଠ ଖେଳାଳୀ ଭାବରେ ବିଂଝାଲ୍ ୱାରିଅର୍ଷ ର ହିତେଶ ରାଉତ, ଶ୍ରେଷ୍ଠ ଉଦୀୟମାନ ଖେଳାଳୀ ଭାବରେ ଉମେଶ ୟୁମୂମ୍ବା ର ଲିଲେଶ ମାଝୀ ଏବଂ ଫାଇନାଲ ମ୍ୟାଚ ର ଶ୍ରେଷ୍ଠ ଖେଳାଳୀ ଭାବରେ ଵିନୋଦ ସତନାମୀ  ଙ୍କୁ ଅତିଥିମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। ଜିଲ୍ଳାର ପ୍ରଥମ ମହିଳା ରେଫରୀ ହିସାବରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗୁଡ଼ିକରେ କବାଡି ଖେଳ ପରିଚାଳନା କରୁଥିବା ରିଙ୍କି ଦଣ୍ଡସେନା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ନୂଆପଡ଼ା କବାଡି ପ୍ରିମିୟମ ଲିଗ୍ ସଫଳ ଆୟୋଜନରେ ସାହାଯ୍ୟ କରିଥିବା ରେଖରମ୍ ଦଣ୍ଡସେନା,ରତିରାମ୍ ରଣା , ଗଣେଶ ରାଉତ,ଗୋକୁଳ ଦଣ୍ଡସେନା, ବିଦ୍ୟାଧର ମାଝୀ, ପ୍ରେମ ସାହୁ, ପୁନିତ୍ ରାଉତ, ଦିନେଶ ସତନାମୀ, ଦେଓ କୁମାର ସତନାମୀ, ଭରତ ପ୍ରଧାନ, ଚୈତନ୍ୟ ସାହୁ, ଯାଷୋବନ୍ତ ସେନାପତି, ମଦନ ଲାଲ ଦଣ୍ଡସେନା, ବାବୁଲାଲ ବରିହା, ଚମନ ରାଉତ , ଦେବେନ୍ଦ୍ର ବାରିକ, ରାମେଶ୍ବର ପ୍ରଧାନ,ଥାବିରାମ ଘିବେଲା, ମୁକେଶ ଭୋଇ, ଶଙ୍କର ସତନାମୀ ପ୍ରମୁଖ  ମ୍ୟାଚ ରେଫରୀ, ଅଫିସିଆଲ ଓ ସହଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅକ୍ଲାନ୍ତ ପ୍ରାୟାସ କରି ସଫଳତାର ସହିତ ଏନକେପିଏଲ୍ ଟିକୁ ଆୟୋଜନ କରିଥିବାରୁ ନୂଆପଡ଼ା କବାଡି ଖେଳାଳି ସଂଘର ସଭାପତି ହରିଶ୍ ଆହିରଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା I ଜିଲ୍ଲା କବାଡି ଖେଳାଳି ସଙ୍ଘର ସଭାପତି ହରିଶ ଅହିର ସୂଚନା ଦେଇଛନ୍ତି ଯେ ଆଗମୀ ଦିନରେ ମଧ୍ୟ ପ୍ରତ୍ୟେକ ବର୍ଷ ନୂଆପଡ଼ା କବାଡି ପ୍ରିମିୟର ଲିଗ୍ ଆୟୋଜନ କରିବୁ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଳାର ଟେକ୍ ସାର ରଜ୍ୟ ଓ ରାଜ୍ଯ ବାହାରେ ରଖିବୁ। ଅତିଥି ମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ର ଦାୟିତ୍ଵ ଦେବେନ୍ଦ୍ର ପ୍ରଧାନ ଏବଂ କିଶୋର କୁମାର ପରିଡ଼ା ତୁଲାଇଥିଲେ I ଖେଳର ଧାରବିବରଣୀ ଓ ମଞ୍ଚସଞ୍ଚାଳନ ଗୋକୁଳ ରାମ ଦଣ୍ଡସେନା , ପୁନିତ ରାଉତଓ ଯୋଷୋବନ୍ତ ସେନାପତି କରିଥିଲେ । ପରିଶେଷରେ ସଭାପତି ହରିଶ୍ ଆହିର ସମସ୍ତଙ୍କ ଧନ୍ୟବାଦ ଅର୍ପଣ ସହିତ ନୂଆପଡ଼ା କବାଡି ପ୍ରୀମିୟର ଲିଗ୍ – ୧ ର ସାଙ୍ଗ ଘୋଷଣା କରିଥିଲେ

Leave A Reply