ନୂଆପଡ଼ା -୨୭/୨ (ସୁରେନ୍ଦ୍ର ତିୱାରୀ ) ରାସ୍ତା ଉନ୍ନତିକରଣ ପାଇଁ ଜବର ଦଖଲ ଉଚ୍ଛେଦ କରାଯାଇଛି.। କୋମନା ଜାତୀୟ ରାଜପଥ ୩୫୩ ରୁ ବଘାମୁଣ୍ଡା ଦେଇ ଭେଲା ରାସ୍ତା ଉନ୍ନତିକରଣ କର୍ଯ୍ୟ ଗ୍ରାମ୍ୟ ବିଭାଜନ ବିଭାଗ ଦ୍ୱାରା ଚାଲିଥିବା ବେଳେ ଉକ୍ତ ଛକରୁ ସୁନ୍ଦର ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଅଣଓସାରିଆ ଥିବାରୁ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ପରିଲକ୍ଷିତ ହୋଇ ଥିଲା। ଏ ସମ୍ବନ୍ଧରେ ରାସ୍ତା ଚି଼ହ୍ନଟ ପାଇଁ ଗ୍ରାମ୍ୟ ବିଭାଜନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦୀର୍ଘ ଦିନରୁ ବାରମ୍ବାର ତହସିଲଦାର ଙ୍କୁ ପତ୍ରାଳାପ କରିଥିଲେ। ଆଜି ନୂଆପଡା ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ତଥା ପୋଲିସ ଉପସ୍ଥିତିରେ ପୂର୍ବ ସୂଚନା ମୁତାବକ ଜବରଦଖଲ ଉଚ୍ଛେଦ କରାଯାଇଥିଲା।ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ସହାୟତା ପାଇ ହନୁ ହଂସ ଙ୍କ ଗୃହ ଏଥିରୁ ବାଦ ପଡ଼ିନଥିଲା। ଭୂମି ଓ ବାସ ହୀନ ହନୁ ହଂସ ଙ୍କୁ ସରକାରୀ ନିୟମାନୁଯାୟୀ ତହସିଲଦାର ଘରଦଡିହ ଯୋଗେଇଦେବା ରେ ଅବହେଳା କରିଥିବା ବେଳେ କୋମନା ବିଡିଓ ଙ୍କ ଅନୁମୋଦନ କ୍ରମେ ସେ ସରକାରୀ ଜାଗା ରେ ଘର ନିର୍ମାଣ କରିଥିଲେ। ସେତେବେଳେ କୌଣସି ତହସିଲ କିମ୍ୱା ବ୍ଲକ କର୍ମଚାରୀ ତାଙ୍କୁ ଏଥିପାଇଁ ବାରଣ କରିନଥିଲେ.। ଏଣୁ ତାଙ୍କ ଘର ଭଙ୍ଗା ନ ଯିବାକୁ କୋମନା ତହସିଲଦାର ଙ୍କୁ କାକୁତି ମିନତୀ ହେଲେ ତାଙ୍କ ଦୁଃଖ ଲାଘବ ପରିବର୍ତ୍ତେ ପ୍ରଶାସନ ନିରବ ରହିଲା। ଉଚ୍ଛେଦ ପାଇଁ ବେସାହାରା ହୋଇ ବର୍ତ୍ତମାନ ପର ଭରସା ରେ ଅସ୍ଥାୟୀ ଭାବେ ପରିବାର ସହ ମୁଣ୍ଡ ଗୁଂଜି ଥିବା ଦେଖାଯାଇଛି।ପୁନଶ୍ଚ ବନ୍ଦୋବସ୍ତ ତ୍ରୁଟି ଯୋଗୁଁ କିଛିକାଂଶ ପୁରୁଣା ଓ କିଛିକାଂଶ ନୁଆ ନକ୍ସା ଆଧାର ରେ ରାସ୍ତା ଚି଼ହ୍ନଟ କରି ଉଚ୍ଛେଦ କରାଯିବା ନେଇ ଜନସାଧାରଣ ଅଭିଯୋଗ କରି ଅସନ୍ତୋଷ ପ୍ରକଟ କରିଛନ୍ତି। ସେହି ପରି କିଛି ଵ୍ୟକ୍ତି ଙ୍କ ଦ୍ୱାରା ହୋଇଥିବା ଜବର ଦଖଲ ଅଂଚଳ ଚି଼ହ୍ନଟ ପାଇଁ ନାଳୀ ରଙ୍ଗ ଛକି ଚି଼ହ୍ନ ଦିଆଯାଇଥିଲେ ସୁଦ୍ଧା ସେସବୁ ଅକ୍ଷତ ଥିବା ସାଧାରଣରେ ଚର୍ଚ୍ଚା ହେବା ସହ ଅନ୍ୟ ନାଳୀ ଛକି ଚିନ୍ହିତ ଗୃହ ସବୁ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି।ଏହି ପ୍ରକ୍ରିୟା ରେ କୋମନା ତହସିଲଦାର ଙ୍କ ସମେତ ଗ୍ରାମ୍ୟ ବିଭାଜନ ନିର୍ବାହୀଯନ୍ତ୍ରୀ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ,ରାଜସ୍ବ ନିରୀକ୍ଷକ, ରାଜସ୍ବ ପରିଦର୍ଶକ ସାମିଲ ଥିଲେ।